Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍‌ସ ଭୁବନେଶ୍ୱରରେ ରାଜ୍ୟର ପ୍ରଥମ ଆଇଆର ସମ୍ମିଳନୀ, ରୋଗୀ ସେବାରେ ଆସିବ ବ୍ୟାପକ ଉନ୍ନତି
ଆଜିର ଖବର

ଏମ୍‌ସ ଭୁବନେଶ୍ୱରରେ ରାଜ୍ୟର ପ୍ରଥମ ଆଇଆର ସମ୍ମିଳନୀ, ରୋଗୀ ସେବାରେ ଆସିବ ବ୍ୟାପକ ଉନ୍ନତି

August 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଏମ୍‌ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍‌ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ସମ୍ମିଳନୀ ଏଆଇଆରଏଡିସିଓଏନ୍‌ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ଆଇଆର୍‌ର ବ୍ୟାପକ ବ୍ୟବହାର ତଥା ଏହାର କାର୍ଯ୍ୟକାରୀତା ଉପରେ ମାନସମନ୍ଥନ ହୋଇଥିଲା। ଏହି ଜ୍ଞାନକୌଶଳର ସଫଳ ଉପଯୋଗ କରି ରୋଗୀ ସେବାକୁ ସୁଗମ ଏବଂ ସରଳ କରିବା ନିମ‌ନ୍ତେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ଯକୃତ କର୍କଟର ଚିକିତ୍ସା, ଯକୃତ(ଲିଭର୍‌) ସିରୋସିସ୍ ଚିକିତ୍ସା, ଭେରିକୋଜ୍ ଭେନ୍‌, ଶିରା ଓ ଧମନୀଜନିତ ବିଭିନ୍ନ ଜଟିଳ ରୋଗର ଚିକିତ୍ସା ପାଇଁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଆଇଏସ୍‌ଭିଆଇଆର (ଜାତୀୟ ଭାସ୍କୁଲାର ଏବଂ ଇଣ୍ଟରଭେନସନାଲ ରେଡିଓଲୋଜି ସୋସାଇଟି) ଏବଂ ଓରିଆ (ଓଡ଼ିଶା ରେଡିଓଲୋଜି ଏବଂ ଇମେଜିଙ୍ଗ ଆସୋସିଏସନ୍) ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦେଶ ବିଦେଶରୁ ବହୁ ଖ୍ୟାତିସମ୍ପନ୍ନ ବିଶେଷଜ୍ଞ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଚିକିତ୍ସକ ଅଂଶଗ୍ରହଣ କରି ଏହି କ୍ଷେତ୍ରରେ ଏକ ସୁଗମ ପରିବେଶ ସୃଷ୍ଟି କରିବାକୁ ମତ ରଖିଥିଲେ।

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସମସ୍ତ ପ୍ରତିନିଧିଙ୍କୁ ଏମ୍‌ସକୁ ସ୍ବାଗତ କରିବା ସହିତ ଏଭଳି ଏକ ଅଭିନବ ସମ୍ମିଳନୀ ପାଇଁ ଆୟୋଜକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ହାର୍ଭାର୍ଡ ମେଡିକାଲ୍ ସ୍କୁଲର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ବ ଡ. ସଞ୍ଜୀବ କଲ୍‌ଭାଙ୍କ ସହ ଜାତୀୟସ୍ତରରେ ସୁପରିଚିତ ଡ. ଅଜିତ ଯାଦବ, ଡ. ରୋଚନ୍ ପନ୍ଥ, ଡ. ଅମର ମୁକୁନ୍ଦ୍‌, ଡ. ଯଶୱନ୍ତ ପଟ୍ଟିଦାର, ଡ. ରଶ୍ମୀ ପାଢ଼ୀ, ଡ. ଦୟାନନ୍ଦ ଏଲ୍‌, ଡ. ପୁଲକିତ ରଙ୍ଗର ଏବଂ ଡ. କରମଭୀର ଚାନ୍ଦେଲ ପ୍ରମୁଖ ଏହି ସମ୍ମିଳନୀ ମାଧ୍ୟମରେ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ବିଭିନ୍ନ ଜଟିଳ ରୋଗର ଚିକିତ୍ସାରେ ନିର୍ବାହ କରୁଥିବା ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ।

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ ଡ. ମାଥ୍ୟୁ ଚେରିୟାନ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କ ପ୍ରେରଣାଦାୟୀ ଅଭିଭାଷଣରେ ଯୁବ ଚିକିତ୍ସକ ତଥା ବିଶେଷଜ୍ଞମାନଙ୍କୁ ଅଭିଭୂତ କରିଥିଲେ। ଗୁରୁତର ରୋଗର ସଫଳ ଚିକିତ୍ସା‌ କ୍ଷେତ୍ରରେ ଆଇଆର୍‌ ଉପଯୋଗ କରି ରୋଗୀର ଜୀବନରେ ଗୁଣବତ୍ତା ଆଣିବା ଦିଗରେ ଏହି ସମ୍ମିଳନୀ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଡ. ଚେରିୟାନ୍‌ ପ୍ରକାଶ କରିଥିଲେ। ଓଡ଼ିଶାରେ ଆଇଆରକୁ ବ୍ୟାପକ ଭାବେ ପ୍ରୟୋଗ କରି ଚିକିତ୍ସା କ୍ଷେତ୍ରରେ ଅନନ୍ୟ ଧାରା ପ୍ରବର୍ତ୍ତନ କରିବା ନେଇ ସେ ପ୍ରସ୍ତାବ ରଖିଥିଲେ।

ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟ ଡିଏମ୍‌ଇଟି ଡ. ସଚ୍ଚିଦାନନ୍ଦ ମହାନ୍ତି ରାଜ୍ୟର ସରକାରୀ ମେଡିକାଲ୍ କଲେଜଗୁଡ଼ିକରେ ଆଇଆର ବ୍ୟବହାର ବ୍ୟାପକ କରିବା ଉପ‌ରେ ମତ ରଖିଥିଲେ। ଏହି ଅବସରରେ ଏମ୍‌ସ ଭୁବନେଶ୍ୱର ଡିନ୍‌ ଡ. ପି ଆର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ରେଡିଓଡାଇଗ୍ନୋସିସ୍ ବିଭାଗ ମୁଖ୍ୟ ଡ. ଏନ୍‌ ଦୀପ୍‌ ବାଗ୍‌, ଡ. ସୁପ୍ରଭା ନାଏକଙ୍କ ସମେତ ଆୟୋଜନ କମିଟି ସଚିବ ଡ. ସୁଦୀପ୍ତା ମହାକୁଡ଼, ଡ. ମନୋଜ ନାୟକ, ଡ. ରଂଜନ ପଟେଲ ଏବଂ ଡ. ତାରା ପ୍ରସାଦ ତ୍ରିପାଠୀ ପ୍ରମୁଖଙ୍କ ତତ୍ତ୍ବାବଧାନରେ ଏହି ସମ୍ମିଳନୀ ସଂପାଦିତ ହୋଇଥିଲା।

ଉଲ୍ଲେଖଯୋଗ୍ୟଯେ ବିଭିନ୍ନ ପ୍ରକାରର ରେଡିଓଡାଇଗ୍ନୋସିସ୍‌ ନିମନ୍ତେ ଜନସାଧାରଣଙ୍କୁ ଘରୋଇ ଡାକ୍ତରଖାନାରେ ଅଧିକ ମୂଲ୍ୟ ଦେବାକୁ ପଡିଥାଏ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡିଥାଏ। ମାତ୍ର ସାମ୍ପ୍ରତିକ ବର୍ଷଗୁଡିକରେ, ଏମ୍‌ସ ଭୁବନେଶ୍ୱର ରେଡିଓଲୋଜି ବିଭାଗରେ କାର୍ଯ୍ୟରତ ଦକ୍ଷ, ଯୁବ ଚିକିତ୍ସକଙ୍କ ଦ୍ବାରା ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ସହିତ ବିଭିନ୍ନ ଜଟିଳ ରୋଗର ସରଳ ଚିକିତ୍ସା ପଦ୍ଧତି ହାତକୁ ନିଆଯାଉଛି। ଏହା ଫଳରେ ସାଧାରଣଲୋକଙ୍କୁ ଏମ୍‌ସରେ ଯଥେଷ୍ଟ ଉପକାର ମିଳୁଛି।

ଏମ୍‌ସ ଭୁବନେଶ୍ୱର ରୋଗୀ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.