Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟ
ଆଜିର ଖବର

ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟ

August 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: “ଭାରତର ଜି – ୨୦ ଅଧ୍ୟକ୍ଷତା ଦକ୍ଷିଣ ବିଶ୍ୱର ବିଭିନ୍ନ ଚିନ୍ତାକୁ ବ୍ୟାପକ କରିବା ପାଇଁ ଏକ ସ୍ୱତନ୍ତ୍ର ମଂଚ ପ୍ରଦାନ କରିଛି, ଭାରତକୁ ଏହି ଭୂମିକାରୁ ଲାଭ ମିଳିଛି, କାରଣ ଉଭୟ ପୂର୍ବବର୍ତ୍ତୀ (ଇଣ୍ଡୋନେସିଆ) ଏବଂ ପରବର୍ତ୍ତୀ (ବ୍ରାଜିଲ) ଆୟୋଜନକାରୀ ଜି- ୨୦ ଟ୍ରୋଇକାରେ ଅଛନ୍ତି। ଏହି ସ୍ଥିତି ଦକ୍ଷିଣ ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡ଼ିକ ଉପରେ ଆଲୋକପାତ କରିବ ଏବଂ ବିଶ୍ୱ ଶାସନର ସର୍ବୋଚ୍ଚ ସ୍ତରରେ ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ। ଶନିବାର ଦକ୍ଷିଣ ଆଫ୍ରିକାର ଡର୍ବାନ ଠାରେ ଚାଲିଥିବା ବ୍ରିକ୍ସ ସ୍ୱାସ୍ଥ୍ୟ ମନ୍ତ୍ରୀ ମାନଙ୍କର ବୈଠକକୁ ଭର୍ଚୁଆଲ ଭାବେ ସମ୍ବୋଧିତ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟ ଏହା କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ “ୟୁଏଚ୍‌ସି ୨୦୨୩ ମାର୍ଗରେ ସ୍ଥାୟୀ ସ୍ୱାସ୍ଥ୍ୟ ଉପରେ ‘ବ୍ୟବଧାନକୁ ଦୂର କରିବା” ଶୀର୍ଷକ ମାଧ୍ୟମରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପରିସରଭୁକ୍ତିକରଣର ଏଜେଣ୍ଡାକୁ ପ୍ରାଥମିକତା ଦେଇ ଥିବାରୁ ଦକ୍ଷିଣ ଆଫ୍ରିକାର ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ, ଦକ୍ଷିଣ ଆଫ୍ରିକାର ବ୍ରିକ୍ସ ପଦକ୍ଷେପ ଭାରତର ଜି-୨୦ ପ୍ରାଥମିକତା ସହିତ ଯୋଡ଼ି ହୋଇଛି, ଯେଉଁଥିରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିଚାଳନା, ଚିକିତ୍ସା ପରିମାପକ ପଦକ୍ଷେପ ଏବଂ ବିଶେଷ କରି ‘ଡିଜିଟାଲ ସ୍ୱାସ୍ଥ୍ୟ ନବସୃଜନ ଏବଂ ସମାଧାନ ଯାହା ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପରିସରଭୁକ୍ତ କରିବା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଣରେ ଉନ୍ନତି ଆଣିବା’ ଅନ୍ତର୍ଭୁକ୍ତ।

ଡଃ ମାଣ୍ଡଭୀୟ କହିଛନ୍ତି ଯେ ସମନ୍ୱିତ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଦକ୍ଷିଣ ଆଫ୍ରିକାର ପଦକ୍ଷେପକୁ ଭାରତ ସମର୍ଥନ କରୁଛି, କାରଣ ଏହା ଭବିଷ୍ୟତର ସ୍ୱାସ୍ଥ୍ୟ ସଙ୍କଟ ଦୂର କରିବା ପାଇଁ ପ୍ରସ୍ତୁତିକୁ ବୃଦ୍ଧି କରିବ । “ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ (୨୦୦୫) ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ର ଗୁଡ଼ିକର ସାମାଜିକ ଓ ଅର୍ଥନୈତିକ ସ୍ଥିତି ଉପରେ ଏହାର ପ୍ରଭାବକୁ ହ୍ରାସ କରିବା ସହିତ ସୀମାପାର ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବଶାଳୀ ହସ୍ତକ୍ଷେପ ପ୍ରସ୍ତୁତ କରିବାରେ ଏହି ସହଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ” ବୋଲି ସେ ଉଲ୍ଲେଖ କରିଛନ୍ତି ।

ପାରମାଣବିକ ଔଷଧ କ୍ଷେତ୍ରରେ ବ୍ରିକ୍ସ ସହଯୋଗ ପାଇଁ ରୁଷିଆର ପଦକ୍ଷେପକୁ କେନ୍ଦ୍ର ମନ୍ତ୍ରୀ ସ୍ୱାଗତ କରିବା ସହ ପାରମାଣବିକ ଔଷଧ ଉପରେ ଏକ ଅନ୍ତର୍ଜାତୀୟ ବିଶେଷଜ୍ଞ ମଂଚ ଗଠନ କରିବା ଉପରେ ସମର୍ଥନ ଜଣାଇଛନ୍ତି । ଏହି କ୍ଷେତ୍ରରେ ସହଯୋଗ କେବଳ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହନ ପ୍ରଦାନ କରିବ ନାହିଁ , ଏହା ସହିତ ବ୍ରିକ୍ସ ରାଷ୍ଟ୍ର ଗୁଡ଼ିକରେ ବୈଷୟିକ ଅଗ୍ରଗତିକୁ ମଧ୍ୟ ବୃଦ୍ଧି କରିବ ବୋଲି ସେ କହିଥିଲେ ।

ବ୍ରିକ୍ସ ଯକ୍ଷ୍ମା ଗବେଷଣା ନେଟୱର୍କ ପଦକ୍ଷେପ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇବା ସହ ଏହାର ଶୁଭାରମ୍ଭ ହେବା ପରଠାରୁ ହୋଇଥିବା ଅଗ୍ରଗତିକୁ ସ୍ୱୀକାର କରିବା ସହିତ, ଏହା ୨୦୩୦ ସୁଦ୍ଧା ଯକ୍ଷ୍ମା ରୋଗକୁ ନିର୍ମୂଳ କରିବା ଦିଗରେ ଆମର ପ୍ରୟାସକୁ ସୁଦୃଢ଼ କରିବ ବୋଲି ଡଃ. ମାଣ୍ଡଭୀୟ ପ୍ରକାଶ କରିଥିଲେ ।

ଡକ୍ଟର ମନସୁଖ ମାଣ୍ଡଭୀୟ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକୁ ଜରୁରୀକାଳୀନ ଭିତ୍ତିରେ ଏବଂ ପ୍ରତିବଦ୍ଧତାର ଭାବନା ନେଇ ବୈଠକର ଫଳାଫଳ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ ଏବଂ ଗଠନମୂଳକ ଆଲୋଚନା ଆୟୋଜନ ପାଇଁ ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ମଧ୍ୟ ସେ ରୁଷିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ଡଃ ମନସୁଖ ମାଣ୍ଡଭୀୟ ବ୍ରିକ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026
Latest News

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026

ହୋଲି ଦିନ କରନ୍ତୁ ଏହି ଉପାଚାର: ଦେଖିବେ ରଂଗୀନ ହୋଇଯିବ ଆପଣଙ୍କ ଭାଗ୍ୟ

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.