ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନରେ ବରିଷ୍ଠ ଓକିଲ ଅରୂପାନନ୍ଦ ଦାସ ପୁନଃନିର୍ବାଚିତ

Published: Aug 8, 2023, 10:51 pm IST

କଟକ: ଗତ ଏପ୍ରିଲ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ନିର୍ବାଚନରେ ଅରୂପାନନ୍ଦ ଦାସ ଦ୍ଵିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ପ୍ରକାଶ ଥାଉ କି ଏହି ନିର୍ବାଚନରେ ସାରା ରାଜ୍ୟର ଆଇନଜୀବୀମାନେ ପାଞ୍ଚ ବର୍ଷରେ ଥରେ ୨୫ ଜଣ ଆଇନଜୀବୀଙ୍କୁ ନିର୍ବାଚିତ କରିଥାନ୍ତି।

ସେହି କ୍ରମରେ ଭୋଟ ଗଣତି ଚାଲୁ ରହିଥିବା ବେଳେ ନିଧାର୍ଯ୍ୟ ଭୋଟ ପାଇ ସାରିଥିବାରୁ ଅରୁପାନନ୍ଦ ଦାସଙ୍କୁ ନିର୍ବାଚିତ ଘୋଷଣା କରାଯାଇଛି। ସେ ବର୍ତ୍ତମାନ ଓଡିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟରତ। ସେ ପୂର୍ବତନ ଜିଲ୍ଲା ଜଜ୍ ସ୍ବର୍ଗତ ସଚ୍ଚିଦାନନ୍ଦ ଦାସ ଙ୍କ କନିଷ୍ଠ ପୁତ୍ର ଓ ପୁର୍ବତନ ଜିଲ୍ଲା ଜଜ୍ ଦେବଯାନୀ ଦାସଙ୍କ ସାନ ଭାଇ।

ତାଙ୍କର ବିଜୟ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଓଡ଼ିଶାର ମହାଧିବକ୍ତା ଅଶୋକ ପରିଜା, ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ସୌର ଚନ୍ଦ୍ର ମହାପାତ୍ର, ଦୁର୍ଗା ପ୍ରସାଦ ନନ୍ଦ, ପୁର୍ବତନ ବାର୍ କାଉନସିଲ୍ ଅଧ୍ୟକ୍ଷ ଟହଲି ଚରଣ ମହାନ୍ତି ଓ ଉପାଧ୍ୟକ୍ଷ ଦେବବ୍ରତ ମିଶ୍ର, ବାର୍ କାଉନସିଲ୍ ସଦସ୍ୟ ସୀତାଂଶୁ ଦ୍ବିବେଦୀ, ମାନସ ଚାନ୍ଦ, ଜ୍ଞାନ ରଞ୍ଜନ ମହାନ୍ତି, କମଲେସ ପ୍ରସାଦ ରଣା, ବଲାଙ୍ଗୀର ରୁ ଅମନ୍ ନାଗ, କେନ୍ଦୁଝରରୁ ଗିରିଜା ଶଙ୍କର ମିଶ୍ର, କଟକ ବାର୍ ଆସୋସିଏସନ୍ ର ପୁର୍ବତନ ସମ୍ପାଦକ ନରେଶ ଜେନା ଅଭିନନ୍ଦନ ଜଣାଇଛନ୍ତି।

ସେହିପରି ବିଶ୍ୱଜିତ୍ ମହାପାତ୍ର, ଜ୍ୟୋତିନ୍ଦ୍ରିୟ ମହାନ୍ତି,ହାଇ କୋର୍ଟ ବାର୍ ଆସୋସିଏସନ୍ ର ସଭାପତି ଧରଣୀଧର ନାୟକ ଓ ସମ୍ପାଦକ ଚିତ୍ତରଂଜନ ସ୍ବାଇଁ ଓ ପୂର୍ବତନ ସମ୍ପାଦକ ସତ୍ୟବ୍ରତ ମହାନ୍ତି, ଜନ୍ମେଜୟ କଟିକିଆ , ବିଦ୍ୟାଧର ପ୍ରଧାନ, କ୍ରିମିନାଲ କୋର୍ଟ ବାର୍ ଆସୋସିଏସନ୍ ର ସମ୍ପାଦକ ସ୍ମୃତି ରଞ୍ଜନ ରାଉତ, ପୁର୍ବତନ ସଭାପତି ଦିଲ୍ଲୀପ ପଟ୍ଟନାୟକ ଓ ସମ୍ପାଦକ ପ୍ରଦୀପ କୁମାର ପରିଡ଼ା, ଆଇନଜୀବୀ ମନୋଜ ବର୍ମା,ସୀତାରାମ ଅଗ୍ରୱାଲ, ସୁଶାନ୍ତ ଶେଖର, ପି ରମେଶ ପାତ୍ର, ପ୍ରଫୁଲ୍ଲ ଖଟୁଆ, ଭୁବନେଶ୍ୱରରୁ ଅଶୋକ ଦାସ୍ ଓ କୁଲଦାନନ୍ଦ ଦାସ ସ୍ବାଗତ କରିଛନ୍ତି।

ବ୍ରହ୍ମପୁର ରୁ ଦୀପକ ପଟ୍ଟନାୟକ, ପୁଷ୍ପମିତ୍ର ମହାପାତ୍ର, ୱାଇ ଏସ ପି ବାବୁ, ଝୁମ୍ପା ମିତ୍ର ରାୟ, ସୁଷମା ସାହୁ, ମଧୁ ଛନ୍ଦା ପାଢ଼ୀ, ମଧୁ ମହାନ୍ତି, ସଂଜୀବ ଚକ୍ରବର୍ତ୍ତୀ, ତପସ୍ଵିନୀ ସିହ୍ନା, ରାକେଶ ଶର୍ମା, କରୁଣାକର ଗୟା, ସୁବ୍ରତ ଶତପଥୀ, ଲଲାଟେନ୍ଦୁ କାନୁନଗୋ, ସୁଧି ରଞ୍ଜନ ମହାନ୍ତି,ଦିଲୀପ ପ୍ରଧାନ, ସରୋଜ ବାବୁ, ଜିତେନ୍ଦ୍ର ସାମନ୍ତରାୟ, ଗୌତମ ପଣ୍ଡା, ନିରୁପମା ହାତୀ,ସୋରଂଶୁ, ଅଜୟ ରଥ, ସାରଦା ତ୍ରିପାଠୀ, ଅରୁଣ ଦାସ, ଅରୁଣ ସାହୁ, ରାଜ ଦାସ, ଶିବାନନ୍ଦ ଦାଶ, ପ୍ରସେନ୍ ଜିତ୍ ସିନ୍ନା, ସୋମନାଥ ନନ୍ଦ, ସିଦ୍ଧାନ୍ତ ଦାସ, ଲକ୍ଷ୍ମୀ ନାରାୟଣ ରୟଟସିଂ, ସୌମ୍ୟ ମହାନ୍ତି, ଅଜିତ ରାଉତ, ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

Related posts