Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୈଦେଶିକ ମନ୍ତ୍ରୀଙ୍କ ସହ ‘ଷ୍ଟଡି ଇନ୍ ଇଣ୍ଡିଆ’ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ବୈଦେଶିକ ମନ୍ତ୍ରୀଙ୍କ ସହ ‘ଷ୍ଟଡି ଇନ୍ ଇଣ୍ଡିଆ’ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

August 3, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର:  ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ କରକମଳରେ ‘ଷ୍ଟଡି ଇନ୍ ଇଣ୍ଡିଆ’(ଏସଆଇଆଇ) ପୋର୍ଟାଲର ଶୁଭାରମ୍ଭ ହୋଇଯାଇଛି । ଉନ୍ମୋଚିତ ପୋର୍ଟାଲ ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ଏକାଡେମିକ୍ ଯାତ୍ରାକୁ ସହଜ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ପୋର୍ଟାଲ ପ୍ରସ୍ତୁତ ହୋଇଛି । ଷ୍ଟଡି ଇନ୍ ଇଣ୍ଡିଆ ପୋର୍ଟାଲ ଭାରତରେ ପାଠ ପଢୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଭିସା ଆବେଦନ ସହ ଗୋଟିଏ ପ୍ଲାଟଫର୍ମରେ ସବୁ ସମସ୍ୟାର ସମାଧାନ ହେବ । ଏହି ପୋର୍ଟାଲରେ ବିଦେଶରୁ ଆସି ଭାରତରେ ଅଧ୍ୟୟନ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ଡାଟା ବ୍ୟାଙ୍କ୍ ରହିବ, ଯାହା ମାଧ୍ୟମରେ ଭାରତକୁ ଆସୁଥିବା ବିଦେଶୀ ଛାତ୍ରଛାତ୍ରୀମାନେ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଯୋଗସୂତ୍ର ରକ୍ଷା କରିପାରିବେ । ଷ୍ଟଡି ଇନ୍ ଇଣ୍ଡିଆ ଭାରତ ସରକାରଙ୍କ ଏକ ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ, ଯାହା ସରକାରଙ୍କ ମଧ୍ୟରେ ନୀତିଗତ ଓ ଉଚ୍ଚଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତାକୁ ମଜଭୁତ୍ କରିବ  ଓ ଯୁବବର୍ଗଙ୍କୁ ବୈଶ୍ୱିକ ନେତୃତ୍ୱ ଭାବରେ ପ୍ରତିଷ୍ଠା କରିବ ।

ଭାରତ ନବସୃଜନ ଓ ଟେକ୍ନୋଲୋଜିର କେନ୍ଦ୍ରସ୍ଥଳୀ ହେବା କାରଣରୁ ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନ କରିବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ଭାବରେ ଉଭା ହୋଇଛି । ସୁଲଭ ଓ ଗୁଣାତ୍ମକ ଶିକ୍ଷାର ସନ୍ତୁଳନ ହିଁ ଭାରତରେ ଅଧ୍ୟୟନ କରିବା ପାଇଁ ଏକ ବିଶେଷ ସୁଯୋଗ ପ୍ରଦାନ କରୁଛି । ଯୋଗ ଓ ଆୟୁର୍ବେଦ ଭଳି ପାରମ୍ପରିକ ଜ୍ଞାନ, ଏଆଇ, ରୋବୋଟିକ୍ସ, ସେମି କଣ୍ଡକ୍ଟର ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଭଳି ଉଭା ହେଉଥିବା ଟେକ୍ନୋଲୋଜି ଉପରେ ଭାରତର ବିଶ୍ୱବିଦ୍ୟାଳୟ ଗୁଡିକ ଶିକ୍ଷା ପ୍ରଦାନ କରୁଛନ୍ତି । ବିବିଧ କାର୍ଯ୍ୟକ୍ରମ ଓ ପାଠ୍ୟଖସଡା ଛାତ୍ରଛାତ୍ରୀଙ୍କୁ ନିଜର ଏକାଡେମିକ ଯାତ୍ରାକୁ ସ୍ୱରୂପ ଦେବା ସହ ନିଜ ଲକ୍ଷ୍ୟ ପୂରଣ ଦିଗରେ ସାହାଯ୍ୟ କରିବ । ଏହି ଓ୍ୱେବସାଇଟ୍ ଛାତ୍ରଛାତ୍ରୀଙ୍କୁ ଭାରତର ଉଚ୍ଚ ଶିକ୍ଷାନୁଷ୍ଠାନରେ ଥିବା ବିଭିନ୍ନ ଉପକ୍ରମ ଓ ପାଠ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିବ । ସେହିପରି ଜାତୀୟ ଶିକ୍ଷା ନୀତି ଅଧିକରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଭରତରେ ପଢିବା ପାଇଁ ଗୁରୁତ୍ୱ ଦେଉଛି । ଏହା ଦ୍ୱାରା ଶିକ୍ଷାର ଆନ୍ତର୍ଜାତିକକରଣର ଲକ୍ଷ୍ୟ ପୂରଣ ହୋଇପାରିବ । ବିଦେଶୀ ବିଶ୍ୱବିଦ୍ୟାଳୟ ସହ ସହଭାଗୀତା, ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟାଳୟ ସ୍ଥାପନ କରିବା, ବିଦେଶୀ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଆକୃଷ୍ଟ କରାଯାଉଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶତାବ୍ଦୀ ଶତାବ୍ଦୀ ଧରି ଭାରତର ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟତାର ସମୃଦ୍ଧ ଇତିହାସ ରହିଛି । ନାଳନ୍ଦା, ତକ୍ଷଶିଳା, ବିକ୍ରମଶୀଳା, ବଲ୍ଲଭି ଭଳି ଆମ ପ୍ରାଚୀନ ଭାରତର ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ସମଗ୍ର ବିଶ୍ୱରୁ ଛାତ୍ରଛାତ୍ରୀ ଏବଂ ମେଧାବୀଙ୍କୁ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାର ଏକ ବିଶ୍ୱମାନର ମାପକାଠି ପ୍ରସ୍ତୁତ କରିଥିଲେ । ଚୀନ ପରିବ୍ରାଜକ ହୁଏନ ସାଂ ନାଳନ୍ଦାରେ ୫ ବର୍ଷ ଅଧ୍ୟୟନ କରିବା ସହ ଶିକ୍ଷାଦାନ କରିଥିଲେ ।  ପଞ୍ଚମ ଶତାବ୍ଦୀରେ ସ୍ଥାପିତ ହୋଇଥିବା ବିଶ୍ୱର ପ୍ରତିଷ୍ଠିତ ଏହି ଜ୍ଞାନ କେନ୍ଦ୍ରରେ ୧୦ ହଜାରରୁ ଉର୍ଦ୍ଦ୍ୱ ଛାତ୍ରଛାତ୍ରୀ ଏବଂ ୩ ହଜାରରୁ ଉର୍ଦ୍ଦ୍ୱ ଶିକ୍ଷକ ଶିକ୍ଷା ଦାନ ଏବଂ ଶିକ୍ଷା ଗ୍ରହଣ କରୁଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତକୁ ପୁଣି ଥରେ ଜ୍ଞାନର ପେଣ୍ଠସ୍ଥଳୀ ଭାବରେ ହେବା ପାଇଁ କାର୍ଯ୍ୟ କରୁଛି । ଏହାବ୍ୟତିତ ପ୍ରଧାନମନ୍ତ୍ରୀ ମୋଦି ଦେଶ ଗୁଡିକ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ, ଛାତ୍ରଛାତ୍ରୀଙ୍କ ମୋବିଲିଟି ଏବଂ ଶିକ୍ଷକଙ୍କ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଭାରତର ଜି-୨୦ ପ୍ରେସିଡେନ୍ସି ‘ବସୁଧୈବ କୁଟୁମ୍ବକମ’ର ବିଚାରକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଭାରତକୁ ବୈଶ୍ୱିକ ଶିକ୍ଷାର ଏକ ପେଣ୍ଠସ୍ଥଳୀ କରିବା ଉଦ୍ଦେଶ୍ୟରେ ଆଜି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପୋର୍ଟାଲର ଶୁଭାରମ୍ଭ ବୈଦେଶିକ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.