୬ ଟି ରାଜ୍ୟରେ ୭ ଟି ବିଧାନସଭା ଆସନ ପାଇଁ ହେବ ଉପ-ନିର୍ବାଚନ: ଘୋଷଣା ହେଲା ତାରିଖ

Published: Aug 8, 2023, 4:59 pm IST

ନୂଆଦିଲ୍ଲୀ: ସେପ୍ଟେମ୍ବର ୫ ତାରିଖରେ ଦେଶର ୬ ଟି ରାଜ୍ୟରେ ୭ ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏହାର ଫଳାଫଳ ସେପ୍ଟେମ୍ବର ୮ ତାରିଖରେ ଆସିବ। ଏଥିରେ ଉତ୍ତରପ୍ରଦେଶରେ ଗୋଟିଏ ସିଟ୍, ପଶ୍ଚିମବଙ୍ଗରେ ଗୋଟିଏ ସିଟ୍, କେରଳରେ ଗୋଟିଏ ସିଟ୍, ଝାଡଖଣ୍ଡରେ ଗୋଟିଏ ସିଟ୍, ଉତ୍ତରାଖଣ୍ଡରେ ଗୋଟିଏ ସିଟ୍ ଏବଂ ତ୍ରିପୁରାରେ ଦୁଇଟି ସିଟ୍ ରହିଛି।

ନିର୍ବାଚନ ଆୟୋଗ କହିଛନ୍ତି ଯେ, ଝାଡଖଣ୍ଡର ଡୁମ୍ରି, କେରଳର ପୁଥୁପଲ୍ଲୀ, ତ୍ରିପୁରାର ବାକ୍ସନଗର ଏବଂ ଧାନପୁର ଆସନରେ ଏହି ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏହା ବ୍ୟତୀତ ବଙ୍ଗଳାର ଧୂପଗୁଡି, ୟୁପିରେ ଘୋଷୀ ଏବଂ ଉତ୍ତରାଖଣ୍ଡର ବାଗେଶ୍ୱର ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।

Related posts