Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାହାରା ଦେଲେ ସମ୍ବିତ ପାତ୍ର: କିଡନୀ ପ୍ରତ୍ୟାରୋପଣ ପାଇଁ କଲେ ଆର୍ଥିକ ସାହାଯ୍ୟ
ଆଜିର ଖବର

ସାହାରା ଦେଲେ ସମ୍ବିତ ପାତ୍ର: କିଡନୀ ପ୍ରତ୍ୟାରୋପଣ ପାଇଁ କଲେ ଆର୍ଥିକ ସାହାଯ୍ୟ

August 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସତ୍ୟବାଦୀ: ସତ୍ୟବାଦୀ ବିଧାନସଭାର ପେଣ୍ଠପଡ଼ା ପଞ୍ଚାୟତର ଗୋପାଳପୁରପାଟଣା ଗାଁର ବିଷ୍ଣୁ ପ୍ରସାଦ ସାହୁଙ୍କ କିଡନୀ ପ୍ରତ୍ୟାରୋପଣ ୨୮ ଜୁନରେ କଟକ ବଡ଼ ଡ଼ାକ୍ତରଖାନାରେ ହେଇଥିଲା। ତାଙ୍କ ପରିବାରରେ ସେ ଏକା ରୋଜଗାରକ୍ଷମ ବ୍ୟକ୍ତି। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଲା ପରେ ତାଙ୍କ ପରିବାର ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ଆଗରୁ ସେ ପୁରୀର ଏକ କପଡା ଗୋଦାମରେ କାମ କରୁଥିଲେ। କିନ୍ତୁ ଏବେ କୌଣସି ଆୟର ମାଧ୍ୟମ ନାହିଁ। ପରିବାର ଲୋକଙ୍କ ପାଇଁ ପେଟେ ଖାଇବା ପାଇଁ ମଧ୍ୟ କଷ୍ଟକର ବ୍ୟାପାର ହେଇ ଯାଇଥିଲା। ବିଷ୍ଣୁ ପ୍ରସାଦ ସାହୁଙ୍କ ଏହି ଦୁଃସ୍ଥିତି ବିଷୟରେ ସ୍ଥାନୀୟ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଖବର ପାଇଲା ପରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବିଷ୍ଣୁ ପ୍ରସାଦ ସାହୁଙ୍କ ଘରକୁ ଯାଇ ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗେଇ ଦେଇଛନ୍ତି। ଏହି ସମୟରେ ସତ୍ୟବାଦୀରେ ଭାରତୀୟ ଜନତା ପାର୍ଟିର ନେତା ଓମ୍ ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

ସମ୍ବିତ ପାତ୍ର ଏହି ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ” ମୁଁ ବିଷ୍ଣୁ ପ୍ରସାଦ ସାହୁଙ୍କ ପରିବାରବର୍ଗ ପାଖରେ ସର୍ବଦା ଛିଡା ହୋଇ ରହିବି। ପରିବାରର ଭରଣ ପୋଷଣ ପାଇଁ ମୁଁ ଆର୍ଥିକ ସହାୟତା ଦେଇଛି ଆଗକୁ ଆବଶ୍ୟକ ହେଲେ ପୁଣି ପାଖରେ ଛିଡ଼ା ହେବି। ବିଷ୍ଣୁ ପ୍ରସାଦ ସାହୁଙ୍କ ପରିବାର ମୋ ପରିବାର, ତାଙ୍କର କୌଣସି ଅସୁବିଧା ହେବାକୁ ଦେବିନି। ”

ସମ୍ବିତ ପାତ୍ର ଆଗରୁ ମଧ୍ୟ ପୁରୀ ଲୋକସଭାରେ ଏଭଳି ଅନେକ ଲୋକଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। କ୍ୟାନ୍ସରରେ ପ୍ରାଣ ହରାଇଥିବା ସନ୍ତୋଷ ବାରିକଙ୍କ ପରିବାରକୁ , ଦୁର୍ଘଟଣାରେ ପ୍ରାଣ ହରେଇଥିବା ରସାନନ୍ଦ ମୁଦୁଲିର ଭଉଣୀ ସକୁନ୍ତଳା ମୁଡୁଲିର ଶିକ୍ଷା ପାଇଁ, ଆର୍ଥିକ ଦୁଃସ୍ଥିତି ଥିବା ରଣପୁରର କ୍ରୀଷ୍ଣା ରଣବିଜୁଳିର ଶିକ୍ଷା ପାଇଁ , ଦୁର୍ଘଟଣାରେ ଅପଙ୍ଗ ହେଇଥିବା ପିଣ୍ଟୁ ଭୋଳଙ୍କୁ ସମ୍ବିତ ପାତ୍ର ଆର୍ଥିକ ସାହାଯ୍ୟ ଯୋଗେଇ ଦେଇଛନ୍ତି।

ଆର୍ଥିକ ସାହାଯ୍ୟ ସତ୍ୟବାଦୀ ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026
Latest News

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.