Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଏଚଆଇଭି ସଚେତନ ଉଦ୍ଦେଶ୍ୟରେ ଗଣଦୌଡ
ଆଜିର ଖବର

ଖୋର୍ଦ୍ଧା: ଏଚଆଇଭି ସଚେତନ ଉଦ୍ଦେଶ୍ୟରେ ଗଣଦୌଡ

August 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଯୁବ ମହୋତ୍ସବ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ CDM & PHO ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଗଣ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଉକ୍ତ ଗଣ ଦୌଡ଼ ଟିକୁ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସକାଳ ସମୟ 7.30 ମିନିଟିରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ରେଡ ରିବନ କ୍ଲବ (RRC), ୟୁଥ ରେଡ କ୍ରସ (YRC), ନେହେରୁ ଯୁବ କେନ୍ଦ୍ର (NYK), ରିଲିଆନ୍ସ ଫାଉଣ୍ଡେସନ ଓ ଭୁବନେଶ୍ୱର ଏବଂ ଖୋର୍ଦ୍ଧା କଲେଜର ପ୍ରାୟ 100 ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏଚଆଇଭି ର ବହୁଳ ପ୍ରସାର ଓ ପ୍ରଚାର ଉଉଦ୍ଦେଶ୍ୟରେ ଯୁବ ଗୋଷ୍ଠୀ ମନେ ଉକ୍ତ ଗଣ ଦୌଡରେ ସାମିଲ ହୋଇଥିଲେ। ମହର୍ଷି କଲେଜ, ରାଜଧାନୀ କଲେଜ, ଚନ୍ଦକା ଡିଗ୍ରୀ କଲେଜ, କୀଟ ବିଶ୍ୱବିଦ୍ୟାଳୟ, ଗୋଦାବରୀଶ ମହାବିଦ୍ୟାଳୟ, ବାଲୁଗାଁ ଡିଗ୍ରୀ କଲେଜ, ରମାଦେବି ବିଶ୍ୱବିଦ୍ୟାଳୟ, କେରଙ୍ଗ କଲେଜ, ପି. ଏନ ସ୍ୱୟଂ ଶାସିତ ମହାବିଦ୍ୟାଳୟ, କବି ପ୍ରସନ ପାଟଶାଣି କଲେଜ, ନେହେରୁ ଯୁବ କେନ୍ଦ୍ର (NYK), ରିଲିଆନ୍ସ ଫାଉଣ୍ଡେସନ ର ଛାତ୍ର ଛାତ୍ରୀ ମାନେ ତଥା ସମ୍ପୃକ୍ତ ମହାବିଦ୍ୟାଳୟ YRC ସଂଯୋଜକ ତଥା ଅଧ୍ୟାପକ ମାନେ ଯୋଗ ଦେଇ ଆଜିର ଉଦ୍ଦେଶ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ଏହି ଅବସରରେ CDM & PHO ଙ୍କ ସଭା କାର୍ଯ୍ୟ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ CDM & PHO, YRC ସଂଯୋଜକ, ତଥା ଛାତ୍ର ଛାତ୍ରୀ ମାନେ ଏଚ ଆଇ ଭି /ଏ ଡ଼ ସ ର ସଚେତନତା ବାର୍ତା ସହିତ NACO ଦ୍ୱାରା ଜାରିକରାଯାଇଥିବା ନିଃଶୁଳ୍କ ନମ୍ବର 1097 ଅଧିକା ମାତ୍ରରେ ଡାଏଲ କରିବାକୁ ଆଲୋଚନା କରିଥିଲେ। ଏହି ଗଣ ଦୌଡ଼ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରଥମ, ଦ୍ୱିତୀୟ, ତୃତୀୟ ତଥା ଆଉ 7ଜଣଙ୍କୁ ସାନ୍ତ୍ୱନା ମୂଳକ ଆର୍ଥିକ ପୁରସ୍କାର CDM & PHO ଙ୍କ ହସ୍ତରୁ ପ୍ରଦାନ କରାଯାଇଥିଲା। ସମସ୍ତ 10ଜଣ କୃତି ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

ଏହି ଗଣ ଦୌଡ଼କୁ YRC ସଂଯୋଜକ ଶ୍ରୀଯୁକ୍ତ ସୁରେଶ ମହାନ୍ତି ଚନ୍ଦକା ଡିଗ୍ରୀ କଲେଜ ଓ ଡ଼. ରେବତୀକାନ୍ତ ମହାରଣା ପରିଚାଳନା କରିଥିଲେ, ତଥା DAPCU ର ସମସ୍ତ ଷ୍ଟାଫସ, TI, CSC ଓ LWS KNP+ ର ସମସ୍ତ କର୍ମୀ ସହଯୋଗ କରିଥଲେ, ଶେଷରେ DPM, DAPCU ବିଧାନ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇ ସଭା ସମାପ୍ତ କରାଯାଇଥିଲା।

କେ. ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.