Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»୮ ରନରେ ହାରିଲା କଙ୍ଗାରୁ, ୩୦ ବର୍ଷ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ଜିତିଲା ୱେଷ୍ଟଇଣ୍ଡିଜ୍
ଅନ୍ତରାଷ୍ଟ୍ରୀୟ

୮ ରନରେ ହାରିଲା କଙ୍ଗାରୁ, ୩୦ ବର୍ଷ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ଜିତିଲା ୱେଷ୍ଟଇଣ୍ଡିଜ୍

January 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବ୍ରିସବେନ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ଅତ୍ୟନ୍ତ ରୋମାଞ୍ଚକର ଟେଷ୍ଟରେ କାରିବିଆନ୍ ଦଳ ୮ ରନ୍ ରେ ଜିତିଛି। ଅଷ୍ଟ୍ରେଲିଆକୁ ୨୧୬ ରନ୍ ର ଲକ୍ଷ୍ୟ ଥିଲା, କିନ୍ତୁ କଙ୍ଗାରୁ ଦଳ ମାତ୍ର ୨୦୭ ରନ୍ ରେ ଅଟକିଯାଇଥିଲା। ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଷ୍ଟିଭ୍ ସ୍ମିଥ୍ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ୱେଷ୍ଟଇଣ୍ଡିଜ୍ ବୋଲରମାନେ ଘାତକ ବୋଲିଂ ପ୍ରଦର୍ଶନ କରି ମ୍ୟାଚ ନିଜ ନାମରେ କରିଥିଲେ। ତେବେ ୱେଷ୍ଟଇଣ୍ଡିଜ୍ ପ୍ରାୟ ୩୦ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଜିତିଛି।

ଜିତିବା ପାଇଁ ଅଷ୍ଟ୍ରେଲିଆ ୨୧୬ ରନ୍ ଲକ୍ଷ୍ୟ ରଖିଥିଲା। ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନମାନେ ନିୟମିତ ବ୍ୟବଧାନରେ ପାଭିଲିୟନ ଫେରୁଥିଲେ। ତେବେ ଷ୍ଟିଭ୍ ସ୍ମିଥ୍ ଗୋଟିଏ ପାର୍ଶ୍ଵରେ ଜମିରହିଥିଲେ। ୧୪୬ ବଲରେ ୯୧ ରନ୍ ସ୍କୋର କରିବା ପରେ ଷ୍ଟିଭ ସ୍ମିଥ ଅପରାଜିତ ଫେରିଥିଲେ। କିନ୍ତୁ ଅଷ୍ଟ୍ରେଲିଆର ପରାଜୟକୁ ଏଡାଇ ପାରିଲା ନାହିଁ। କଙ୍ଗାରୁ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ୪୨ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ, କିନ୍ତୁ ତାଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ। ତେଣୁ ଅଷ୍ଟ୍ରେଲିଆ ଦଳ ଲକ୍ଷ୍ୟଠାରୁ ୮ ରନ୍ ଦୂରରେ ରହିଯାଇଥିଲା।

ୱେଷ୍ଟଇଣ୍ଡିଜ ପାଇଁ ଶେମର ଜୋସେଫ ସବୁଠାରୁ ସଫଳ ବୋଲର ଥିଲେ। ଶେମର ଜୋସେଫ ୭ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କର ଶିକାର କରିଥିଲେ। ଏହା ବ୍ୟତୀତ ଅଲଜାରୀ ଜୋସେଫ ୨ ଟି ସଫଳତା ପାଥିଲେ। ଜଷ୍ଟିନ ଗ୍ରେଭସ୍ ୧ ୱିକେଟ୍ ନେଇଥିଲେ।

austrelia Test Series westindies
Share. Facebook Twitter LinkedIn Email WhatsApp Copy Link

Related Posts

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Latest News

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.