Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

୮ ରନରେ ହାରିଲା କଙ୍ଗାରୁ, ୩୦ ବର୍ଷ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ଜିତିଲା ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ: ବ୍ରିସବେନ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ଅତ୍ୟନ୍ତ ରୋମାଞ୍ଚକର ଟେଷ୍ଟରେ କାରିବିଆନ୍ ଦଳ ୮ ରନ୍ ରେ ଜିତିଛି। ଅଷ୍ଟ୍ରେଲିଆକୁ ୨୧୬ ରନ୍ ର ଲକ୍ଷ୍ୟ ଥିଲା, କିନ୍ତୁ କଙ୍ଗାରୁ ଦଳ ମାତ୍ର ୨୦୭ ରନ୍ ରେ ଅଟକିଯାଇଥିଲା। ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଷ୍ଟିଭ୍ ସ୍ମିଥ୍ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ୱେଷ୍ଟଇଣ୍ଡିଜ୍ ବୋଲରମାନେ ଘାତକ ବୋଲିଂ ପ୍ରଦର୍ଶନ କରି ମ୍ୟାଚ ନିଜ ନାମରେ କରିଥିଲେ। ତେବେ ୱେଷ୍ଟଇଣ୍ଡିଜ୍ ପ୍ରାୟ ୩୦ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଜିତିଛି।

ଜିତିବା ପାଇଁ ଅଷ୍ଟ୍ରେଲିଆ ୨୧୬ ରନ୍ ଲକ୍ଷ୍ୟ ରଖିଥିଲା। ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନମାନେ ନିୟମିତ ବ୍ୟବଧାନରେ ପାଭିଲିୟନ ଫେରୁଥିଲେ। ତେବେ ଷ୍ଟିଭ୍ ସ୍ମିଥ୍ ଗୋଟିଏ ପାର୍ଶ୍ଵରେ ଜମିରହିଥିଲେ। ୧୪୬ ବଲରେ ୯୧ ରନ୍ ସ୍କୋର କରିବା ପରେ ଷ୍ଟିଭ ସ୍ମିଥ ଅପରାଜିତ ଫେରିଥିଲେ। କିନ୍ତୁ ଅଷ୍ଟ୍ରେଲିଆର ପରାଜୟକୁ ଏଡାଇ ପାରିଲା ନାହିଁ। କଙ୍ଗାରୁ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ୪୨ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ, କିନ୍ତୁ ତାଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ। ତେଣୁ ଅଷ୍ଟ୍ରେଲିଆ ଦଳ ଲକ୍ଷ୍ୟଠାରୁ ୮ ରନ୍ ଦୂରରେ ରହିଯାଇଥିଲା।

ୱେଷ୍ଟଇଣ୍ଡିଜ ପାଇଁ ଶେମର ଜୋସେଫ ସବୁଠାରୁ ସଫଳ ବୋଲର ଥିଲେ। ଶେମର ଜୋସେଫ ୭ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କର ଶିକାର କରିଥିଲେ। ଏହା ବ୍ୟତୀତ ଅଲଜାରୀ ଜୋସେଫ ୨ ଟି ସଫଳତା ପାଥିଲେ। ଜଷ୍ଟିନ ଗ୍ରେଭସ୍ ୧ ୱିକେଟ୍ ନେଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଟି-୨୦ ବିଶ୍ୱକପ ପାଇଁ ୪ ଭାରତୀୟ ବୋଲରଙ୍କୁ ମନୋନୀତ କଲେ ଜାହିର ଖାନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ ଆଗାମୀ ଟି -୨୦ ବିଶ୍ୱକପ ପାଇଁ ଚାରିଜଣ ଶ୍ରେଷ୍ଠ ଦ୍ରୁତ ବୋଲର ଚୟନ କରିଛନ୍ତି। ତେବେ ସେ ଯୁବ ଆବେଶ ଖାନ ଏବଂ ମୁକେଶ କୁମାରଙ୍କ ନାମ ନେଇ ନାହାଁନ୍ତି।

୨୦୨୪ ଟି -୨୦ ବିଶ୍ୱକପ ଜୁନ୍ ୧ ତାରିଖରୁ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା (ଯୁକ୍ତରାଷ୍ଟ୍ର) ରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ମନୋନୀତ ହୋଇନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ ଟି ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ଵ ନେଇପାରନ୍ତି।

ଏହି ସମୟରେ, ପୂର୍ବତନ ଭାରତୀୟ ଭେଟେରାନ ଫାଷ୍ଟ ବୋଲର ଜାହିର ଖାନ ଆସନ୍ତା ଟି -୨୦ ବିଶ୍ୱକପ ପାଇଁ ଚାରିଜଣ ଶ୍ରେଷ୍ଠ ଦ୍ରୁତ ବୋଲରଙ୍କୁ ଚୟନ କରିଛନ୍ତି। ତେବେ ଗତ ସିରିଜରେ ଭାରତ ପାଇଁ ଖେଳିଥିବା ଦୁଇଜଣ ଯୁବ ବୋଲରଙ୍କ ନାମ ଜାହିର ରଖି ନାହାଁନ୍ତି।

ଜାହିର ବିଶ୍ୱାସ କରନ୍ତି ଯେ, ଟି -୨୦ ବିଶ୍ୱକପ ଦଳରେ ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜଙ୍କ ସ୍ଥାନ ନିଶ୍ଚିତ ହୋଇଛି। ଏଥିସହିତ ସେ ତାଙ୍କର ଚାରି ଦ୍ରୁତ ବୋଲରଙ୍କ ମଧ୍ୟରେ ଆବେଶ ଖାନ ଏବଂ ମୁକେଶ କୁମାରଙ୍କୁ ଅନ୍ତର୍ଭୁକ୍ତ କରିନାହାନ୍ତି।

ଏହା ବ୍ୟତୀତ ଜହିର ଖାନ ୨୦୨୩ ଦିନିକିଆ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ମହମ୍ମଦ ଶାମିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ମୋର ବିଶ୍ୱାସ ଅଛି ଯେ ଶାମି ବିଶ୍ୱକପ ଦଳର ଏକ ଅଂଶ ହେବେ ଏବଂ ସେ ଭାରତ ପାଇଁ ଏକ୍ସ ଫ୍ୟାକ୍ଟର ବୋଲି ମଧ୍ୟ ପ୍ରମାଣ କରିପାରନ୍ତି।

ବୁମରା, ସିରାଜ ଏବଂ ଶାମିଙ୍କ ବ୍ୟତୀତ ଜହିର ଖାନ ମଧ୍ୟ ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଅର୍ଶଦୀପ ସିଂଙ୍କୁ ଚୟନ କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ, ଏହି ଚାରି ଜଣ ଦ୍ରୁତ ବୋଲର ଆଗାମୀ ବିଶ୍ୱକପ୍‌ରେ ସ୍ଥାନ ପାଇବାକୁ ଯୋଗ୍ୟ।

ପ୍ରକାଶ ଯୋଗୟେ ଯେ, ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ ଚୟନ କରିନାହିଁ। ତେବେ ଏହା ନିଶ୍ଚିତ ଯେ, ବିଶ୍ୱକପ ପାଇଁ ଭାରତୀୟ ଦଳରେ କେବଳ ତିନି ଜଣ ସ୍ପିନର ଏବଂ ତିନି ଜଣ ଦ୍ରୁତ ବୋଲରଙ୍କୁ ଚୟନ କରାଯିବ, କାରଣ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଜଣେ ଦ୍ରୁତ ବୋଲର ଭାବେ ଭୂମିକା ନିଭାଇପାରନ୍ତି।

Categories
ଆଜିର ଖବର

ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଖେଳାଳି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,19/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍ ନିମନ୍ତେ ଉଭୟ ଦଳର ଖେଳାଳି ଭୁବନେଶ୍ବରରେ ପହଞ୍ଚିଛନ୍ତି । କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଉଭୟ ଦଳ ପରସ୍ପରର ମୁକାବିଲା କରିବେ । ଉଭୟ ଦଳର ଖେଳାଳି ପହଞ୍ଚିବା ପରେ ବସ୍‌ ଜରିଆରେ ମେ ଫେୟାର ହୋଟେଲକୁ ନିଆଯାଇଥିଲା । ଉଭୟ ଦଳର ଖେଳାଳୀ ଓ ବିସିସିଆଇର ଅଫିସିଆଲଙ୍କ ପାଇଁ ମେ’ଫେୟାର ହୋଟେଲରେ ରୁମ୍‌ ନିଆଯାଇଛି । ବିସିସିଆଇ ପକ୍ଷରୁ .ସମୁଦାୟ 85ଟି ରୁମ୍‌ ବୁକ୍‌ କରାଯାଇଛି । ବିମାନବନ୍ଦରରେ ଓହ୍ଲାଇବା ପରେ ଖେଳାଳି ମାନେ ସିଧାସଳଖ ହୋଟେଲକୁ ଯାଇଥିଲେ ।

Categories
ଖେଳ ବିଶେଷ ଖବର

ଅଧିନାୟକ ବିରାଟ କୋହଲିଙ୍କ ବିଶ୍ଵ ରେକର୍ଡ : ଆଇସିସି ବିଶ୍ଵକପ କ୍ରିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ଭାରତର ବିପୁଳ ବିଜୟ

ସମୀକ୍ଷା ବ୍ୟୁରୋ

୨୦୧୯ ଆଇସିସି ବିଶ୍ଵକପ କ୍ରିକେଟର ୩୪ତମ ମ୍ୟାଚରେ ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ମଞ୍ଚେଷ୍ଟର ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ  ୧୨୫ ରନରେ ବିଜୟ ହାସଲ କରିଛି। ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୬୮ ରନ କରିବାରେ ସକ୍ଷମ ହୋଇଥିଲା।

କିନ୍ତୁ  ୱେଷ୍ଟଇଣ୍ଡିଜ ଦଳ ୨୬୯ ରନ ଲକ୍ଷ୍ୟକୁ ପିଛାକରି ମାତ୍ର ୧୪୩ ରନରେ ସମସ୍ତ ୱିକେଟ ହରାଇଥିଲା। ଭାରତ ପକ୍ଷରୁ ମହମ୍ମଦ ଶମି ୬.୨ ଓଭରରେ ୧୬ ରନ ବ୍ୟୟ କରି ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ। ସେହିପରି ବୁମରାହ ଏବଂ ଚହଲ ୨ଟି ଲେଖାଏଁ, ପାଣ୍ଡ୍ୟା ଏବଂ କୁଳଦୀପ ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଏହି ବିଜୟ ସହ ଅଧିନାୟକ ବିରାଟ ଆଜି ଆଉ ଏକ ବ୍ୟକ୍ତିଗତ ବିଶ୍ଵ ରେକର୍ଡ ଲାଭ କରିଛନ୍ତି।  ଦ୍ରୁତତମ କୋଡିଏ ହଜାର ରନ କରିବାରେ କୋହିଲି ବିଶ୍ଵର ପ୍ରଥମ ଖେଳାଳି। ସେ ମାତ୍ର ୪୧୭ଟି ମ୍ୟାଚ ଖେଳି ଏହି ରେକର୍ଡ କରିବାରେ ସମର୍ଥ ହୋଇଛନ୍ତି। ଏହା ପୂର୍ବରୁ ଉଭୟ ବ୍ରାଏନ ଲାରା ଏବଂ ସଚିନ ତେନ୍ଦୁଲକର  ସମାନ ସଂଖ୍ୟକ ମ୍ୟାଚ (୪୫୩ଟି) ଖେଳି ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସଫଳ ହୋଇଥିଲେ।

MANCHESTER, JUNE 27 (UNI):- Indian bowler Jasprit Bumrah in action during a match between India and West Indies at ICC Cricket World Cup 2019, in Manchester on Thursday. UNI PHOTO BY SESHADRI SUKUMAR-14C

ଭାରତର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳର ପ୍ରାରମ୍ଭିକ ଯୋଡି ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ବ୍ୟାଟିଂ ଆରମ୍ଭ କରିଥିଲେ। କିନ୍ତୁ ରୋହିତ ୨୩ ବଲ ସାମ୍ନା କରି ମାତ୍ର ୧୯ ରନରେ କିମା ରୋଚଙ୍କ ବଲରେ ଆଉଟ ହୋଇଯାଇଥିଲେ। ସେତେବେଳକୁ ଭାରତର ସ୍କୋର ଥିଲା ୨୯ ରନ। ପ୍ରଥମ ୱିକେଟର ପତନ ପରେ ଅଧିନାୟକ ବିରାଟ ବ୍ୟାଟିଂକରିବାକୁ ପଡ଼ିଆ ମଧ୍ୟକୁ ଆସିଥିଲେ। କିନ୍ତୁ ଦଳୀୟ ସ୍କୋର ୯୮ ରନ ଥିବାବେଳେ ରାହୁଲ ବୋଲ୍ଡ ଆଉଟ ହୋଇଯାଇଥିଲେ। ସେ ଅର୍ଦ୍ଧଶତକରୁ ମାତ୍ର ୨ ରନ ଦୂରରେ ରହି ୪୮ ରନରେ ହୋଲ୍ଡରଙ୍କ ବଲରେ ବୋଲ୍ଡ ଆଉଟ ହୋଇଥିଲେ।

ତାପରେ ଚତୁର୍ଥ ସ୍ଥାନରେ ଖେଳିବା ପାଇଁ ବିଜୟ ଶଙ୍କର ଆସିଥିଲେ। ବିଜୟ ପୁଣି ଦଳକୁ ନିରାଶ କରିଥିଲେ। ସେ ମାତ୍ର ୧୪ ରନ କରି ରୋଚଙ୍କ ବଲରେ କ୍ୟାଚ ଆଉଟ ହୋଇ ପ୍ୟାଭିଲିଅନ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବା ପାଇଁ କେଦାର ଯାଦବ ଆସିଥିଲେ। କେଦାର ମଧ୍ୟ ବ୍ୟାଟିଂରେ ବିଫଳ ହୋଇଥିଲେ। ସେ କେବଳ ୭ ରନ କରି ପୁନର୍ବାର ରୋଚଙ୍କ ବଲରେ ଆଉଟ ହୋଇଥିଲେ। ଭାରତ ୨୮.୫ ଓଭରରେ ଚାରୋଟି ମୁଲ୍ୟବାନ ୱିକେଟ ହରାଇ ୧୪୦ରନ କରି ବିପଦରେ ଥିବାବେଳେ ମହେନ୍ଦ୍ର ସିଂହ ଧୋନୀ ବ୍ୟାଟିଂ କରିବା ପାଇଁ ପଡ଼ିଆ ମଧ୍ୟକୁ ଆସିଥିଲେ।

MANCHESTER, JUNE 27 (UNI):- Indian cricket fans cheering during a match between India and West Indies at ICC Cricket World Cup 2019, in Manchester on Thursday. UNI PHOTO BY SESHADRI SUKUMAR-10C

କୋହିଲି, ଧୋନୀ ଏବଂ ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଏକ ଭଲ ଟାର୍ଗେଟ ୱେଷ୍ଟଇଣ୍ଡିଜି ସାମ୍ନାରେ ରଖିଥିଲା। କୋହିଲି ୮୨ ବଲରେ ୭୨ ରନ, ପାଣ୍ଡ୍ୟା ୩୮ ବଲରେ ୪୬ ରନ ଏବଂ ଧୋନୀ ଅପରାଜିତ ୬୧ ବଲରେ ୫୬ ରନର ସୁନ୍ଦର ପାଳି ଖେଳିଥିଲେ। ୱେଷ୍ଟଇଣ୍ଡିଜି ପକ୍ଷରୁ କିମା ରୋଚ ୧୦ ଓଭରରେ ମାତ୍ର ୩୬ ରନ ବ୍ୟୟକରି ୩ ଟି ୱିକେଟ ଅକ୍ତିଆର କରିଥିଲେ।

Categories
ଆଜିର ଖବର

ଅଢେଇ ବର୍ଷ ପରେ ବାରବାଟୀକୁ ଫେରିଲା କ୍ରିକେଟ : ଡିସେମ୍ବର ୨୨ରେ ଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ର ଅନ୍ତିମ ମ୍ୟାଚ୍‌

ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଦୀର୍ଘ ଅଢେଇ ବର୍ଷ ପରେ କଟକକୁ ଫେରିଛି ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍। ଓ୍ଵେଷ୍ଟଇଣ୍ଡିଜର ଆଗାମୀ ଭାରତ ଗସ୍ତରେ ତୃତୀୟ ଦିନିକିଆ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଡିସେମ୍ବର ୨୨ରେ ଖେଳାଯିବ। ତୃତୀୟ ଦିନିକିଆ ଦିବାରାତ୍ର କ୍ରିକେଟ୍ ହେବା ନେଇ ସୂଚନା ଦେଇଛନ୍ତି ଓସିଏ ପରିଚାଳନା କମିଟିର ଅଧ୍ୟକ୍ଷ ଧିରେନ ପଲେଇ। ବାରବାଟୀ ଷ୍ଟାଡିୟମ୍‌ରେ ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ୨୦୧୭ ଡିସେମ୍ବର ୨୦ରେ ଖେଳାଯାଇଥିଲା। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ଟି-୨୦ ମୁକାବିଲା ଅନୁଷ୍ଠିତ ହୋଇଥିଲା। ବାରବାଟୀରେ ଏ ପର୍ଯ୍ୟନ୍ତ ୨ଟି ଟେଷ୍ଟ, ୧୮ଟି ଦିନିକିଆ ଓ ଗୋଟିଏ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳାଯାଇଛି। ଚଳିତବର୍ଷ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ତିନୋଟି ଲଖାଏଁ ଟି-୨୦ ଓ ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନାଇରେ ଖେଳାଯିବ। ଡିସେମ୍ବର ୧୮ରେ ଦ୍ୱିତୀୟ ମ୍ୟାଚ୍ ବିଶାଖାପଟନମ ଏବଂ ୨୨ ତାରିଖରେ ତୃତୀୟ ମ୍ୟାଚ୍ କଟକରେ ଖେଳାଯିବ।