Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟପ୍ରଦେଶ ଗସ୍ତ: ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ
ଆଜିର ଖବର

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟପ୍ରଦେଶ ଗସ୍ତ: ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

August 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ। ଅପରାହ୍ନ ପ୍ରାୟ ୨:୧୫ ସମୟରେ ସେ ସାଗର ଜିଲ୍ଲାରେ ପହଞ୍ଚିବେ, ଯେଉଁଠାରେ ସେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ସ୍ଥଳରେ ଭୁମି ପୂଜନ କରିବେ। ଅପରାହ୍ନ ପ୍ରାୟ ୩:୧୫ ସମୟରେ ପ୍ରଧାନମନ୍ତ୍ରୀ ଧନାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଯେଉଁଠାରେ ସେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ବିଶିଷ୍ଟ ସାଧୁ ତଥା ସମାଜ ସଂସ୍କାରକଙ୍କୁ ସମ୍ମାନିତ କରିବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଏକ ବିଶେଷ ଅଂଶ ଅଟେ। ତାଙ୍କ ଦୃଷ୍ଟିକୋଣ ଅନୁଯାୟୀ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ୧୧.୨୫ ଏକରରୁ ଅଧିକ ଅଞ୍ଚଳରେ ର୍ନିମାଣ ହେବ ଏବଂ ଏହାର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ। ଏହି ମହାନ୍ ସ୍ମାରକୀରେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀଙ୍କର ଜୀବନ, ଦର୍ଶନ ଏବଂ ଶିକ୍ଷା ପ୍ରଦର୍ଶନ କରିବାକୁ ଏକ ଆକର୍ଷଣୀୟ କଳା ସଂଗ୍ରହାଳୟ ଏବଂ ଗ୍ୟାଲେରୀ ରହିବ । ଏଥିରେ ସ୍ମାରକୀ ପରିଦର୍ଶନ କରିବାକୁ ଥିବା ଭକ୍ତମାନଙ୍କ ଲାଗି ଭକ୍ତ ନିବାସ, ଭୋଜନାଳୟ ଇତ୍ୟାଦିର ସୁବିଧା ମଧ୍ୟ ରହିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶକୁ ୪୦୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ରେଳ ଏବଂ ସଡକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

କୋଟା-ବୀଣା ରେଳ ମାର୍ଗର ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଥିବା ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଉତ୍ସର୍ଗ କରିବେ । ପ୍ରାୟ ୨୪୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ର୍ନିମିତ ଏହି ପ୍ରକଳ୍ପ ରାଜସ୍ଥାନର କୋଟା ଏବଂ ବରନ ଜିଲ୍ଲା ଏବଂ ମଧ୍ୟପ୍ରଦେଶର ଗୁନା, ଅଶୋକନଗର ଏବଂ ସାଗର ଜିଲ୍ଲା ଦେଇ ଯାଇଥାଏ । ଅତିରିକ୍ତ ରେଳ ଲାଇନ ଉନ୍ନତ ଗତିଶୀଳତା ପାଇଁ କ୍ଷମତା ବୃଦ୍ଧି କରିବ ଏବଂ ଏହି ମାର୍ଗରେ ଟ୍ରେନର ବେଗକୁ ବଢାଇବାରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ୧୫୮୦ କୋଟିରୁ ଅଧିକ ମୂଲ୍ୟରେ ଦୁଇଟି ସଡକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିମଧ୍ୟରେ ମୋରିକୋରୀ – ବିଦିଶା – ହିନୋତିୟାକୁ ସଂଯୋଗ କରୁଥିବା ଏକ ଚାରି ଲେନ ବିଶିଷ୍ଟ ସଡକ ପ୍ରକଳ୍ପ ଏବଂ ହିନୋତିୟାକୁ ମେହଲୁୱା ସହିତ ସଂଯୋଗ କରୁଥିବା ଏକ ସଡକ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟପ୍ରଦେଶ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026
Latest News

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.