
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦ ନଗର ଗ୍ରାମ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ପାଖରୁ ଗୋଳନ୍ଥରା ପୋଲିସ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଇଚ୍ଛାପୁର ନିକଟ ରତକନ୍ନର ଗ୍ରାମର ଏମ୍ ତିରୁପତି ବୋଲି ଜଣାପଡିଛି। ସେ କନିଷିରେ ଥିବା ସମ୍ପର୍କୀୟଙ୍କ ଘରକୁ ଆସୁଥିବା ବେଳେ ଉକ୍ତ ସ୍ଥାନରେ କୌଣସି ଅଜଣା ଗାଡ଼ି ଧକ୍କାରେ ଆହତ ହୋଇ ରାସ୍ତା କଡ଼ରେ ପଡି ପ୍ରାଣ ହରାଇଥିବା ଜଣାପଡ଼ିଛି।
ଖବର ପାଇ ପ୍ରବେସନାରୀ ଆଇ ପି ଏସ୍ ଅଧିକାରୀ ଅଙ୍କିତ୍ ବର୍ମା, ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଓ ଅନ୍ୟାନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଓ ଉଦ୍ଧାର ମୃତ ଦେହକୁ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି। ଏଥି ସହିତ ନିକଟରେ ଥିବା ବିଭିନ୍ନ ଅନୁଷ୍ଠାନର ସିସିଟିଭି ଫୁଟେଜକୁ ନେଇ ପୋଲିସ ତଦନ୍ତ ଚଳାଇଛି।
Tags: ଗୋଳନ୍ଥରା ଥାନା, ଯୁବକଙ୍କ ମୃତଦେହ