Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାଧୀନତା ଦିବସ ୨୦୨୩ ଉପଲକ୍ଷେ ୯୫୪ ପୁଲିସ କର୍ମୀଙ୍କୁ ମିଳିଲା ପୁଲିସ ପଦକ
ଆଜିର ଖବର

ସ୍ୱାଧୀନତା ଦିବସ ୨୦୨୩ ଉପଲକ୍ଷେ ୯୫୪ ପୁଲିସ କର୍ମୀଙ୍କୁ ମିଳିଲା ପୁଲିସ ପଦକ

August 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ, ୨୦୨୩ ଉପଲକ୍ଷେ ଦେଶର ମୋଟ୍‌ ୯୫୪ ଜଣ ପୁଲିସ କର୍ମୀଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି। ବୀରତା ପାଇଁ ଜଣେ ସିଆରପିଏଫ କର୍ମୀ ରାଷ୍ଟ୍ରପତି ପଦକ ପାଇଛନ୍ତି। ସେ ହେଲେ ଅତିରିକ୍ତ କମାଣ୍ଡାଣ୍ଟ ଲୌକ୍ରକପାମ୍‌ ଇବୋମଚା ସିଂ। ୨୨୯ ପୁଲିସ କର୍ମୀଙ୍କୁ ସାହସିକତା ପୁଲିସ ପଦକ ମିଳିଛି। ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ୮୨ ଜଣ ପୁଲିସ କର୍ମଚାରୀଙ୍କ ନାମ ଘୋଷଣା କରାଯାଇଛି। ୬୪୨ ଜଣ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ଦିଆଯାଇଛି।

ସାହସିକତା ପୁରସ୍କାର ପାଇଥିବା ୨୩୦ ଜଣ ପୁଲିସ କର୍ମୀଙ୍କ ମଧ୍ୟରୁ ୧୨୫ ଜଣ ପୁଲିସ କର୍ମୀ ବାମପନ୍ଥୀ ଉଗ୍ରବାଦ ପ୍ରବଣ ଅଞ୍ଚଳରେ କାର୍ଯ୍ୟରତ ଅଛନ୍ତି। ସେହିପରି ଜାମ୍ମୁ ଓ କାଶ୍ମୀର ପୁଲିସର ୭୧ ଜଣ ପୁଲିସ କର୍ମୀ ଏବଂ ଉତ୍ତରପୂର୍ବାଞ୍ଚଳର ୧୧ ଜଣ ପୁଲିସ କର୍ମୀଙ୍କୁ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ସାହସିକତା ପୁଲିସ ପଦକ ପ୍ରଦାନ କରାଯାଇଛି। ସାହସିକତା ପୁଲିସ ପଦକ ପାଉଥିବା କର୍ମୀଙ୍କ ମଧ୍ୟରେ ୨୮ ଜଣ ସିଆରପିଏଫ, ୩୩ ଜଣ ମହାରାଷ୍ଟ୍ର ପୁଲିସ କର୍ମୀ, ୫୫ ଜଣ ଜାମ୍ମୁକାଶ୍ମୀର ପୁଲିସ କର୍ମୀ, ୨୪ ଜଣ ଛତିଶଗଡ଼, ୨୨ ଜଣ ତେଲଙ୍ଗାନା, ୧୮ ଜଣ ଆନ୍ଧ୍ରପ୍ରଦେଶ ଏବଂ ଅବଶିଷ୍ଟ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର କର୍ମୀ ରହିଛନ୍ତି।

ଓଡ଼ିଶାରୁ ସାହସିକତା ପୁଲିସ ପଦକ ପାଇଥିବା ବିଜେତାମାନେ ହେଲେ ସୁବେଦାର ପ୍ରହ୍ଲାଦ ହିମିରକା, ଏସଆଇ ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ କୁମାର ବରିହା ଏବଂ କନେଷ୍ଟବଳ ସୁଜିତ କୁମାର ରଣା।

ସେହିପରି ଆମ ରାଜ୍ୟରୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ବିବେଚିତ ହୋଇଥିବା ଅଧିକାରୀ ହେଲେ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସଞ୍ଜୟ କୁମାର ଏବଂ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ଅତିରିକ୍ତ ପୁଲିସ ଅଧିକ୍ଷକ ରବୀନ୍ଦ୍ର ନାଥ ଶତପଥୀ।

ଅନ୍ୟପକ୍ଷରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାରୁ ପୁଲିସ ପଦକ ପାଇଥିବା ୧୧ ଜଣ ପୁଲିସ କର୍ମୀ ହେଲେ : ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରେଞ୍ଜ ପୁଲିସ ଆଇଜି ଡକ୍ଟର ଦୀପକ କୁମାର, ଭୁବନେଶ୍ୱରସ୍ଥିତ ଅତିରିକ୍ତ ପୁଲିସ ଅଧିକ୍ଷକ ଅନନ୍ତ ଚରଣ ପତି, କଟକରେ କାର୍ଯ୍ୟରତ ଅତିରିକ୍ତ ପୁଲିସ ଅଧିକ୍ଷକ ବେଣୁଧର ନାୟକ, ବ୍ରହ୍ମପୁର ସହର ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପୁଲିସ ଉପଅଧିକ୍ଷକ ଶ୍ରୀମତୀ ଅମିତା ତ୍ରିପାଠୀ, ମୟୂରଭଞ୍ଜରେ କାର୍ଯ୍ୟରତ ସିଆଇ ପୁଲିସ ହାବିଲଦାର କୃଷ୍ଣ ଚନ୍ଦ୍ର ମହନ୍ତ, ଦେବଗଡ଼ ପୁଲିସ ରିଜର୍ଭ କାର୍ଯ୍ୟାଳୟର କନେଷ୍ଟବଳ ପିଟର ତିର୍କୀ, ଖୋର୍ଦ୍ଧାରେ କର୍ତ୍ତବ୍ୟରତ ପୁଲିସ ଅତିରିକ୍ତ ଉପ ନିରୀକ୍ଷକ ଗୁପ୍ତ ପ୍ରସାଦ ମହାନ୍ତି, ସମ୍ବଲପୁରରେ ନିୟୋଜିତ ପୁଲିସ ଉପନିରୀକ୍ଷକ (ସଶସ୍ତ୍ର) ଦିଲୀପ କୁମାର ନାୟକ, ଭୁବନେଶ୍ୱରରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ସୁଶାନ୍ତ କୁମାର ମାଝୀ ଏବଂ ଭୁବନେଶ୍ୱରରେ କର୍ତ୍ତବ୍ୟରତ ପୁଲିସ ନିରୀକ୍ଷକ ଉମାକାନ୍ତ ପ୍ରଧାନ।

ଧନଜୀବନ ବଞ୍ଚାଇବା କିମ୍ବା ଅପରାଧ ରୋକିବା ଅଥବା ଅପରାଧୀଙ୍କୁ ଗିରଫ କରିବା କ୍ଷେତ୍ରରେ ବିଶିଷ୍ଟ ବୀରତ୍ୱ ପ୍ରଦର୍ଶନ ଆଧାରରେ ବୀରତା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ସାହସିକତା ପାଇଁ ପୁଲିସ ପଦକ ପ୍ରଦାନ କରାଯାଇଥାଏ। ପୁଲିସ ସେବାରେ ସ୍ୱତନ୍ତ୍ର ବିଶିଷ୍ଟ କାର୍ଯ୍ୟ ରେକର୍ଡ ରହିଥିବା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଥାଏ। ଅନ୍ୟପକ୍ଷରେ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ଥାଇ ମୂଲ୍ୟବାନ ସେବା ଯୋଗାଇ ଦେବା ନିମନ୍ତେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯାଇଥାଏ।

ସ୍ୱାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ରମ୍ଭା ଥାନା ଅଞ୍ଚଳରୁ ପଶ୍ଚିମବଙ୍ଗ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

January 14, 2026

ODIରେ ବିଶ୍ୱର ନମ୍ବର-୧ ବ୍ୟାଟସମ୍ୟାନ୍ ହେଲେ ବିରାଟ କୋହଲି: ରୋହିତ ଶର୍ମାଙ୍କୁ କ୍ଷତି

January 14, 2026

ଥାଇଲ୍ୟାଣ୍ଡରେ ବଡ଼ ଦୁର୍ଘଟଣା! ଚଳନ୍ତା ଟ୍ରେନ୍ ଉପରେ ଖସିଲା କ୍ରେନ୍, ୧୯ ମୃତ, ୮୦ ରୁ ଅଧିକ ଆହତ

January 14, 2026

ମକର ସଂକ୍ରାନ୍ତିରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଏକ ଶ୍ଲୋକ ଲେଖିଲେ ପ୍ରଧାନମନ୍ତ୍ରୀ

January 14, 2026
Latest News

ରମ୍ଭା ଥାନା ଅଞ୍ଚଳରୁ ପଶ୍ଚିମବଙ୍ଗ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

January 14, 2026

ODIରେ ବିଶ୍ୱର ନମ୍ବର-୧ ବ୍ୟାଟସମ୍ୟାନ୍ ହେଲେ ବିରାଟ କୋହଲି: ରୋହିତ ଶର୍ମାଙ୍କୁ କ୍ଷତି

January 14, 2026

ଥାଇଲ୍ୟାଣ୍ଡରେ ବଡ଼ ଦୁର୍ଘଟଣା! ଚଳନ୍ତା ଟ୍ରେନ୍ ଉପରେ ଖସିଲା କ୍ରେନ୍, ୧୯ ମୃତ, ୮୦ ରୁ ଅଧିକ ଆହତ

January 14, 2026

ମକର ସଂକ୍ରାନ୍ତିରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଏକ ଶ୍ଲୋକ ଲେଖିଲେ ପ୍ରଧାନମନ୍ତ୍ରୀ

January 14, 2026

ମକର ସଂକ୍ରାନ୍ତି ଅବସରରେ ହରିଦ୍ୱାରରେ ଜମିଲା ଭିଡ଼: ବୁଡ଼ ପକାଇଲେ ଶ୍ରଦ୍ଧାଳୁ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.