Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସଡି ସୁଧାଂଶ୍ ପନ୍ତଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ
ଆଜିର ଖବର

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସଡି ସୁଧାଂଶ୍ ପନ୍ତଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

July 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗୌରବମୟ ପ୍ରଥମ ଦଶନ୍ଧିର ଯାତ୍ରା ଅବସରରେ ଏମ୍ସ ଭୁବନେଶ୍ୱର ଓଡ଼ିଶା ତଥା ପଡୋଶୀ ରାଜ୍ୟର ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି। ରୋଗୀସେବା କ୍ଷେତ୍ରରେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଦେଶରେ ଏକ ନୂତନ ବ୍ରାଣ୍ଡ୍ ସୃଷ୍ଟି କରିଛି ଏବଂ ଅନ୍ୟାନ୍ୟ ଜାତୀୟ ସ୍ୱାସ୍ଥ୍ୟାନୁଷ୍ଠାନଗୁଡିକ ପାଇଁ ଅନୁକରଣୀୟ ହୋଇପାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଓଏସ୍ଡି ସୁଧାଂଶ୍ ପନ୍ତ ପ୍ରକାଶ କରିଛନ୍ତି।

ଶ୍ରୀ ପନ୍ତ ଆଜି ଏମ୍ସ ଭୁବନେଶ୍ୱର ପରିଦର୍ଶନ କରିବା ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି। ଏମ୍ସରେ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିବା ସହିତ ଏହି ଗସ୍ତ ସମୟରେ ଶ୍ରୀ ପନ୍ତ ରୋଗୀଙ୍କ ସହ ସିଧାସଳଖ ବାର୍ତ୍ତାଳପ କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ମତାମତ ଲୋଡ଼ିଥିଲେ।

ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଶ୍ରୀ ପନ୍ତଙ୍କୁ ସ୍ବାଗତ କରିବା ସହିତ ଏହି ପ୍ରମୁଖ ଜାତୀୟ ଅନୁଷ୍ଠାନର ବିଭିନ୍ନ କୃତିତ୍ବ ଏବଂ ଭବିଷ୍ୟତର ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ରୋଗୀମାନଙ୍କ ସହ କଥାବାର୍ତ୍ତା ସମୟରେ ଶ୍ରୀ ପନ୍ତ ଏମ୍ସରେ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟସେବା ସମ୍ବନ୍ଧରେ ସେମାନଙ୍କ ମତାମତକୁ ଧ୍ୟାନର ସହ ଶୁଣିଥିଲେ। ରୋଗୀଙ୍କୁ ସହୃଦୟତାର ସହିତ ପ୍ରଦାନ କରାଯାଉଥିବା ଉତ୍ତମ ଚିକିତ୍ସା ସେବା ନିମନ୍ତେ ଏମ୍ସର ଚିକିତ୍ସକ ଏବଂ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଏହି ଅବସରରେ ଶ୍ରୀ ପନ୍ତ ମେଡିସିନ୍ ବିଭାଗ ସମେତ ଏକାଧିକ ୱାର୍ଡ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସ୍ଡି ଏମ୍ସ ଭୁବନେଶ୍ୱରରେ ପ୍ରଦାନ କରାଯାଉଥିବା ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ବୁଲି ଦେଖିବା ସହିତ ଜଟିଳ ରୋଗର ଚିକିତ୍ସାରେ ବ୍ୟବହୃତ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ଜନସାଧାରଣଙ୍କୁ ସୁବିଧା ପ୍ରଦାନ କରିବାର ପ୍ରତିବଦ୍ଧତା ନିମନ୍ତେ ଏମ୍ସର ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ ଶ୍ରୀ ପନ୍ତ।

ପରେ ଏମ୍ସର ବିଭାଗୀୟ ମୁଖ୍ୟମାନଙ୍କ ସହିତ ଆଲୋଚନା କାଳରେ ଡାକ୍ତରୀ ଶିକ୍ଷା, ଗବେଷଣା ଏବଂ ରୋଗୀସେବା କ୍ଷେତ୍ରରେ ଏହି ଅନୁଷ୍ଠାନର ଅଗ୍ରଣୀ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ଶ୍ରୀ ପନ୍ତ। ଏନେଇ ଚିକିତ୍ସକମାନଙ୍କର ନିଷ୍ଠା ଏବଂ କଠିନ ପରିଶ୍ରମକୁ ସେ ପ୍ରଶଂସା କରିଥିଲେ। ବିଭିନ୍ନ କ୍ଷେତ୍ରରେ ସଫଳତା ନିମନ୍ତେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସଙ୍କୁ ଅଭିନନ୍ଦନ ଜଣାଇଥିଲେ ଶ୍ରୀ ପନ୍ତ। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ସାମଗ୍ରୀକ ବିକାଶ ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆବଶ୍ୟକ ସହାୟତା ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ ଶ୍ରୀ ପନ୍ତ।
ସୂଚନାଯୋଗ୍ୟଯେ ଚଳିତ ମାସ ୩୧ରୁ ସୁଧାଂଶ ପନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ।

ଏହି ଗସ୍ତ ସମୟରେ ଡିନ୍ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ ମିଶ୍ର, ଡ. ସୌଭାଗ୍ୟ ଜେନା, ଭାରପ୍ରାପ୍ତ ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡିଡିଏ ରବି ପ୍ରକାଶ, ବରିଷ୍ଠ ପ୍ରଶାସନିକ ଅଧିକାରୀ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏମ୍‌ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026

ଆଜି ଏପ୍ରିଲ ୨୩ ତାରିଖ ଗୁରୁବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 23, 2026

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026
Latest News

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026

ଆଜି ଏପ୍ରିଲ ୨୩ ତାରିଖ ଗୁରୁବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 23, 2026

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.