Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ର ରାଜନୀତିରେ ହଲଚଲ!, ଶରଦ-ଅଜିତ ପାୱାରଙ୍କ ବୈଠକ ପରେ ଏପରି ବିବୃତ୍ତି ଦେଲେ ସୁପ୍ରିୟା ସୁଲେ
ଆଜିର ଖବର

ମହାରାଷ୍ଟ୍ର ରାଜନୀତିରେ ହଲଚଲ!, ଶରଦ-ଅଜିତ ପାୱାରଙ୍କ ବୈଠକ ପରେ ଏପରି ବିବୃତ୍ତି ଦେଲେ ସୁପ୍ରିୟା ସୁଲେ

August 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ବୈଠକ ପରେ ସୁପ୍ରିୟା ସୁଲେ କହିଛନ୍ତି ଯେ ତାଙ୍କ ପିତା ଏବଂ ଭାଇଙ୍କ ମଧ୍ୟରେ କ’ଣ ବାର୍ତ୍ତାଳାପ ହୋଇଛି ସେ ଜାଣି ନାହାଁନ୍ତି। ଉଲ୍ଲେଖନୀୟ କଥା ହେଉଛି, ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତ ମହାରାଷ୍ଟ୍ରରେ ରାଜନୈତିକ ମାହୋଲ ଗରମ କରିଛି। ଏହା ଉପରେ କ୍ରମାଗତ ଭାବରେ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଦେଖାଯାଉଛି। ଶନିବାର ଦିନ ଶରଦ ପାୱାରଙ୍କୁ ଅଜିତ ପାୱାର ଭେଟିଥିଲେ। ଏହି ବୈଠକରେ ଶରଦ ପାୱାରଙ୍କ ବିବୃତ୍ତି ମଧ୍ୟ ଆସିଛି ଏବଂ ସେ ସ୍ପଷ୍ଟ କରିଛନ୍ତି ଯେ, ମହାବିକାଶ ଅଘାଡି ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏଥି ସହିତ ଅଜିତ ପାୱାର ମଧ୍ୟ ଏ ବିଷୟରେ ବିସ୍ତୃତ ଭାବେ କହିଛନ୍ତି।

ଅଜିତ ପାୱାର ମଙ୍ଗଳବାର କହିଛନ୍ତି ଯେ, ଗତ ସପ୍ତାହରେ ପୁଣେରେ ତାଙ୍କ ଦାଦା ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କ ସହ ସାକ୍ଷାତ ସମୟରେ କିଛି ବଡ ବିଷୟ ଆଲୋଚନା ହୋଇନଥିଲା। କୋହ୍ଲାପୁରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ଏହି ବୈଠକ ବିଷୟରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ, “ପାୱାର ସାହେବ (ଶରଦ ପାୱାର) ସ୍ପଷ୍ଟ କରିସାରିଛନ୍ତି। ପରିବାର ସଦସ୍ୟଙ୍କ ବୈଠକକୁ ଗଣମାଧ୍ୟମ ବିଭିନ୍ନ ପ୍ରକାରର ପ୍ରଚାର କଋ ଦ୍ଵନ୍ଦ୍ଵ ସୃଷ୍ଟି କରୁଛି। ବୈଠକରେ କୌଣସି ଅସାଧାରଣ ଘଟଣା ଘଟିଛି ବୋଲି ଭାବିବାର କୌଣସି କାରଣ ନାହିଁ।

ଶନିବାର ପୁଣେର ଜଣେ ବ୍ୟବସାୟୀଙ୍କ ବାସଭବନରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ‘ଗୁପ୍ତ’ ବୈଠକ ପରେ ରାଜନୈତିକ ମହଲରେ ହଲଚଲ ଦେଖାଦେଇଥିଲା। ରାଷ୍ଟ୍ରବାଦୀ କଂଗ୍ରେସ ଦଳର ବରିଷ୍ଠ ନେତା ଜୟନ୍ତ ପାଟିଲ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ। କାରରେ ଲୁଚି ପରିସର ଛାଡିବା ବିଷୟରେ ପଚରାଯିବାରୁ ଅଜିତ ପାୱାର କହିଥିଲେ ଯେ, ସେ କାରରେ ନଥିଲେ। ସେ କହିଥିଲେ ଯେ, “ମୁଁ ଗୁପ୍ତରେ ଯାଇ ନଥିଲି। ମୁଁ ଜଣେ ବ୍ୟକ୍ତି ଯିଏ ମୁକ୍ତ ଭାବରେ ବୁଲୁଛି। ଲୁଚାଇବାର କୌଣସି କାରଣ ନଥିଲା … ମୁଁ ସେହି କାରରେ ନଥିଲି।

ଅଜିତ ପାୱାର ମହାରାଷ୍ଟ୍ର ରାଜନୀତି ଶରଦ ପାୱାର ସୁପ୍ରିୟା ସୁଲେ
Share. Facebook Twitter LinkedIn Email WhatsApp Copy Link

Related Posts

ମୋବାଇଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର: ଆସିଲା ଟ୍ରାଇ’ର ନୂଆ ରିଚାର୍ଜ ନିୟମ

September 28, 2026

ଏକ ହଜାର କୋଟିର ନିବେଶ ପାଇଁ ‘ଫାର୍ମଏକ୍ସ’ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ

September 28, 2026

ଦେଶର ପ୍ରଥମ ଏଲ୍‌ଏନ୍‌ଜି ଚାଳିତ ଟ୍ରେନର ଶୁଭାରମ୍ଭ କଲେ ଗୃହମନ୍ତ୍ରୀ

September 28, 2026

ପ୍ରଥମ ଦିନିକିଆରେ ଅନେକ ରେକର୍ଡ ସ୍ଥାପନ କଲେ କୋହଲି

September 28, 2026
Latest News

ମୋବାଇଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର: ଆସିଲା ଟ୍ରାଇ’ର ନୂଆ ରିଚାର୍ଜ ନିୟମ

September 28, 2026

ଗାଡ଼ିର ରଙ୍ଗ ପଛରେ ଲୁଚିଛି ବୈଜ୍ଞାନିକ କାରଣ: ଜାଣନ୍ତୁ ଦମକଳ, ସ୍କୁଲ ବସ୍ ଓ ଆମ୍ବୁଲାନ୍ସର ବିଶେଷତ୍ୱ

September 28, 2026

ଏକ ହଜାର କୋଟିର ନିବେଶ ପାଇଁ ‘ଫାର୍ମଏକ୍ସ’ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ

September 28, 2026

ଦେଶର ପ୍ରଥମ ଏଲ୍‌ଏନ୍‌ଜି ଚାଳିତ ଟ୍ରେନର ଶୁଭାରମ୍ଭ କଲେ ଗୃହମନ୍ତ୍ରୀ

September 28, 2026

ପ୍ରଥମ ଦିନିକିଆରେ ଅନେକ ରେକର୍ଡ ସ୍ଥାପନ କଲେ କୋହଲି

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.