ଭାରତର ଆଶାକୁ ବଡ ଝଟକା, ଏସୀୟ ଗେମ୍ସରେ ଭାଗ ନେଇ ପାରିବେ ନାହିଁ ବିନେଶ ଫୋଗାଟ

Published: Aug 15, 2023, 9:04 pm IST

ନୂଆଦିଲ୍ଲୀ: ଏସୀୟ ଗେମ୍ସ ସହିତ ଜଡିତ ବଡ ଖବର ସାମ୍ନାକୁ ଆସୁଛି। ବାସ୍ତବରେ ଭାରତୀୟ ରେସଲର ବିନେଶ ଫୋଗାଟ ଏସିଆନ ଗେମ୍ସର ଅଂଶ ହେବେ ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୧୩ ତାରିଖରେ ବିନେଶ ଫୋଗାଟ ଆହତ ହୋଇଥିଲେ। ଏହି ଆଘାତ ହେତୁ ବିନେଶ ଫୋଗାଟ ଏସୀୟ ଗେମ୍ସରେ ଖେଳି ପାରିବେ ନାହିଁ। ଭାରତୀୟ ମହିଳା ରେସଲର ଫୋଗାଟ କହିଛନ୍ତି ଯେ, ସେ ଏସୀୟ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ କାରଣ ରବିବାର ଦିନ ସେ ଆହତ ହୋଇଥିଲେ।

ବିନେଶ ଫୋଗାଟ୍ ଟୁଇଟ୍ କରି ଅସ୍ତ୍ରୋପଚାର ବିଷୟରେ ସୂଚନା ଦେଇଛନ୍ତି:

ଆଜି ଭାରତର ଷ୍ଟାର ରେସଲର ବିନେଶ ଫୋଗାଟ ଏକ ଟୁଇଟ୍ କରିଛନ୍ତି। ଏହି ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, ଆଣ୍ଠୁରେ ଆଘାତ ହେତୁ ସେ ଏସୀୟ ଗେମ୍ସ ୨୦୨୩ ରେ ଭାଗ ନେଇପାରୁନାହାନ୍ତି। ଏହା ସହିତ ସେ କହିଛନ୍ତି ଯେ, ଅଗଷ୍ଟ ୧୭ ତାରିଖରେ ଆଣ୍ଠୁ ଅସ୍ତ୍ରୋପଚାର କରାଯିବ। ସ୍କାନ କରିବା ପରେ ଡାକ୍ତରମାନେ କହିଛନ୍ତି ଯେ, ମୋ ପାଇଁ ଅସ୍ତ୍ରୋପଚାର ହେଉଛି ଏକମାତ୍ର ବିକଳ୍ପ। ଏହି ଅସ୍ତ୍ରୋପଚାର ଅଗଷ୍ଟ ୧୭ ତାରିଖରେ ମୁମ୍ବାଇରେ କରାଯିବ। ତେବେ ଏସିଆନ ଗେମ୍ସରୁ ବିନେଶ ଫୋଗାଟ ବାଦ ପଡିବା ଭାରତ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ଏସୀୟ ଗେମ୍ସରେ ଭାରତୀୟ ପ୍ରଶଂସକମାନେ ବିନେଶ ଫୋଗାଟଙ୍କଠାରୁ ପଦକ ଆଶା କରୁଥିଲେ।

Related posts