Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟାଙ୍ଗୀରେ ‘ମୋ ବୁଥ ସବୁଠୁ ମଜବୁତ’ କାର୍ଯ୍ୟକ୍ରମ ଯୋଗଦେଲେ ବିଜେପି ରାଜ୍ୟ ସଭାପତି
ଆଜିର ଖବର

ଟାଙ୍ଗୀରେ ‘ମୋ ବୁଥ ସବୁଠୁ ମଜବୁତ’ କାର୍ଯ୍ୟକ୍ରମ ଯୋଗଦେଲେ ବିଜେପି ରାଜ୍ୟ ସଭାପତି

July 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ତାର ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରୁଛି।କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେପି ପ୍ରୟାସ ଜାରି ରଖିଛି। ଏହି ଅବସରରେ ଖୋର୍ଦ୍ଧା ବିଜେପି ପକ୍ଷରୁ ମୋ ବୁଥ ସବୁଠୁ ମଜବୁତ ସମାବେଶ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି।

ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ କଲେଜ ପଡିଆ ଠାରେ ବିଶାଳ ସମାବେଶ ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟ, ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ପ୍ରମୁଖଙ୍କ ସହିତ ଶତାଧିକ ବିଜେପି କର୍ମୀ ଏହି ସମାବେଶରେ ଯୋଗଦେଇଛନ୍ତି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କୁ କର୍ମୀମାନେ ସ୍ୱାଗତ କରିବା ପରେ ଟାଙ୍ଗୀ ମଧୁମଙ୍ଗଳ ପଡିଆଠାରୁ ପଦଯାତ୍ରାରେ ଏକ ବିରାଟ ପଟୁଆରରେ ଆସି ସଭା ସ୍ଥଳରେ ପହଞ୍ଚିଥିଲେ। ସଭା ମଞ୍ଚରେ ଉଭୟ ନେତାଙ୍କ ସହିତ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦେଇଥିଲେ।

ସାସଂଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ଉକ୍ତ ସଭାରେ ବର୍ଷିଥିଲେ। ରାଜ୍ୟର ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ। ସରକାରଙ୍କ ଜଣେ ସଚିବ କିଭଳି ଭାବରେ ସରକାରୀ ଟଙ୍କା ଖର୍ଚ୍ଚ କରି ଦଳୀୟ କାର୍ଯ୍ୟ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୂବନେଶ୍ୱର ସାସଂଦ। ଚନ୍ଦକା ଅଞ୍ଚଳରେ ଜଣେ ଅଣ ଓଡ଼ିଆ ମହିଳା ଲୋକଙ୍କ ଠାରୁ ଶାଗମାଛ ଦରରେ ଜମି କିଣି ନିଜ ଅକ୍ତିଆରକୁ ନେଉଥିବା ଏକ ଦସ୍ତାବିଜ ଦେଖାଇଛନ୍ତି। ସେ ମହିଳା ଜଣଙ୍କ କିଏ ତାଙ୍କୁ ସରକାରୀ କର୍ମଚାରୀ, ବିଧାୟକ, ମନ୍ତ୍ରୀ ସମସ୍ତେ ସହଯୋଗ କରୁଥିବା କହିଛନ୍ତି।

ରାଜ୍ୟରେ ରାଜ୍ୟ ସରକାର ୨୩ବର୍ଷ ଶାସନ କରିବା ମଧ୍ୟରେ କଣ ବିକାଶ ହୋଇଛି ରାଜ୍ୟ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ବିଜେପି ରାଜ୍ୟ ସଭାପତି ବିଜେଡି ୨୩ ବର୍ଷ ମଧ୍ୟରେ ଯାହା କରିନାହିଁ ବିଜେପି କୁ ୫ବର୍ଷ ସୁଯୋଗ ଦିଅନ୍ତୁ, ବିଜେପି ୫ବର୍ଷ ମଧ୍ୟରେ ତାହା କରି ଦେଖାଇଦେବ ବୋଲି କହିଥିଲେ। ଟାଙ୍ଗୀ ବ୍ଲକକୁ ଏନଏସି ମାନ୍ୟତା ପ୍ରଦାନ କରିବା ସହିତ ଗିରି ଗୋବର୍ଦ୍ଧନ ପର୍ବତକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରଦାନ, କାଳୁପଡା ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ରହଣି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଉଭୟ ନେତା।

ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ବିଜେପି ମନମୋହନ ସାମଲ ରାଜ୍ୟ ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.