Categories
ଆଞ୍ଚଳିକ

ସମ୍ବିତ ପାତ୍ରଙ୍କ ନେତୃତ୍ବରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହେଲେ ୫୦୦ରୁ ଅଧିକ ଯୁବକ

ପୁରୀ: ଆଜି ଦଳର ପୁରୀ ଲୋକସଭା ନିର୍ବାଚନ କାର୍ଯ୍ୟଳୟରେ ସତ୍ୟବାଦୀ ବିଧାନସଭା କ୍ଷେତ୍ରର ୫୦୦ରୁ ଅଧିକ ଯୁବ କାର୍ଯ୍ୟକର୍ତ୍ତା ସମ୍ବିତ ପାତ୍ରଙ୍କ ନେତୃତ୍ବରେ ପ୍ରଭାବିତ ହୋଇ ବିଜେପିରେ ଯୋଗଦେଇଛନ୍ତି। ନୂତନ କରି ଦଳରେ ସାମିଲ ହୋଇଥିବା ସମସ୍ତ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ସ୍ବାଗତ କରି ଡକ୍ଟର ସମ୍ବିତ ପାତ୍ର କହିଥିଲେ, “ଯୁବବନ୍ଧୁଙ୍କୁ ବିଜେପି ପରିବାରକୁ ହୃଦୟପୂର୍ବକ ସ୍ୱାଗତ ଏବଂ ଅଭିନନ୍ଦନ। ଯୁବକଙ୍କ ଉତ୍ସାହ ଏବଂ ଉଦ୍ଦୀପନାରୁ ଏହା ସ୍ପଷ୍ଟ ଯେ ଏଥର ପୁରୀ ଲୋକସଭାରେ ନିଶ୍ଚିତ ପଦ୍ମ ଫୁଟିବ।” ଏହା ସହିତ ଆଜି ଡକ୍ଟର ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା କ୍ଷେତ୍ର ଅଞ୍ଚଳରେ ଡୋର ଟୁ ଡୋର କେମ୍ପେନରେ ସାମିଲ ହୋଇ ନିର୍ବାଚନୀ ପ୍ରଚାର କରିବା ସହିତ ଜନସଂପର୍କ କରିଥିଲେ।

ଏହି ଅବସରରେ ସମ୍ବିତ ପାତ୍ର ସତ୍ୟବାଦୀର ଜନତାଙ୍କ ପୁରୀ ଲୋକସଭାରେ ପଦ୍ମ ଚିହ୍ନରେ ଭୋଟ୍‌ ଦେଇ ମୋଦୀଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା ନିମନ୍ତେ ଆହ୍ବାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡକ୍ଟର ସମ୍ବିତ ପାତ୍ରଙ୍କ ସହ ସତ୍ୟବାଦୀ ବିଧାନସଭାର ବିଜେପି ପ୍ରାର୍ଥୀ  ଓମ୍ ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାହାରା ଦେଲେ ସମ୍ବିତ ପାତ୍ର: କିଡନୀ ପ୍ରତ୍ୟାରୋପଣ ପାଇଁ କଲେ ଆର୍ଥିକ ସାହାଯ୍ୟ

ସତ୍ୟବାଦୀ: ସତ୍ୟବାଦୀ ବିଧାନସଭାର ପେଣ୍ଠପଡ଼ା ପଞ୍ଚାୟତର ଗୋପାଳପୁରପାଟଣା ଗାଁର ବିଷ୍ଣୁ ପ୍ରସାଦ ସାହୁଙ୍କ କିଡନୀ ପ୍ରତ୍ୟାରୋପଣ ୨୮ ଜୁନରେ କଟକ ବଡ଼ ଡ଼ାକ୍ତରଖାନାରେ ହେଇଥିଲା। ତାଙ୍କ ପରିବାରରେ ସେ ଏକା ରୋଜଗାରକ୍ଷମ ବ୍ୟକ୍ତି। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଲା ପରେ ତାଙ୍କ ପରିବାର ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ଆଗରୁ ସେ ପୁରୀର ଏକ କପଡା ଗୋଦାମରେ କାମ କରୁଥିଲେ। କିନ୍ତୁ ଏବେ କୌଣସି ଆୟର ମାଧ୍ୟମ ନାହିଁ। ପରିବାର ଲୋକଙ୍କ ପାଇଁ ପେଟେ ଖାଇବା ପାଇଁ ମଧ୍ୟ କଷ୍ଟକର ବ୍ୟାପାର ହେଇ ଯାଇଥିଲା। ବିଷ୍ଣୁ ପ୍ରସାଦ ସାହୁଙ୍କ ଏହି ଦୁଃସ୍ଥିତି ବିଷୟରେ ସ୍ଥାନୀୟ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଖବର ପାଇଲା ପରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବିଷ୍ଣୁ ପ୍ରସାଦ ସାହୁଙ୍କ ଘରକୁ ଯାଇ ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗେଇ ଦେଇଛନ୍ତି। ଏହି ସମୟରେ ସତ୍ୟବାଦୀରେ ଭାରତୀୟ ଜନତା ପାର୍ଟିର ନେତା ଓମ୍ ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

ସମ୍ବିତ ପାତ୍ର ଏହି ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ” ମୁଁ ବିଷ୍ଣୁ ପ୍ରସାଦ ସାହୁଙ୍କ ପରିବାରବର୍ଗ ପାଖରେ ସର୍ବଦା ଛିଡା ହୋଇ ରହିବି। ପରିବାରର ଭରଣ ପୋଷଣ ପାଇଁ ମୁଁ ଆର୍ଥିକ ସହାୟତା ଦେଇଛି ଆଗକୁ ଆବଶ୍ୟକ ହେଲେ ପୁଣି ପାଖରେ ଛିଡ଼ା ହେବି। ବିଷ୍ଣୁ ପ୍ରସାଦ ସାହୁଙ୍କ ପରିବାର ମୋ ପରିବାର, ତାଙ୍କର କୌଣସି ଅସୁବିଧା ହେବାକୁ ଦେବିନି। ”

ସମ୍ବିତ ପାତ୍ର ଆଗରୁ ମଧ୍ୟ ପୁରୀ ଲୋକସଭାରେ ଏଭଳି ଅନେକ ଲୋକଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। କ୍ୟାନ୍ସରରେ ପ୍ରାଣ ହରାଇଥିବା ସନ୍ତୋଷ ବାରିକଙ୍କ ପରିବାରକୁ , ଦୁର୍ଘଟଣାରେ ପ୍ରାଣ ହରେଇଥିବା ରସାନନ୍ଦ ମୁଦୁଲିର ଭଉଣୀ ସକୁନ୍ତଳା ମୁଡୁଲିର ଶିକ୍ଷା ପାଇଁ, ଆର୍ଥିକ ଦୁଃସ୍ଥିତି ଥିବା ରଣପୁରର କ୍ରୀଷ୍ଣା ରଣବିଜୁଳିର ଶିକ୍ଷା ପାଇଁ , ଦୁର୍ଘଟଣାରେ ଅପଙ୍ଗ ହେଇଥିବା ପିଣ୍ଟୁ ଭୋଳଙ୍କୁ ସମ୍ବିତ ପାତ୍ର ଆର୍ଥିକ ସାହାଯ୍ୟ ଯୋଗେଇ ଦେଇଛନ୍ତି।