Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩ ଦଫା ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
ଆଜିର ଖବର

୩ ଦଫା ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

August 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ରଣପୁର ବ୍ଲକର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀମାନେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରଣପୁର ବ୍ଲକ ସଭାପତି ପ୍ରଫୁଲ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରାୟ ୫୦୦ ଶିକ୍ଷକ ଶିକ୍ଷୟତ୍ରୀ ରଣପୁର ବି.ସି. ହାଇସ୍କୁଲ ଠାରୁ ଅପରାହ୍ନ ୧୨.୩୦ ରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଥିଲେ। ଏଥିରେ ପର୍ଯ୍ୟବେକ୍ଷକ ଭାବରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ଦାଶ, ଓଡଗାଁ ବ୍ଲକର ଶ୍ରୀଧର ପରିଡା ଏବଂ ରବୀନ୍ଦ୍ର କୁମାର ବେହେରା ଯୋଗ ଦାନ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଶାନ୍ତିପୂର୍ଣ୍ଣ ଭାବରେ ଶୋଭାଯାତ୍ରରେ ଯାଇ ରଣପୁର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜଗନ୍ନାଥ ଦାଶ, ମଧ୍ୟ ଇଁରାଜୀ ଶିକ୍ଷକ ସଙ୍ଘର ସଭାପତି ଅଶୋକ କୁମାର ଦାଶ, ସମ୍ପାଦକ ନୀଳକଣ୍ଠ ରଥ, ନୂତନ ପେନସନ ଶିକ୍ଷକ ସଙ୍ଘ ସଭାପତି ଅନିଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଘର ସଭାପତି ବସନ୍ତ ବେହେରା, ସମ୍ପାଦକ କୁଳମଣି ପଟ୍ଟନାୟକ, ନୟାଗଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପବିତ୍ର ପ୍ରଧାନ, ଏଡେଡ଼ ଏମ.ଇ. ସଙ୍ଘ ସଭାପତି ସ୍ମୃତି ରଞ୍ଜନ ଦାଶ, ସମ୍ପାଦକ ବ୍ରଜ କିଶୋର ପ୍ରଧାନ, କଳା ଓ କ୍ରୀଡା ଶିକ୍ଷକ ସଙ୍ଘର ସଭାପତି ସନ୍ତୋଷ କୁମାର ମହାପାତ୍ର, ମିଡ଼ିଆ କୋର୍ଡିନେଟର ସୁଶୀଲ କୁମାର ରଣା ପ୍ରମୁଖଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ଆସନ୍ତା ୧୧ ତାରିଖରେ ଜିଲ୍ଲା ସ୍ତରୀୟ ଶୋଭାଯାତ୍ରା ଅନୁଷ୍ଠିତ ହେବ।

ସୂଚନା ଥାଉ କି ତତ୍କାଳୀନ ମାନନୀୟ ମୁଖ୍ୟ ଶାସନ ସଚିବଙ୍କ ପତ୍ର ସଂଖ୍ୟା ୧୦୯ ସି ଏସ ତା ୩୦/୧୧/୨୦୨୨ ରିଖ ଅନୁଯାୟୀ ଶିକ୍ଷକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଦାବି ଗୁଡ଼ିକ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜକୁ ଆଠ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ମାନଙ୍କର ନିମ୍ନ ଲିଖିତ ଦାବି ଏଯାବତ୍ ପୂରଣ କରାଯାଇ ନାହିଁ। ଏଣୁ ଦାବି ସମୂହକୁ ବିଚାରକୁ ନେଇ ଯଥାଶୀଘ୍ର ପୂରଣ କରା ନ ଗଲେ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବାକୁ ବାଧ୍ୟ ହେବେ ବୋଲି ସଙ୍ଘ ତରଫରୁ ସୂଚନା ମିଳିଛି ।

ସେହି ଦାବିଗୁଡିକ ହେଲା ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ୍ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ। ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ ଏବଂ ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ।

ଏହି ଶୋଭାଯାତ୍ରରେ ସମସ୍ତ ବର୍ଗର ଶିକ୍ଷକ ସଙ୍ଘ ଏକତ୍ରିତ ହୋଇ ସହଯୋଗ କରିଥିଲେ। ଆଗାମୀ ଦିନରେ ମଧ୍ୟ ସମସ୍ତ ଶିକ୍ଷକ ସଙ୍ଘ ଏକତ୍ରିତ ହୋଇ ଦାବି ହାସଲ ପାଇଁ ସଂଗ୍ରାମ ଜାରି ରଖିବେ ବୋଲି ଜଣା ପଡିଛି।

ଦାବିପତ୍ର ପ୍ରଦାନ ବ୍ଲକ ଶିକ୍ଷା ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ ୧୭ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 14, 2026

ଜ୍ୟୋର୍ତିପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଦୀର୍ଘାୟୁ କାମନା କରି ଶାନ୍ତି ଯଜ୍ଞ

August 14, 2026

IndiGo Delay Sparks Anger: ବିମାନ ବିଳମ୍ବ ନେଇ ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କ ହାଙ୍ଗାମା

August 14, 2026

ପୁରୀରେ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ: ଉଦ୍ଧାର କାର୍ଯ୍ୟ ଜାରି

August 14, 2026
Latest News

‘ମୋ ବିବୃତ୍ତିକୁ ଭୁଲ ଭାବରେ ଦର୍ଶାଇ ଯୁବକମାନଙ୍କୁ ଭ୍ରମିତ କରାଯାଇଛି’: ସିଜେଆଇ

August 14, 2026

ଅଗଷ୍ଟ ୧୭ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 14, 2026

ଜ୍ୟୋର୍ତିପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଦୀର୍ଘାୟୁ କାମନା କରି ଶାନ୍ତି ଯଜ୍ଞ

August 14, 2026

ୟୁଏଇରୁ ପଳାତକ ଡ୍ରଗ୍ କିଙ୍ଗପିନ୍ ବୀରେନ୍ଦ୍ର ସିଂହ ବସୋୟାଙ୍କୁ ଭାରତ ଫେରାଇ ଆଣିଲା ଏନସିବି

August 14, 2026

“ଧ୍ୱଂସ ଦ୍ୱାରରେ ପାକିସ୍ତାନ”: ଏମଜେ ଆକବରଙ୍କ କଡ଼ା ବିବୃତ୍ତି

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.