Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ଜିଇଏମ ସମ୍ମିଳନୀ ଆୟୋଜିତ: ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ
ଆଜିର ଖବର

ଭୁବନେଶ୍ୱରରେ ଜିଇଏମ ସମ୍ମିଳନୀ ଆୟୋଜିତ: ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ

July 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସରକାରୀ ସେବା ଓ ସାମଗ୍ରୀ କ୍ରୟ ପ୍ରକ୍ରିୟାରେ ଓଡ଼ିଶାରେ କାରବାର କରୁଥିବା ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ଗତକାଲି ଭୁବନେଶ୍ୱର ଠାରେ ସରକାରୀ ଇ ମାର୍କେଟପ୍ଲେସ୍‌ ବା ଜିଇଏମ ସମ୍ମିଳନୀ ସଫଳତାପୂର୍ବକ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଇଏମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ସିଂ, ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଚିକିତ୍ସା ନିଗମ ଲିଃର ପରିଚାଳନା ନିର୍ଦ୍ଦେଶିକା ପୋମା ଟୁଡୁ, ଓଡ଼ିଶା ପୁଲିସ ମହାନିରୀକ୍ଷକ (ବ୍ୟବସ୍ଥା) ୱାଇ କୋୟଲ ପ୍ରମୁଖ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ଏଥିସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ଦକ୍ଷତା ବିକାଶ ବିଭାଗ, ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ଆଦି ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିଗଣ ଉପସ୍ଥିତ ଥିଲେ।

ଉତ୍କଳ ଚାମ୍ବର ଅଫ୍‌ କମର୍ସର ସଚିବ, ଡବ୍ଲୁଟିସିର ପ୍ରତିନିଧି, ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘର ମହାସଚିବ ଏବଂ ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘ (ଓଏସଏସଆଇଏ)ର ସଭାପତିଙ୍କ ଉପସ୍ଥିତିରେ ଜିଇଏମ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ର ଦ୍ୱାରା ଘରୋଇ ଉଦ୍ୟୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ସହିତ ଓଡ଼ିଶାରେ ଉଦ୍ୟମିତାକୁ ପ୍ରୋତ୍ସାହନ ମିଳିବ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜିଇଏମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ ଯେ, ଜିଇଏମ ପୋର୍ଟାଲ ସ୍ୱଚ୍ଛତା, ଦକ୍ଷତା ଓ ସମାବେଶିତା ସୁନିଶ୍ଚିତ କରୁଛି। ବିକ୍ରେତା ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକରୁ ଅଧିକ ସରଳ କରିବା ପାଇଁ ପ୍ରୟାସ କରାଯାଇଛି। ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କ ସଫଳତାକୁ ସେ ପ୍ରଶଂସା କରିଥିଲେ ଏବଂ ଜିଇଏମକୁ ଏକ ପସନ୍ଦଯୋଗ୍ୟ ସରକାରୀ କ୍ରୟ ପୋର୍ଟାଲରେ ପରିଣତ କରିବା ଲାଗି ଅର୍ଥ ବିଭାଗ, ଏମଏସଏମଇ ବିଭାଗ ଏବଂ ଅନ୍ୟ ରାଜ୍ୟ ସରକାରୀ ବିଭାଗର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ।

ଏମଏସଏମଇ ସଚିବ ଶାଶ୍ୱତ ଯୋଶୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଇଏମ ପୋର୍ଟାଲ ଜରିଆରେ ଓଡ଼ିଶା ସରକାର, କେନ୍ଦ୍ର ସରକାର ଏବଂ ଅନ୍ୟ ରାଜ୍ୟ ସରକାରଙ୍କ ଠାରୁ ଓଡ଼ିଶାରୁ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ମିଳୁଥିବା ବ୍ୟବସାୟିକ ସୁଯୋଗକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ଜିଇଏମ ପୋର୍ଟାଲରେ ପଞ୍ଜୀକରଣ କରିବା ଏବଂ ଏଥିରେ ପ୍ରକାଶ ପାଉଥିବା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ପାଇଁ ସେ ଓଡ଼ିଶାରେ କାରବାର କରୁଥିବା ବିକ୍ରେତା ଓ ସେବା ପ୍ରଦାନକାରୀଙ୍କୁ ଆହ୍ୱାନ କରିଥିଲେ। ସରକାରୀ କ୍ରୟ ପ୍ରକ୍ରିୟା ପାଇଁ ସମ୍ପୂର୍ଣ୍ଣ ଅନଲାଇନ କ୍ରୟ ସମାଧାନ ଯୋଗାଇ ଦେବା, ବ୍ୟବସ୍ଥାକୁ ସରଳ କରିବା ଓ ସ୍ୱଚ୍ଛତା ଆଣିବା କ୍ଷେତ୍ରରେ ଜିଇଏମର ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ସରକାରୀ କ୍ରୟ ପ୍ରକ୍ରିୟାରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଜିଇଏମ ପୋର୍ଟାଲ ପ୍ରତି ନିରନ୍ତର ସମର୍ଥନ ପାଇଁ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ସ୍ୱାସ୍ଥ୍ୟ ବିଭାଗ (ଏନଏଚଏମ ଏବଂ ଓଏସଏମସିଏଲ), ଓଡ଼ିଶା ପୁଲିସ, ଇଲେକ୍ଟ୍ରୋନିକ୍ସ ଓ ଆଇଟି (ଓକାକ୍‌) ଏବଂ ଦକ୍ଷତା ବିକାଶ ବିଭାଗକୁ ଜିଇଏମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅଧିକ ଅର୍ଡର ମୂଲ୍ୟ, ଏସସି/ଏସଟି ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ ଓ ମହିଳା ଉଦ୍ୟୋଗୀଙ୍କ ଭଳି ବିଭିନ୍ନ ବର୍ଗରେ ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସମ୍ମାନିତ କରାଯାଇଥିଲା।

ସମ୍ମିଳନୀ ଅବସରରେ ଶତାଧିକ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ମାଗଣାରେ ଜିଇଏମ ପୋର୍ଟାଲରେ ପଞ୍ଜୀକରଣ କରିଥିଲେ। ଓଡ଼ିଶାରେ ଜିଇଏମ ପାଇଁ ବ୍ୟବସାୟ ସୁବିଧା ପ୍ରଦାନକାରୀ ସୁଧାଂଶୁ ପ୍ରଧାନ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରଶିକ୍ଷଣ ଦେଇଥିଲେ। ଜିଇଏମ ପୋର୍ଟାଲରେ କିପରି ସେମାନଙ୍କ ସାମଗ୍ରୀ ଓ ସେବା ବିକ୍ରି କରାଯାଇପାରିବ ସେ ସମ୍ପର୍କରେ ସଚେତନ କରାଇଥିଲେ।

ଓଡ଼ିଶାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ଏବଂ ସରକାରୀ କ୍ରୟ ପ୍ରକ୍ରିୟାରେ ସେମାନଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଦିଗରେ ଭୁବନେଶ୍ୱରରେ ଆୟୋଜିତ ଜିଇଏମ ସମ୍ମିଳନୀ ଏକ ଉଲ୍ଲେଖନୀୟ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

ଇ ମାର୍କେଟପ୍ଲେସ୍‌ ଓଡିଶା ଭୁବନେଶ୍ୱର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026
Latest News

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.