Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠୁ ଜୀ-ସାର୍ଥକରେ ଆରମ୍ଭ ହେଉଛି ‘ସାରେଗାମାପା ଲିଟିଲ ଚାମ୍ପ’ର ମେଗା ଅଡିସନ୍ ଏବଂ ଗାଲା ରାଉଣ୍ଡ
ଆଜିର ଖବର

ଆଜିଠୁ ଜୀ-ସାର୍ଥକରେ ଆରମ୍ଭ ହେଉଛି ‘ସାରେଗାମାପା ଲିଟିଲ ଚାମ୍ପ’ର ମେଗା ଅଡିସନ୍ ଏବଂ ଗାଲା ରାଉଣ୍ଡ

August 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଜୀ-ସାର୍ଥକରେ ଆରମ୍ଭ ହୋଇଯାଇଛି ଓଡିଶାର ସବୁଠାରୁ ବଡ ସିଗିଙ୍ଗ ରିୟାଲିଟି ଶୋ ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’। ଅଡିସନ୍ ରାଉଣ୍ଡ ପରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ମେଗା ଅଡିସନ ଏବଂ ଗାଲା ରାଉଣ୍ଡ। ପ୍ରତିଭାର ଏହି ମଞ୍ଚରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୁନି କଳାକାରମାନଙ୍କ ମଧ୍ୟରୁ ସେମାନଙ୍କ ଦକ୍ଷତା ଅନୁଯାୟୀ ଜୁରୀ ବା ବିଚାରକ ମାନେ ମେଗା ଅଡିସନ୍ ପାଇଁ ଚୟନ କରିଛନ୍ତି।

“ମେଗା ଅଡିସନ୍ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନେ ଗାଲା ରାଉଣ୍ଡକୁ ଯିବେ ପୁଣି ସେମାନଙ୍କ ମଧ୍ୟରୁ ସର୍ବୋଚ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ମାନେ ଫାଇନାଲ ରାଉଣ୍ଡ କୁ ଯିବେ। ତେଣୁ ଏହି ମେଗା ଅଡିସନ୍ ଓ ଗାଲା ରାଉଣ୍ଡ କେବଳ ପ୍ରତିଯୋଗୀମାନଙ୍କ ପାଇଁ ନୁହେଁ ବିଚାରକ ମାନଙ୍କୁ ଚୟନ କରିବା ବି ସହଜ ହେବ ନାହିଁ କାରଣ ସମସ୍ତ ପ୍ରତିଯୋଗୀଙ୍କ ପ୍ରଦର୍ଶନ ବହୁତ ଉଚ୍ଚକୋଟିର, ସେଥିପାଇଁ ପ୍ରତିଯୋଗିତା ଅତ୍ୟନ୍ତ ମନମୁଗ୍ଧକର ହେବ। ମେଗା ଅଡିସନରୁ ଗାଲା ରାଉଣ୍ଡକୁ କେବଳ ୧୬ ଜଣ ପ୍ରତିଯୋଗୀଙ୍କୁ ମନୋନୀତ ହେବାର ନିୟମ ଅଛି, ହେଲେ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନ ନିଶ୍ଚିତ ଭାବରେ ବିଚାରକ ମାନଙ୍କୁ ଅସୁବିଧାରେ ପକାଇବ ଓ ସେମାନେ ୧୬ ଜଣ ପ୍ରତିଯୋଗୀ କି ଅଧିକ ବାଛିବେ ତାହା ବିଚାରକମଣ୍ଡଳୀ ପାଇଁ ଏକ ଚିନ୍ତାର ବିଷୟ। ତେଣୁ ଏହାର ପ୍ରତ୍ୟେକ ଏପିସୋଡ୍ ବହୁତ ଦର୍ଶନୀୟ ହେବ, ତେଣୁ ଯୋଡି ହୋଇ ରୁହନ୍ତୁ ଜୀ ସାର୍ଥକ ସହ” କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍।

ଜୀ-ସାର୍ଥକରେ ସାରେଗାମାପା ଲିଟିଲ ଚାମ୍ପ ଜୁଲାଇ ୨୨ରୁ ଆରମ୍ଭ ହୋଇ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯:୩୦ରେ ଉତ୍କଣ୍ଠା ବଢାଇଛି। ଏଥର ଗାଲା ରାଉଣ୍ଡ ପ୍ରତିଯୋଗୀ ମାନଙ୍କ ପାଇଁ ଅଛନ୍ତି ଦୁଇଜଣ ମେଣ୍ଟର, ସାରେଗାମାପା ଲିଟିଲ ଚାମ୍ପ୍ ୨୦୨୧ର ବିଜେତା ଦେବାଂଶୀ ଦାସ ଓ ସାରେଗାମାପା ଲିଟିଲ ଚାମ୍ପ୍ ୨୦୧୬ର ବିଜେତା ପ୍ରଭୁପାଦ ମହାନ୍ତି। ଏହି ଦୁଇ ଜଣଙ୍କ ତତ୍ତ୍ବାବଧାନରେ ପ୍ରତିଯୋଗୀ ମାନେ ଗାଲା ଓ ଫାଇନାଲ ରାଉଣ୍ଡ ପାଇଁ ସଙ୍ଗୀତ ଅଭ୍ଯାସ କରିବେ।

ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ପ୍ଲାଟ୍ ଫର୍ମ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୁନି କଳାକାରମାନଙ୍କୁ ଭରପୁର ସୁଯୋଗ ମିଳୁଛି। ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମଞ୍ଚ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା– ଲିଟିଲ ଚାମ୍ପ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି।

ଏଥର ଜୁରୀ ବା ବିଚାରକ ଆସନ ଅଳଙ୍କୃତ କରିଛନ୍ତି ସାରା ଭାରତର ଲୋକପ୍ରିୟ ଗାୟକ କ୍ରୀଷ୍ଣା ବେଉରା। ତାଙ୍କ ସହ ଅଛନ୍ତି ଓଡ଼ିଶାର ସୁନାମଧନ୍ୟ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଯିଏ ନିଜ ସଙ୍ଗୀତ ମାଧ୍ୟମରେ ଓଡ଼ିଶା ସମସ୍ତ ଯୁବବର୍ଗଙ୍କୁ ନିଜ ଗୀତର ତାଳେ ତାଳେ ନଚାଇବାରେ ସକ୍ଷମ ହୋଇଛନ୍ତି ପୁଣି ତାଙ୍କ ସାଙ୍ଗରେ ଅଛନ୍ତି ଓଡ଼ିଆ ଦର୍ଶକଙ୍କ ହୃଦୟ ଜିତିଥିବା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ।

ଗାଲା ରାଉଣ୍ଡ ଜୀ ସାର୍ଥକ ମେଗା ଅଡିସନ୍ ସାରେଗାମାପା ଲିଟିଲ ଚାମ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.