Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଉଦ୍‌ଯାପିତ
ଆଜିର ଖବର

ସୋଆରେ ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଉଦ୍‌ଯାପିତ

August 11, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜନଜାତି ଭାଷାଗୁଡିକ ଲୋପ ପାଇଯାଉଥିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଚାଲିଥିବା ୨ ଦିନିଆ ସର୍ବଭାରତୀୟ ଜନଜାତି ଲେଖକ ସମ୍ମିଳନୀ ର ଉଦ୍‌ଯାପନୀ ଦିବସରେ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଛି। ଜନଜାତି ଭାଷାଗୁଡିକର ସଂରକ୍ଷଣ ଓ ଉନ୍ନତି ନିମନ୍ତେ ଏକ ସ୍ୱତନ୍ତ୍ର ଭାଷା ନୀତି ପ୍ରଚଳନର ଆବଶ୍ୟକତା ଅଛି ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି।

ସାରା ବିଶ୍ୱରେ ପ୍ରାୟ ୬୦୦୦ କଥିତ ଭାଷା ମଧ୍ୟରୁ ପ୍ରାୟ ୪୫୦୦ ଜନଜାତି ଭାଷା ବିଭିନ୍ନ କାରଣ ଏବଂ ଚାପ ଯୋଗୁଁ ଲୋପ ପାଇବାକୁ ବସିଲାଣି ବୋଲି କୋରାପୁଟ ସ୍ଥିତ କାଉନ୍‌ସିଲ୍ ଅଫ୍ ଆନାଲିଟିକାଲ୍ ଟ୍ରାଇବାଲ୍ ଷ୍ଟଡିଜ୍‌ର ପ୍ରଫେସର ଜଗବନ୍ଧୁ ସାମଲ କହିଛନ୍ତି।

‘ଭାରତୀୟ ଜନଜାତି ଭାଷାଗୁଡିକ ର ସଂରକ୍ଷଣ ଓ ବିକାଶ’ ଶୀର୍ଷକ ଆଲୋଚନାରେ ନିଜ ମତବ୍ୟକ୍ତ କରି ଏହା କହିଛନ୍ତି ଡକ୍ଟର ସାମଲ।

ଅଗଷ୍ଟ ୯ ତାରିଖ ଆନ୍ତଜାର୍ତୀକ ଜନଜାତି ଦିବସ ପରିପ୍ରେକ୍ଷୀରେ ସାହିତ୍ୟ ଏକାଡେମୀ ଏବଂ ସୋଆ ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ର ଆୟୋଜନ କରାଯାଇଥିଲା।

ଡକ୍ଟର ସାମଲ କହିଥିଲେ ଯେ, ଭାରତୀୟ ଜନଜାତିଙ୍କ ଭାଷା ଗୁଡିକ ବେଶ ଜଟିଳ ଏବଂ ଗୋଟିକରୁ ଅନ୍ୟଟି ବେଶ୍ ଭିନ୍ନ। ଏହି ଭାଷାଗୁଡିକ କେବଳ ସଂଗୀତ, ଲୋକକଥା,କିମ୍ବଦନ୍ତୀ ଓ ପ୍ରହ୍ଳେଳିକା ମାଧ୍ୟମରେ ସଂରକ୍ଷିତ ହୋଇ ରହିଥାଏ।

ଅଧିକାଂଶ ଜନଜାତିଙ୍କର ନିଜସ୍ୱ ଲିପି ନାହିଁ। ସେମାନଙ୍କର କେବଳ କଥିତ ଭାଷା ରହିଛି ଯାହାକି ଖୁବ୍ ଉନ୍ନତ ବୋଲି ସେ କହିଥିଲେ।

ଏହି ଅଧିବେଶନରେ ଭାଷାବିତ୍ ଡକ୍ଟର ସନ୍ତୋଷ କୁମାର ରଥ, ସ୍କଲାର ପ୍ରଫେସର ଗୌରାଙ୍ଗ ଚରଣ ଦାଶ ଏବଂ ଗୁଜରାଟୀ କବି ଜିତେନ୍ଦ୍ର ଭାସାଭା ମଧ୍ୟ ବକ୍ତବ୍ୟ ରଖିଥିଲେ।

ଡକ୍ଟର ସାମଲ କହିଥିଲେ ଯେ ଜନଜାତି ଭାଷାଗୁଡିକ ଉପଯୁକ୍ତ ରକ୍ଷଣାବେକ୍ଷଣ, ସରକାରୀ ପ୍ରୋତ୍ସାହନ ର ଅଭାବ ଏବଂ ଅନ୍ୟ ଭାଷାଗୁଡିକ ର ଚାପ ଯୋଗୁଁ ଲୁପ୍ତ ପ୍ରାୟ ହେବାକୁ ବସିଲାଣି। ତେଣୁ ୟୁନେସ୍କୋ ପକ୍ଷରୁ ଆଶଙ୍କା କରାଯାଉଛି ଯେ ଯଦି ଏଭଳି ଧାରା ଜାରି ରହେ ତେବେ ଏହି ଶତାଦ୍ଦୀର ଶେଷ ସୁଦ୍ଧା ପ୍ରାୟ ଅଧା କଥିତ ଭାଷାଗୁଡିକ ଲୋପ ପାଇଯିବ।

ୟୁନେସ୍କୋ ପକ୍ଷରୁ ଜନଜାତି ସତା ଭାଷାଗୁଡିକୁ ପ୍ରୋତ୍ସାହନ ଓ ସୁରକ୍ଷା ଦେବା ନେଇ ଏକ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ଡକ୍ଟର ସାମଲ କହିବା ସହ ଜନଜାତି ଭାଷାଗୁଡିକର ସର୍ତା ହରାଇବାରେ ଶିଳ୍ପର ପ୍ରସାର, ବିକାଶ ମୂଳକ କାର୍ଯ୍ୟ ତଥା ଆଧୁନିକ ସଂସ୍କୃତି ହିଁ ମୂଳ କାରଣ ବୋଲି କହିଥିଲେ।

ଜନଜାତି ଙ୍କର ମୂଲ୍ୟବୋଧ, ପ୍ରଥା, ପରଂପରା, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଜୀବନରେ ପରିବର୍ତନ ଯୋଗୁଁ ସେମାନଙ୍କର ସଂସ୍କୃତି ଓ ଭାଷା ଉପରେ ଅନେକ ପ୍ରଭାବ ପଡୁଛି ବୋଲି ସେ ମତ ଦେଇଥିଲେ।

ଡକ୍ଟର ସାମଲ ଜନଜାତିଙ୍କର ଉନ୍ନତି ନିମନ୍ତେ ଏକ ସ୍ୱତନ୍ତ୍ର ଭାଷାନୀତି ର ପ୍ରଚଳନ ନେଇ ଦାବି କରିବା ସହ ଜନଜାତି ସଂପ୍ରଦାୟରେ କେଉଁ ମାନଙ୍କ ର ଲିପି ଅଛି ଏବଂ କାହାର ନାହିଁ ତାହା ଚିହ୍ନଟ କରି ଯେଉଁମାନଙ୍କ ଲିପି ଅଛି ସେମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଯୋଜନା ବ୍ୟବସ୍ଥା କରିବା ନିମନ୍ତେ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଡକ୍ଟର ରଥ କହିଥିଲେ ଯେ ୧୯୬୧ ରେ ଯେଉଁ ଜନଗଣନା କରାଯାଇଥିଲା ତହିଁ ଅନୁଯାୟୀ ଭାରତରେ ୧୬୫୨ଟି ଭାଷା ଥିଲା। ତେବେ ୧୦ ବର୍ଷ ପରେ ପରବର୍ତୀ ଜନଗଣନାରେ ଭାଷା ଗୁଡିକର ସଂଖ୍ୟା ୧୦୮କୁ ହ୍ରାସ ପାଇଥିଲା। ଏହାର ମୁଖ୍ୟ କାରଣ ହେଉଛି ଯେଉଁ ଭାଷାକୁ ୧୦,୦୦୦ରୁ କମ୍ ସଂଖ୍ୟକ ସଂପ୍ରଦାୟ ବ୍ୟବହାର କରନ୍ତି ତାହା ତାଲିକା ରେ ସ୍ଥାନ ପାଇ ନଥିଲା। ପ୍ରତ୍ୟେକ ଶିଶୁ ତାର ପ୍ରାଥମିକ ଶିକ୍ଷା ମାତୃଭାଷାରେ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଶ୍ରୀ ଭାସାଭା ପରାମର୍ଶ ଦେଇଥିଲେ ଯେ ଶିକ୍ଷିତ ଜନଜାତି ନିଜ ଭାଷାକୁ ପ୍ରୋତ୍ସାହନ ଦେବା ନିମନ୍ତେ ପଦକ୍ଷେପ ନେବା ସହ ଆଦିବାସୀ ଅଂଚଳ ରେ ରହୁଥିବା ଅଣ ଜନଜାତି ବର୍ଗ ଏଭଳି ଉଦ୍ୟମରେ ସହଯୋଗ କରିବା ଉଚିତ୍।

ପ୍ରଫେସର ଦାଶ କହିଥିଲେ ଯେ ଓଡିଶାରେ ସଂସ୍କୃତ, ପ୍ରକୃତ ଓ ଜନଜାତି ଭଳି ଭାଷାର ତିନୋଟି ଶାଖାର ବିକାଶ ହୋଇଛି।

ଉଦ୍‌ଯାପନୀ ଦିବସରେ ସାହିତ୍ୟ ଏକାଡେମୀ ର ସଚିବ ଡକ୍ଟର କେ. ଶ୍ରୀନିବାସରାଓ , ପ୍ରାଚୀନ ମୁଖ୍ୟ ଡକ୍ଟର ଗାୟତ୍ରୀବଳାଳା ପଣ୍ଡା, ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଓ ପ୍ରଫେସର ଜଗନ୍ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଦିବସରେ ‘ଜନଜାତି ଭାଷାକୁ ନେଇ ଯୁବ ଲେଖକଙ୍କ ନିମନ୍ତେ ଆହ୍ୱାନ’ ଶୀର୍ଷକ ଆଲୋଚନା ଓ ବହୁବିଧ ଭାଷାରେ କବିତାବୃତି ଆୟୋଜିତ ହୋଇଥିଲା।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ୧୨ ବର୍ଷ ସଫଳତା ପ୍ରଚାର ପାଇଁ ଆଇଏମପିସିସି ବୈଠକ

June 4, 2026

ଢେଙ୍କାନାଳ ଆଦିବାସୀ ଯୁବତୀଙ୍କୁ ଚାଲାଣ ମାମଲା: ତଦନ୍ତ ଆରମ୍ଭ କଲା ଜାତୀୟ ମାନବାଧିକାର କମିଶନ

June 4, 2026

ଟି-୨୦ ଅଧିନାୟକ ପଦରୁ ହଟିଲେ ସୂର୍ଯ୍ୟକୁମାର ଯାଦବ!

June 4, 2026

ମାଲବ୍ୟ ନଗର ଅଗ୍ନିକାଣ୍ଡ ଘଟଣା: ହୋଟେଲ ମାଲିକ ଲାଭକେଶ ବଜାଜ ଗିରଫ

June 3, 2026
Latest News

ପୁଣିଥରେ ଏକାଠି ହେବେ କି ଉଦ୍ଧବ – ସିନ୍ଦେ ! ସତାରଙ୍କ ମନ୍ତବ୍ୟ ପରେ ବଢିଲା ଚର୍ଚ୍ଚା

June 4, 2026

କେନ୍ଦ୍ର ସରକାରଙ୍କ ୧୨ ବର୍ଷ ସଫଳତା ପ୍ରଚାର ପାଇଁ ଆଇଏମପିସିସି ବୈଠକ

June 4, 2026

ଢେଙ୍କାନାଳ ଆଦିବାସୀ ଯୁବତୀଙ୍କୁ ଚାଲାଣ ମାମଲା: ତଦନ୍ତ ଆରମ୍ଭ କଲା ଜାତୀୟ ମାନବାଧିକାର କମିଶନ

June 4, 2026

ଟି-୨୦ ଅଧିନାୟକ ପଦରୁ ହଟିଲେ ସୂର୍ଯ୍ୟକୁମାର ଯାଦବ!

June 4, 2026

ଆଜି ଜୁନ ୪ ତାରିଖ ଗୁରୁବାର, କଣ ରହିଛି ଆପଣଙ୍କ ରାଶିରେ ଜାଣି ନିଅନ୍ତୁ

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.