ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସି ଖବର, ସମ୍ପୂର୍ଣ୍ଣ ଫିଟ୍ ହେଲେ ଜସପ୍ରୀତ ବୁମ୍ରା

Published: Jul 31, 2023, 10:09 am IST

ନୂଆଦିଲ୍ଲୀ: ଭାରତୀୟ ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ଦୀର୍ଘ ଦିନ ଧରି କ୍ରିକେଟ୍ ଠାରୁ ଦୂରରେ ରହିଥିବା ବୁମ୍ରା ବର୍ତ୍ତମାନ ଫେରିବା ଲାଗି ଅତି ନିକଟତର ହୋଇଛନ୍ତି। ପୂର୍ଣ୍ଣ ଫିଟନେସ୍ ପାଇବା ପରେ ବୁମରା ଏକ ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳିଥିଲେ। ସେ କିଛି ସମୟ ପାଇଁ ଜାତୀୟ କ୍ରିକେଟ୍ ଏକାଡେମୀ ନେଟରେ ବୋଲିଂ କରୁଥିଲେ। କିନ୍ତୁ ବର୍ତ୍ତମାନ ଅଭ୍ୟାସ ମ୍ୟାଚରେ ବୁମରା ୧୦ ଓଭର ବୋଲିଂ କରିଥିଲେ।

ବୁମ୍ରା ତାଙ୍କ ଫିଟନେସ୍ ମାଧ୍ୟମରେ ସୂଚାଇ ଦେଉଛନ୍ତି ଯେ, ସେ ଆୟର୍ଲାଣ୍ଡ ଗସ୍ତ ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ବୁମରା ଆୟର୍ଲାଣ୍ଡ ଗସ୍ତରେ ଯିବେ କି ନାହିଁ ସେ ସମ୍ପର୍କରେ କୌଣସି ଅଫିସିଆଲ୍ ଅପଡେଟ୍ ନାହିଁ। ଏଥି ସହିତ, ଆୟର୍ଲାଣ୍ଡ ଗସ୍ତ ପରେ ଖେଳାଯିବାକୁ ଥିବା ଏସିଆ କପ୍ ଏବଂ ବିଶ୍ୱକପ୍ ଦୃଷ୍ଟିରୁ ବୁମ୍ରା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରନ୍ତି।

Related posts