Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ଦ୍ୱାରା ୧୫ ବର୍ଷ ବାଳକର ଶରୀରରୁ ବାହାରିଲା ବଡ଼ ସ୍କଲ ବେସ୍ ଟ୍ୟୁମର
ଆଜିର ଖବର

ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ଦ୍ୱାରା ୧୫ ବର୍ଷ ବାଳକର ଶରୀରରୁ ବାହାରିଲା ବଡ଼ ସ୍କଲ ବେସ୍ ଟ୍ୟୁମର

August 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ମାଧ୍ୟମରେ ଜଣେ ୧୫ ବର୍ଷୀୟ ବାଳକର ଶରୀରରେ ବୃଦ୍ଧି ପାଇଥିବା କ୍ରିକେଟ ବଲ୍ ଆକାରର ସ୍କଲ୍‌ବେସ୍ ଟ୍ୟୁମରକୁ ସଫଳତାର ସହ ବାହାର କରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍। ଗତ ୬ ବର୍ଷ ଧରି ମୟୁରଭଞ୍ଜ ଜିଲ୍ଲାର ସୁଦାମ କିସ୍‌କୁଙ୍କର ବାମ ଆଖି ପାଖରେ ମୁହଁ ଧୀରେ ଧୀରେ ଫୁଲିଯିବା ସହ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହା ଆଖି ନିକଟରେ ବୃଦ୍ଧି ପାଇବାରୁ ପରିବାର ବର୍ଗ ବ୍ୟସ୍ତ ହୋଇପଡ଼ିଥିଲେ। ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ ବାଳକଟିର ଚିକିତ୍ସା ହୋଇପାରି ନଥିଲା।

ଶେଷରେ ତାକୁ ସମ୍ମମ୍‌ରେ ଭର୍ତି କରାଯିବା ପରେ ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ମୁଖ୍ୟ ତଥା ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ ଚିକିତ୍ସା ଆରମ୍ଭ କରିଥିଲେ। ସଂପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ପରେ ତାଙ୍କ ମୁଣ୍ଡରେ ଏକ ୭ ସେମିର ଟ୍ୟୁମର ଥିବାର ଜଣାପଡ଼ିଥିଲା। ଏତେ ବଡ଼ ଆକାରର ଟ୍ୟୁମରକୁ ବାହାର କରିବା ଖୁବ୍ କଷ୍ଟକର ଥିଲା ବୋଲି ଡାକ୍ତର ସାହୁ କହିବା ସହ ଏଣ୍ଡୋସ୍କୋପ ସହାୟତାରେ ମିନିମାଲ୍ ଇନ୍‌ଭେସିଭ୍ ସର୍ଜରୀ ମାଧ୍ୟମରେ ଟ୍ରାନ୍ସ ଜାଇଗୋମାଟିକ୍ ପଦ୍ଧତିରେ ଦୀର୍ଘ ୨ ଘଂଟାର ଅପରେସନ୍ ପରେ ଟ୍ୟୁମରଟିକୁ ସଂପୂର୍ଣ୍ଣ ଭାବେ କଢ଼ାଯାଇପାରିଲା ବୋଲି ଡାକ୍ତର ସାହୁ କହିଛନ୍ତି।

ବର୍ତ୍ତମାନ ବାଳକଟି ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତ ଅଛି ଏବଂ ଅସ୍ତ୍ରୋପଚାରର ୪ ଦିନ ପରେ ତାକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ତା’ର ବାୟୋପ୍ସି ରିପୋର୍ଟରେ ଏହା ଏକ ନର୍ଭ ସିଥ୍ ଟ୍ୟୁମର ଅର୍ଥାତ୍ ସ୍ୱାନୋମା ବୋଲି ଜଣାପଡ଼ିଛି। ତେବେ ଅପରେସନ୍‌ର ପରବର୍ତୀ ସ୍କାନିଂ ରିପୋର୍ଟରେ ଟ୍ୟୁମରଟିକୁ ସମ୍ପୂର୍ଣ୍ଣ ଭାବେ ବାହାର କରାଯାଇଥିବା ଜଣାପଡ଼ିଛି।

ଡାକ୍ତର ସାହୁ କହିଛନ୍ତି ଯେ ଜଣେ ୧୫ ବର୍ଷ ବାଳକର ଶରୀରରେ ଏଭଳି ବିଶାଳ ଆକାରର ଟ୍ରାଇଜେମିନାଲ୍ ନର୍ଭ ସ୍ୱାନୋମା ଦେଖାଦେବା ଖୁବ୍ ବିରଳ। କାରଣ ଏଭଳି ଟ୍ୟୁମର ପ୍ରାୟତଃ ୩୦ ରୁ ୫୦ ବର୍ଷର ବୟସ୍କ ବ୍ୟକ୍ତିଙ୍କ ନିକଟରେ ଦେଖାଦେଇଥାଏ।

ଏଣ୍ଡୋସ୍କୋପି ସ୍କଲ୍ ବେସ୍ ସର୍ଜରୀ ହେଉଛି ଏକ ଉନ୍ନତମାନର ମିନିମାଲ୍ ଇନ୍େ‌ଭସିଭ୍ ସର୍ଜିକାଲ୍ ପ୍ରକ୍ରିୟା ଯାହାକି ସମ୍ମମରେ ନିୟମିତ ଭାବେ କରାଯାଉଛି। ହସ୍ପିଟାଲ୍‌ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗ ଅନେକ ରୋଗୀଙ୍କ ମୁହଁରେ ହସ ଫୁଟାଇପାରୁଛି।

ସମ୍ମମ୍ ସର୍ଜନ
Share. Facebook Twitter LinkedIn Email WhatsApp Copy Link

Related Posts

ଧାନମଣ୍ଡଳ–କପିଳାସ ରୋଡ଼ ସେକ୍ସନରେ ବ୍ରିଜ୍ ପୁନଃନିର୍ମାଣ କାର୍ଯ୍ୟ ହେତୁ ଯାତ୍ରୀବାହୀ ଟ୍ରେନ୍ ବାତିଲ୍

June 4, 2026

ବିପ୍ଳବୀ ସହୀଦ କୃତ୍ତିବାସଙ୍କୁ ବାଣପୁରବାସୀ ଦେଲେ ଅଶେଷ ଶ୍ରଦ୍ଧାଞ୍ଜଳି

June 4, 2026

BRICS DRRG Meeting: ଟେକ୍ନିକାଲ ସେସନ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

June 4, 2026

ତୈଳ ସଙ୍କଟ ମଧ୍ୟରେ ମୋଦି ସରକାର ବଡ଼ ନିଷ୍ପତ୍ତି: ଜାରି କଲେ ୧୦,୦୦୦ କୋଟିର ପାଣ୍ଠି

June 4, 2026
Latest News

ଧାନମଣ୍ଡଳ–କପିଳାସ ରୋଡ଼ ସେକ୍ସନରେ ବ୍ରିଜ୍ ପୁନଃନିର୍ମାଣ କାର୍ଯ୍ୟ ହେତୁ ଯାତ୍ରୀବାହୀ ଟ୍ରେନ୍ ବାତିଲ୍

June 4, 2026

ବିପ୍ଳବୀ ସହୀଦ କୃତ୍ତିବାସଙ୍କୁ ବାଣପୁରବାସୀ ଦେଲେ ଅଶେଷ ଶ୍ରଦ୍ଧାଞ୍ଜଳି

June 4, 2026

BRICS DRRG Meeting: ଟେକ୍ନିକାଲ ସେସନ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

June 4, 2026

ତୈଳ ସଙ୍କଟ ମଧ୍ୟରେ ମୋଦି ସରକାର ବଡ଼ ନିଷ୍ପତ୍ତି: ଜାରି କଲେ ୧୦,୦୦୦ କୋଟିର ପାଣ୍ଠି

June 4, 2026

ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.