ଇଣ୍ଡିଆର କିଛି ନେତାଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ, ଭାଙ୍ଗି ହେଲା ଚୁରମାର

Published: Aug 4, 2023, 3:10 pm IST

ଭୁବନେଶ୍ୱର: ମୋଦି ଉପନାମ ମାମଲାରେ ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି ସୁପ୍ରିମକୋର୍ଟ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ରାହୁଲଙ୍କ ଦୋଷୀ ସାବ୍ୟସ୍ତ ଆବେଦନ ବିଚାରାଧୀନ ରହିବ, ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଯିବ।

ସୁପ୍ରିମକୋର୍ଟଙ୍କ ଏହି ପଦକ୍ଷେପରେ ନବଗଠିତ ବିରୋଧିମେଣ୍ଟର ଯେଉଁ ନେତାମାନେ ପ୍ରଧାନମନ୍ତ୍ରୀ ହେବେ ବୋଲି ସ୍ୱପ୍ନ ଦେଖୁଥିଲେ ତାହା ଏବେ ଦୁସ୍ୱପ୍ନରେ ପରିଣତ ହୋଇଯାଇଛି। ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ୨୦୨୪ ନିର୍ବାଚନରେ କଂଗ୍ରେସକୁ ଶକ୍ତି ମିଳିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ୨୦୨୪ ନିର୍ବାଚନ ଲଢ଼ିବ।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରାଯିବା ବହୁତ ଜରୁରୀ।୨୦୨୪ ନିର୍ବାଚନ ସମୟ ପାଖେଇ ଆସୁଛି। ଏଥିପାଇଁ ଶାସକ ଏନଡିଏ ଓ ବିରୋଧି ମେଣ୍ଟ ଇଣ୍ଡିଆ ପକ୍ଷରୁ ନିଜ ନିଜର ଶକ୍ତି ପ୍ରଦର୍ଶନରେ ଲାଗିଛନ୍ତି। ରାହୁଲ ଗାନ୍ଧୀ ମୋଦୀ ଉପନାମ ମାମଲାରେ ଦଣ୍ଡିତ ହେବା ପରଠାରୁ କଂଗ୍ରେସ କାହା ନେତୃତ୍ୱରେ ନିର୍ବାଚନ ଲଢ଼ିବ ବୋଲି ଆଲୋଚନା ହେଉଥିଲା।

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଏବେ କଂଗ୍ରେସକୁ ଶକ୍ତି ମିଳିଛି। ୨୦୨୪ ନିର୍ବାଚନରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ ହୋଇଯିବ। ଏହା ହେଲେ ଇଣ୍ଡିଆ ମେଣ୍ଟରେ ପ୍ରଧାନମନ୍ତ୍ରୀ ହେବାକୁ ଗୋଡ଼ କାଢ଼ି ବସିଥିବା ନେତାମାନେ ଚିନ୍ତାରେ ପଡ଼ିବେ।

Related posts