Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ପାଇଁ ମୋବାଇଲ୍ ଆପ୍ଲିକେସନ୍ ‘ରାଜମାର୍ଗଯାତ୍ରା’ ଆରମ୍ଭ
ଆଜିର ଖବର

ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ପାଇଁ ମୋବାଇଲ୍ ଆପ୍ଲିକେସନ୍ ‘ରାଜମାର୍ଗଯାତ୍ରା’ ଆରମ୍ଭ

August 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ନାଗରିକ- କେନ୍ଦ୍ରିକ ଏକୀକୃତ ମୋବାଇଲ୍ ଆପ୍ଲିକେସନ୍ ‘ରାଜମାର୍ଗଯାତ୍ରା’ ର ଶୁଭାରମ୍ଭ ସହିତ ରାଜପଥ ବ୍ୟବହାରକାରୀ ମାନଙ୍କ ଅଭିଜ୍ଞତାକୁ ମଜଭୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ଉପଭୋକ୍ତା – ଅନୁକୂଳ ଆପ୍ ବର୍ତ୍ତମାନ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆଇଓଏସ୍ ଆପ୍ ଷ୍ଟୋର୍‌ରେ ଡାଉନଲୋଡ୍ ପାଇଁ ଉପଲବ୍ଧ ହେଉଛି, ଯାହା  ଯାତ୍ରୀ ମାନଙ୍କୁ ଭାରତୀୟ ଜାତୀୟ ରାଜପଥ ଉପରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହିତ ଏକ ଦକ୍ଷ ଅଭିଯୋଗ ସମାଧାନ ବ୍ୟବସ୍ଥା ମଧ୍ୟ ପ୍ରଦାନ କରୁଛି । ଏହି ଆପ୍ ବର୍ତ୍ତମାନ ହିନ୍ଦୀ ଏବଂ ଇଂରାଜୀରେ ଉପଲବ୍ଧ ହେଉଛି ।

‘ରାଜମାର୍ଗଯାତ୍ରା\’ ଆପର ମୁଖ୍ୟ ବୈଶିଷ୍ଟ୍ୟ ଗୁଡିକ ହେଉଛି :

ବିସ୍ତୃତ ରାଜପଥ ସୂଚନା :  ‘ରାଜମାର୍ଗଯାତ୍ରା’ ଜାତୀୟ ରାଜପଥ ବ୍ୟବହାରକାରୀ ମାନଙ୍କ ପାଇଁ ଅତ୍ୟାବଶ୍ୟକ ତଥ୍ୟର ଏକକ ସଂଗ୍ରହାଳୟ ଭାବରେ କାର୍ଯ୍ୟ କରେ ।  ବାସ୍ତବ ସମୟର ପାଣିପାଗ ଅବସ୍ଥା, ଠିକ୍ ସମୟରେ ପ୍ରସାରଣ ବିଜ୍ଞପ୍ତି, ଏବଂ ନିକଟସ୍ଥ ଟୋଲ୍ ପ୍ଲାଜା, ପେଟ୍ରୋଲ୍ ପମ୍ପ, ଡାକ୍ତରଖାନା, ହୋଟେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ବିଷୟରେ ସବିଶେଷ ତଥ୍ୟ ପ୍ରାପ୍ତ କରିବାର ସୁଯୋଗ ପ୍ରଦାନ କରିଥାଏ, ଯାହା ଜାତୀୟ ରାଜପଥରେ ଏକ ନିରାପଦ ଏବଂ ସୁରକ୍ଷିତ ଯାତ୍ରା ନିଶ୍ଚିତ କରେ ।

ଚିନ୍ତା – ମୁକ୍ତ ଅଭିଯୋଗ ନିବାରଣ : ଏହି ଆପ୍ ଏକ ଅନ୍ତର୍ନିହିତ ଅଭିଯୋଗ ନିବାରଣ ଏବଂ ବୃଦ୍ଧି କୌଶଳ ସହିତ ସଜ୍ଜିତ । ଉପଭୋକ୍ତାମାନେ ଉତ୍ତମ ସ୍ୱଚ୍ଛତା ପାଇଁ ଜିଓ ଟ୍ୟାଗଡ୍ ଭିଡିଓ କିମ୍ବା ଫଟୋ ସଂଲଗ୍ନ କରି ସହଜରେ ରାଜପଥ ସମ୍ବନ୍ଧୀୟ ସମସ୍ୟା ଗୁଡିକର ରିପୋର୍ଟ କରି ପାରିବେ । ପଞ୍ଜୀକୃତ ଅଭିଯୋଗ ଗୁଡିକର ଏକ ସମୟସୀମା ମଧ୍ୟରେ ସମାଧାନ କରାଯିବ, ଯେକୌଣସି ବିଳମ୍ବ ହେଲେ ସିଷ୍ଟମ – ଜେନେରେଟେଡ୍ ମାମଲାକୁ  ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅଣାଯିବ । ବ୍ୟବହାରକାରୀ ସମ୍ପର୍ଣ୍ଣ ସ୍ୱଚ୍ଛତା ପାଇଁ ନିଜର ଅଭିଯୋଗର ସ୍ଥିତିକୁ ମଧ୍ୟ ଟ୍ରାକ୍ କରି ପାରିବେ ।

ନିର୍ବାଧ ଫାଷ୍ଟଟ୍ୟାଗ୍ ସେବା : ‘ରାଜମାର୍ଗଯାତ୍ରା’ ଏହାର ସେବାକୁ ବିଭିନ୍ନ ବ୍ୟାଙ୍କ ପୋର୍ଟାଲ୍ ସହିତ ଏକୀଭୂତ କରେ, ଯାହା ବ୍ୟବହାରକାରୀ ମାନଙ୍କ ପାଇଁ ସେମାନଙ୍କର ଫାଷ୍ଟଟ୍ୟାଗ୍ ରିଚାର୍ଜ କରିବା, ମାସିକ ପାସ୍ ପାଇବା ଏବଂ ଅନ୍ୟାନ୍ୟ ଫାଷ୍ଟଟ୍ୟାଗ୍ ସମ୍ବନ୍ଧୀୟ ବ୍ୟାଙ୍କିଂ ସେବା ଗୁଡିକୁ ଗୋଟିଏ ପ୍ଲାଟଫର୍ମ ମଧ୍ୟରେ ବ୍ୟବହାର କରିଥାଏ ।

ଦାୟିତ୍ୱପୂର୍ଣ୍ଣ ଏବଂ ନିରାପଦ ଡ୍ରାଇଭିଂ ଆଚରଣକୁ ଉତ୍ସାହିତ କରିବା ପାଇଁ ଅତ୍ୟଧିକ ଗତି ସମ୍ପର୍କରେ ସୂଚନା ଦେବା ଏବଂ ସ୍ୱର – ସହାୟତା ମାଧ୍ୟମରେ ସତର୍କ କରିବା ।

ଏହି ଉନ୍ନତିଗୁଡିକ ସହିତ,  ‘ରାଜମାର୍ଗଯାତ୍ରା’ ରାଜପଥ ବ୍ୟବହାରକାରୀ ମାନଙ୍କ ପାଇଁ ଏକ ନିରବଚ୍ଛିନ୍ନ, ଉପଭୋକ୍ତା – ଅନୁକୂଳ ଅଭିଜ୍ଞତା ସୃଷ୍ଟି କରିବା, ଭାରତୀୟ ଜାତୀୟ ରାଜପଥରେ ଏକ ନିରାପଦ ତଥା ଅଧିକ ଉପଭୋଗ୍ୟ ଯାତ୍ରା ସୃଷ୍ଟି କରିବା  ପାଇଁ ଲକ୍ଷ୍ୟ ରଖିଛି ।

ଜାତୀୟ ରାଜପଥ ମୋବାଇଲ୍ ଆପ୍ଲିକେସନ୍
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.