Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଢେଇ ବର୍ଷ ପରେ ବାରବାଟୀକୁ ଫେରିଲା କ୍ରିକେଟ : ଡିସେମ୍ବର ୨୨ରେ ଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ର ଅନ୍ତିମ ମ୍ୟାଚ୍‌
ଆଜିର ଖବର

ଅଢେଇ ବର୍ଷ ପରେ ବାରବାଟୀକୁ ଫେରିଲା କ୍ରିକେଟ : ଡିସେମ୍ବର ୨୨ରେ ଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ର ଅନ୍ତିମ ମ୍ୟାଚ୍‌

June 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
india westindies match will play on barabati cuttack stadium.
india westindies match will play on barabati cuttack stadium.

ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଦୀର୍ଘ ଅଢେଇ ବର୍ଷ ପରେ କଟକକୁ ଫେରିଛି ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍। ଓ୍ଵେଷ୍ଟଇଣ୍ଡିଜର ଆଗାମୀ ଭାରତ ଗସ୍ତରେ ତୃତୀୟ ଦିନିକିଆ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଡିସେମ୍ବର ୨୨ରେ ଖେଳାଯିବ। ତୃତୀୟ ଦିନିକିଆ ଦିବାରାତ୍ର କ୍ରିକେଟ୍ ହେବା ନେଇ ସୂଚନା ଦେଇଛନ୍ତି ଓସିଏ ପରିଚାଳନା କମିଟିର ଅଧ୍ୟକ୍ଷ ଧିରେନ ପଲେଇ। ବାରବାଟୀ ଷ୍ଟାଡିୟମ୍‌ରେ ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ୨୦୧୭ ଡିସେମ୍ବର ୨୦ରେ ଖେଳାଯାଇଥିଲା। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ଟି-୨୦ ମୁକାବିଲା ଅନୁଷ୍ଠିତ ହୋଇଥିଲା। ବାରବାଟୀରେ ଏ ପର୍ଯ୍ୟନ୍ତ ୨ଟି ଟେଷ୍ଟ, ୧୮ଟି ଦିନିକିଆ ଓ ଗୋଟିଏ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳାଯାଇଛି। ଚଳିତବର୍ଷ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ତିନୋଟି ଲଖାଏଁ ଟି-୨୦ ଓ ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନାଇରେ ଖେଳାଯିବ। ଡିସେମ୍ବର ୧୮ରେ ଦ୍ୱିତୀୟ ମ୍ୟାଚ୍ ବିଶାଖାପଟନମ ଏବଂ ୨୨ ତାରିଖରେ ତୃତୀୟ ମ୍ୟାଚ୍ କଟକରେ ଖେଳାଯିବ।

barabati match thesamikhsya westindies
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

April 2, 2026

ରଣପୁରରେ ଜନଗଣନା ତାଲିମ ଶିବିର ଶେଷ: ୧୯୮ ଜଣଙ୍କୁ ପ୍ରଶିକ୍ଷଣ

April 2, 2026

ଅଭିଷ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ବ ସ୍ବପରାୟଣତା ଦିବସ ପାଳନ ଓ ଦିବ୍ୟାଙ୍ଗ ଉପଯୋଗୀ ଉପକରଣ ବଣ୍ଟନ

April 2, 2026

ଆଜି କିଏ ଜିତିବ, କୋଲକାତା ଏବଂ ହାଇଦ୍ରାବାଦ ମଧ୍ୟରେ କାହାର ପଲ୍ଲା ଭାରି?

April 2, 2026
Latest News

ଖୋର୍ଦ୍ଧା ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

April 2, 2026

ରଣପୁରରେ ଜନଗଣନା ତାଲିମ ଶିବିର ଶେଷ: ୧୯୮ ଜଣଙ୍କୁ ପ୍ରଶିକ୍ଷଣ

April 2, 2026

ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡାକିଲେ ସରକାର: ମହିଳା ସଂରକ୍ଷଣ ବିଲ୍ ଉପରେ ହେବ ଆଲୋଚନା

April 2, 2026

‘ହର୍ମୁଜ୍’ ପାଇଁ ୩୫ଟି ରାଷ୍ଟ୍ରର ବୈଠକ: ଭାରତକୁ ମଧ୍ୟ ମିଳିଲା ନିମନ୍ତ୍ରଣ

April 2, 2026

‘କର୍ମଯୋଗୀ ସାଧନା ସପ୍ତାହ’ କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.