ସମ୍ବିତ ପାତ୍ରଙ୍କ ନେତୃତ୍ବରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହେଲେ ୫୦୦ରୁ ଅଧିକ ଯୁବକ

Published: Apr 18, 2024, 8:33 pm IST

ପୁରୀ: ଆଜି ଦଳର ପୁରୀ ଲୋକସଭା ନିର୍ବାଚନ କାର୍ଯ୍ୟଳୟରେ ସତ୍ୟବାଦୀ ବିଧାନସଭା କ୍ଷେତ୍ରର ୫୦୦ରୁ ଅଧିକ ଯୁବ କାର୍ଯ୍ୟକର୍ତ୍ତା ସମ୍ବିତ ପାତ୍ରଙ୍କ ନେତୃତ୍ବରେ ପ୍ରଭାବିତ ହୋଇ ବିଜେପିରେ ଯୋଗଦେଇଛନ୍ତି। ନୂତନ କରି ଦଳରେ ସାମିଲ ହୋଇଥିବା ସମସ୍ତ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ସ୍ବାଗତ କରି ଡକ୍ଟର ସମ୍ବିତ ପାତ୍ର କହିଥିଲେ, “ଯୁବବନ୍ଧୁଙ୍କୁ ବିଜେପି ପରିବାରକୁ ହୃଦୟପୂର୍ବକ ସ୍ୱାଗତ ଏବଂ ଅଭିନନ୍ଦନ। ଯୁବକଙ୍କ ଉତ୍ସାହ ଏବଂ ଉଦ୍ଦୀପନାରୁ ଏହା ସ୍ପଷ୍ଟ ଯେ ଏଥର ପୁରୀ ଲୋକସଭାରେ ନିଶ୍ଚିତ ପଦ୍ମ ଫୁଟିବ।” ଏହା ସହିତ ଆଜି ଡକ୍ଟର ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା କ୍ଷେତ୍ର ଅଞ୍ଚଳରେ ଡୋର ଟୁ ଡୋର କେମ୍ପେନରେ ସାମିଲ ହୋଇ ନିର୍ବାଚନୀ ପ୍ରଚାର କରିବା ସହିତ ଜନସଂପର୍କ କରିଥିଲେ।

ଏହି ଅବସରରେ ସମ୍ବିତ ପାତ୍ର ସତ୍ୟବାଦୀର ଜନତାଙ୍କ ପୁରୀ ଲୋକସଭାରେ ପଦ୍ମ ଚିହ୍ନରେ ଭୋଟ୍‌ ଦେଇ ମୋଦୀଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା ନିମନ୍ତେ ଆହ୍ବାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡକ୍ଟର ସମ୍ବିତ ପାତ୍ରଙ୍କ ସହ ସତ୍ୟବାଦୀ ବିଧାନସଭାର ବିଜେପି ପ୍ରାର୍ଥୀ  ଓମ୍ ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

Related posts