Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଦଳିବ ବାଲୁଗାଁ ରେଳ ଷ୍ଟେସନର ରୂପରେଖ: ଅମୃତ ଭାରତ ଷ୍ଟେସନ ଯୋଜନାରେ ହେଲା ସାମିଲ
ଆଜିର ଖବର

ବଦଳିବ ବାଲୁଗାଁ ରେଳ ଷ୍ଟେସନର ରୂପରେଖ: ଅମୃତ ଭାରତ ଷ୍ଟେସନ ଯୋଜନାରେ ହେଲା ସାମିଲ

August 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଏକ ଐତିହାସିକ ପଦକ୍ଷେପ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ପୂର୍ବାହ୍ନ ୧୧ ଘଟିକାରେ ସମଗ୍ର ଦେଶରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୦୮ ରେଳ ଷ୍ଟେସନର ପୁନଃ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ୫୦୮ ଷ୍ଟେସନ ମଧ୍ୟରେ ଓଡିଶାର ୨୫ ଗୋଟି ଷ୍ଟେସନ ସାମିଲ ହୋଇଥିବା ବେଳେ ଖୋର୍ଦ୍ଧା ରୋଡ ରେଳ ଡିଭିଜନର ବାଲୁଗାଁ ଷ୍ଟେସନ ଅନ୍ୟତମ।

ଏହି ପରିପ୍ରେକ୍ଷୀରେ ଆଜି ବାଲୁଗାଁ ରେଳ ଷ୍ଟେସନ ପରିସରରେ ଉକ୍ତ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଖୋର୍ଦ୍ଧା ରୋଡ ରେଳ ବିଭାଗ ପକ୍ଷରୁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା। ଯେଉଁଥିରେ ଅତିଥି ଭାବେ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଡା ସମ୍ବିତ ପାତ୍ର, କୋଚିନ ସିପ ୟାର୍ଡ଼ ନିର୍ଦ୍ଦେଶକ ପୃଥ୍ଵୀରାଜ ହରିଚନ୍ଦନ, ରେଳ ବିଭାଗ ଚିଫ ଇଲେକ୍ଟ୍ରିକାଲ ଲୋକୋମୋଟିଭ ଇଞ୍ଜିନିଅର ମଞ୍ଜିତ ସିଂହ ସନସନୱାଲ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ସମାଜସେବୀ ନିରଞ୍ଜନ ସେଠି ଓ ଦୁଷ୍ମନ୍ତ ହରିଚନ୍ଦନ ଆଦି ଯୋଗଦେଇଥିଲେ।

ଏହି ଅବସରରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ମୁଖ୍ୟ ଅତିଥି ସମ୍ବିତ ପାତ୍ର ଓଡିଶାକୁ ନରେନ୍ଦ୍ର ମୋଦି ସରକାର ବିଗତ ୯ ବର୍ଷରେ ୫୨ ହଜାର କୋଟି ଏବଂ କେବଳ ଚଳିତ ଆର୍ଥିକ ବର୍ଷରେ ୧୨ ହଜାର କୋଟି ଟଙ୍କାର ରେଳ ଅନୁଦାନ ଦେଇଥିବାରୁ ଧନ୍ୟବାଦ ଦେଇ ଆଗାମୀ ଦିନରେ ଓଡିଶାବାସି ମୋଦିଙ୍କ ସହିତ ରହିବାକୁ ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ଆହ୍ୱାନ ଦେଇଥିଲେ।

ବାଲୁଗାଁ ଷ୍ଟେସନର ରୂପରେଖ ବଦଳିବାକୁ ଯାଉଥିଲା ବେଳେ ଏହା ପୁରୀ ଲୋକସଭା ତଥା ଚିଲିକା ନିର୍ବାଚନମଣ୍ଡଳୀର ଏକ ବିଜନେସ ହବ ପାଲଟିବବୋଲି ଶ୍ରୀ ପାତ୍ର କହିଛନ୍ତି।

ପରିଶେଷରେ ବରିଷ୍ଠ ନାଗରିକ ସଂଗଠନର ସଦସ୍ୟମାନେ ଶ୍ରୀ ପାତ୍ରଙ୍କୁ ସାକ୍ଷାତ କରି ବାଲୁଗାଁ ରେଳ ଷ୍ଟେସନରେ କିଛି ମୁଖ୍ୟ ଟ୍ରେନ ରହଣିକୁ ନେଇ ଦାବିପତ୍ର ପ୍ରଦାନ କରିଥିଲେ।

ସୂଚନା ଥାଉକି ୨୧.୪ କୋଟି ବ୍ୟୟରେ ବାଲୁଗାଁ ଷ୍ଟେସନର ପୁନଃ ର୍ନିମାଣ କରାଯିବ। ସହରର ଉଭୟ ପାଶ୍ୱର୍ର ସଠିକ୍ ଏକୀକରଣ ସହିତ ଏହି ଷ୍ଟେସନର ବିକାଶ ପାଇଁ “ସିଟି ସେଣ୍ଟର” ଭାବରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି। ଏହି ସମନ୍ୱିତ ଆଭିମୁଖ୍ୟ ରେଳ ଷ୍ଟେସନକୁ କେନ୍ଦ୍ର କରି ସହରର ସାମଗ୍ରିକ ସହରୀ ବିକାଶର ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ।

ଏହି ପୁନଃ ର୍ନିମାଣ ଆଧୁନିକ ଯାତ୍ରୀ ସୁବିଧା ଯୋଗାଇବା ସହିତ ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ଭଲ ଡିଜାଇନ୍ ହୋଇଥିବା ଟ୍ରାଫିକ୍ ବ୍ୟବସ୍ଥା, ଇଣ୍ଟର – ମୋଡାଲ୍ ଏକୀକରଣ ଏବଂ ଭଲ ଡିଜାଇନ୍‍ ହୋଇଥିବା ସଙ୍କେତ ନିଶ୍ଚିତ କରିବ। ଷ୍ଟେସନ କୋଠାଗୁଡ଼ିକର ଡିଜାଇନ୍ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା ଅନୁପ୍ରାଣିତ ହେବ।

ତେବେ ବାଲୁଗାଁ ଷ୍ଟେସନର କୟାକଳ୍ପ ପରିବର୍ତ୍ତନ ପାଇଁ ଏହାକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରିଥିବାରୁ ଚିଲିକା ବାସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଅମୃତ ଭାରତ ଷ୍ଟେସନ ଯୋଜନା ଐତିହାସିକ ପଦକ୍ଷେପ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ରେଳ ଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.