Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ସୋଆ ପକ୍ଷରୁ ଦୁଇ ଦିନିଆ ଜାତୀୟ ଜନଜାତି ଲେଖକ ସମ୍ମିଳନୀ
ଆଜିର ଖବର

କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ସୋଆ ପକ୍ଷରୁ ଦୁଇ ଦିନିଆ ଜାତୀୟ ଜନଜାତି ଲେଖକ ସମ୍ମିଳନୀ

August 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
soa university
ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) ର ମିଳିତ ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ୯ ଏବଂ ୧୦ ତାରିଖରେ ଏକ ଦୁଇ ଦିନିଆ ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛ। ଏଥିରେ ୪୯ଟି ଜନଜାତି ଭାଷାରେ କାର୍ଯ୍ୟ କରୁଥିବା ପ୍ରାୟ ୭୦ ଜଣ ବିଶିଷ୍ଟ ଲେଖକ, କବି, ଚିତ୍ରକର ଓ କଥାବାଚକ ଯୋଗଦେବେ।

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଓ ଅଗଷ୍ଟ ୯ ତାରିଖ ଆନ୍ତର୍ଜାତୀୟ ବିଶ୍ୱ ମୂଳନିବାସୀ ଦିବସ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ବିଭିନ୍ନ ଭାଷାରେ କବିତାବୃତି, କ୍ଷୁଦ୍ର କାହାଣୀ ପଠନ, ଜନଜାତି ଭାଷା ଉପରେ କାର୍ଯ୍ୟ କରୁଥିବା ଯୁବ ଲେଖକମାନଙ୍କର ସମସ୍ୟା ଓ ଭାରତୀୟ ମୂଳ ଭାଷାଗୁଡ଼ିକର ସଂରକ୍ଷଣ ଓ ବିକାଶ କ୍ଷେତ୍ରକୁ ନେଇ ଏହି ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା କରାଯିବ ବୋଲି ବିଶିଷ୍ଟ କବି ତଥା ପ୍ରାଚୀନ୍ ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା କହିଛନ୍ତି ।

ସୋଆ କ୍ୟାମ୍ପସ୍ ୨ ରେ ଥିବା କନ୍‌ଭେନ୍ସନ୍ ହଲରେ ଅଗଷ୍ଟ ୯ ତାରିଖରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯିବ । କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଶ୍ରୀନିବାସ ରାଓ, ବିଶିଷ୍ଟ ଲେଖକ ତଥା ପଦ୍ମଶ୍ରୀ ଶ୍ରୀ ହଳଧର ନାଗ, ବିଶିଷ୍ଟ ଲେଖକ ପ୍ରଫେସର (ଡ.) ଜଗନ୍ନାଥ ଦାଶ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଏକାଡେମୀର ଓଡ଼ିଆ ଆଡଭାଇଜରୀ ବୋର୍ଡ ଆବାହକ ଡକ୍ଟର ଗୌରହରି ଦାଶ, ସାହିତ୍ୟ ଏକାଡେମୀ ସାନ୍ତାଳୀ ଆଡଭାଇଜରୀ ବୋର୍ଡ ଆବାହକ ଶ୍ରୀ ଚୈତନ୍ୟ ପ୍ରସାଦ ମାଝି, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିବେ।

ଏହି ଅବସରରେ ଯୋଗ ଦେବାକୁ ଥିବା ବିଶିଷ୍ଟ ଲେଖକ ଓ କବିମାନଙ୍କ ମଧ୍ୟରେ କ୍ରାଇରି ମୋଗ ଚୌଧୁରୀ (ମୋଗ), ରାଜକିଶୋର ନାଏକ (ବାଥୁଡି), ଅନିମା ଟିରା (ବିରିଜିଆ), ବାଇଚୁଙ୍ଗ ସେରିଙ୍ଗ୍ ଭୁତିଆ (ଭୁତିଆ), ଭାନୁମତି ସିଂ (ଭୂମିଜ୍‌), କୁସୁମ ଚକ୍‌ମା (ଚକ୍‌ମା), ଧନୁ ମୁଦୁଲୀ (ଗଡ଼ବା), ଡକ୍ଟର ଜୋମୟିର ଜିନି (ଗାଲୋ), ଶ୍ରୀ ମିରଥାନାର୍କ କେ. ମରକ (ଗାରୋ), ଇନ୍ଦୁମତି ଲମାନି (ବଞ୍ଜାରା), ସୁନୀଲ ଗାଏକୱାଡ (ଭିଲି), ଦସ୍‌ରୁ ନାଏକ (ହୋ), ଦମୟନ୍ତୀ ବେସରା (ସାନ୍ତାଳି), ୱାଙ୍ଗୋ ସୋସିଆ (ନୋଇଟି), ଯୋଗେଶ୍ୱରୀ ଏସ୍ (ହାକିପିକି), ସୁନୀଲ ପେଦାକାପୁ (କନ୍ଧ ପରଜା), ଏଥିଲବର୍ଥ ଖୋଙ୍ଗ୍ରିମାଇ (ଖାସି), ପ୍ରଦୀପ କହଁର (କୁଇ), ବୈକୁଣ୍ଠ ପ୍ରଧାନ (କିଶାନ୍‌), ପିଲ୍‌ସାଇ ଗଣ୍ଡ (ଗୋଣ୍ଡି), ସେବାଙ୍ଗ୍ ଗ୍ୟାଲ୍‌ସେନ୍ (ଲଦାଖୀ) , ପ୍ରତାପ ତମାଙ୍ଗ (ତମାଙ୍ଗ), ସୁଦର୍ଶନ ଜୁଆଙ୍ଗ (ଜୁଆଙ୍ଗ), କାଚୟୋ ଲେପ୍‌ଚା (ଲେପ୍‌ଚା) ,  ସ୍ୱର୍ଣ୍ଣଲତା ଆଇନ୍ଦ (ମୁଣ୍ଡାରି), ଲାଲଭେନ୍‌ସାଙ୍ଗି ଚାଙ୍ଗଥୁ (ମିଜୋ), ଏସ୍‌.କେ. ବୋରୋ (ବୋଡୋ), ଲିସୁ ଶବର (ସୌରା) ଓ ଲାଲ୍‌ରିନଲୁଇ (ହମର୍‌) ଅନ୍ତର୍ଭୁକ୍ତ।

ଆଜାଦୀ କା ଅମୃତ ମହୋତ୍ସବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଏଡ୍‌ସ ସମ୍ପର୍କିତ ଶିକ୍ଷା ଓ ସଚେତନତା ଅଭିଯାନର ତୃତୀୟ ପର୍ଯ୍ୟାୟ-୩.୦ ଶୁଭାରମ୍ଭ

August 13, 2026

ଅଗଷ୍ଟ ୧୩ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 13, 2026

ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ

August 12, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୬ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ, ପେପରଲେସ୍‌ ହେବ ସରକାରୀ କାର୍ଯ୍ୟାଳୟ

August 12, 2026
Latest News

ଏଡ୍‌ସ ସମ୍ପର୍କିତ ଶିକ୍ଷା ଓ ସଚେତନତା ଅଭିଯାନର ତୃତୀୟ ପର୍ଯ୍ୟାୟ-୩.୦ ଶୁଭାରମ୍ଭ

August 13, 2026

ଅଗଷ୍ଟ ୧୩ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

August 13, 2026

ଗ୍ରାମୀଣ ଜ୍ଞାନ ସେତୁ ଆପର ଶୁଭାରମ୍ଭ କଲେ ଅମିତ ଶାହ

August 12, 2026

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

August 12, 2026

ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.