Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦାଉଦ ଇବ୍ରାହିମ-ନବାବ ମଲ୍ଲିକ ଲିଙ୍କଥିବା ଅଭିଯୋଗ: ବିଜେପି-ଏନସିପି ବନ୍ଧୁତାର ଏହି ‘ଛବି’ ଉପରେ ଆପଣ କ’ଣ କହିବେ?
ଆଜିର ଖବର

ଦାଉଦ ଇବ୍ରାହିମ-ନବାବ ମଲ୍ଲିକ ଲିଙ୍କଥିବା ଅଭିଯୋଗ: ବିଜେପି-ଏନସିପି ବନ୍ଧୁତାର ଏହି ‘ଛବି’ ଉପରେ ଆପଣ କ’ଣ କହିବେ?

August 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନବାବ ମଲ୍ଲିକଙ୍କୁ ସୁପ୍ରିମକୋର୍ଟ ୨ ମାସ ପାଇଁ ଚିକିତ୍ସା କରିବାକୁ ଜାମିନ ପ୍ରଦାନ କରିଛନ୍ତି। ଜେଲ ବାହାରେ ରହି ମଲ୍ଲିକ ନିଜର ଚିକିତ୍ସା କରାଇପାରିବେ। ନବାବ ମଲ୍ଲିକ ଯେତେବେଳେ ଜେଲ ଯାଇଥିଲେ ସେତେବେଳେ ମହାରାଷ୍ଟ୍ରରେ ମହାବିକାଶ ଆଘାଡି ସରକାର ଥିଲା । ସେତେବେଳେ ନା ଶିବସେନା ବିଭାଜିତ ହୋଇଥିଲା ନା ଏନସିପିର ଦୁଇଟି ଗୋଷ୍ଠୀ ଗଠନ ହୋଇଥିଲା। କିନ୍ତୁ ଆଜି ପରିସ୍ଥିତି ବଦଳିଯାଇଛି। ଏନସିପିର ଗୋଟିଏ ଗୋଷ୍ଠୀରେ ଶରଦ ପାୱାର ଥିବାବେଳେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅନ୍ୟ ଗୋଷ୍ଠୀ ରହିଛି। ଏଭଳି ସ୍ଥିତିରେ ନବାବ ମଲ୍ଲିକଙ୍କ ସାମ୍ନାରେ ସେ କେଉଁ ଦଳକୁ ଯିବେ ତାକୁ ନେଇ ଦ୍ୱନ୍ଦ୍ୱ ପରିସ୍ଥିତି ସୃଷ୍ଟି ହୋଇଛି।

ତେବେ ମଲ୍ଲିକ ଅଜିତ ପାୱାରଙ୍କ ଗୋଷ୍ଠୀରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କେବଳ ଅଜିତ ଶିବିରରେ ଯୋଗ ଦେବା ସର୍ତ୍ତରେ ମଲ୍ଲିକଙ୍କୁ ଜାମିନ ମିଳିଥିବା ଚର୍ଚ୍ଚା ହେଉଛି। ଏହି ସମୟରେ ନବାବ ମଲ୍ଲିକ ଘରକୁ ଆସିବାମାତ୍ରେ ଅଜିତ ପାୱାର କ୍ୟାମ୍ପର ନେତାମାନେ ତାଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ ପଟେଲ, ସାଂସଦ ସୁନୀଲ ତଟକରେ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ରୂପାଲି ଚକନକର, ସୁରଜ ଚୌହାନଙ୍କ ସମେତ ବହୁ ନେତା ନବାବ ମଲ୍ଲିକଙ୍କୁ ଭେଟିଥିଲେ। କୁହାଯାଉଛି ଯେ ଶରଦ ପାୱାର ମଧ୍ୟ ନବାବ ମଲ୍ଲିକଙ୍କ ସହ ଫୋନରେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି।

କିଛିଦିନ ପୂର୍ବରୁ ଅଜିତ ପାୱାର ମହାବିକାଶ ଆଘାଡିର ଅଂଶ ଥିଲେ କିନ୍ତୁ ବର୍ତ୍ତମାନ ସେ ମହାରାଷ୍ଟ୍ର ସରକାରରେ ବିଜେପିର ସହଯୋଗୀ ଏବଂ ଏନଡିଏର ସହଯୋଗୀ। ନବାବ ମଲ୍ଲିକଗିରଫ ହେବା ପରେ ମହାରାଷ୍ଟ୍ରର ବର୍ତ୍ତମାନର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେତେବେଳେ ସେ ଅଭିଯୋଗ କରିଥିଲେ ଯେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ସହ ନବାବ ମଲ୍ଲିକଙ୍କ ଲିଙ୍କ୍ ରହିଛି। ନବାବ ମଲ୍ଲିକଙ୍କ ବିରୋଧରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ଦୁର୍ନୀତି ଅଭିଯୋଗ ଆସିଥିଲା। ଏଭଳି ପରିସ୍ଥିତିରେ ଏବେ ପ୍ରଶ୍ନ ଉଠୁଛି ଯେ ଦେଢ଼ ବର୍ଷ ତଳେ ନବାବ ମଲ୍ଲିକଙ୍କୁ ନିଜେ ଦେବେନ୍ଦ୍ର ଫଡନାଭିସ ଦେଶଦ୍ରୋହୀ, ଦୁର୍ନୀତିଗ୍ରସ୍ତ, ଅର୍ଥ କାରବାରକାରୀ ଏବଂ ଦାଉଦ ଇବ୍ରାହିମ ସହ ସମ୍ପର୍କ ରଖିଥିବା ବୋଲି ବର୍ଣ୍ଣନା କରିଥିଲେ। ବିଜେପି ଓ ଏନଡିଏ ତାଙ୍କୁ ଗ୍ରହଣ କରିବେ କି, ଅଜିତ ଗୋଷ୍ଠୀରେ ନବାବ ମଲ୍ଲିକଙ୍କ ପ୍ରବେଶ ଏନଡିଏ ଓ ବିଜେପିର ଭାବମୂର୍ତ୍ତିକୁ ଖରାପ କରିବ ନାହିଁ କି?

ଏହି ଜମି ମଲ୍ଲିକଙ୍କୁ ଜେଲ୍ ପଠାଇଦେଇଥିଲା

ଏନସିପି ନେତା ନବାବ ମଲ୍ଲିକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨୦୨୨ ଫେବ୍ରୁଆରି ୨୩ରେ ମନି ଲଣ୍ଡରିଂ ଏବଂ ଟେରର ଫଣ୍ଡିଂ ଅଭିଯୋଗରେ ଗିରଫ କରିଥିଲା। ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସମୟରେ ଇଡି ନବାବ ମଲ୍ଲିକଙ୍କ ୮ଟି ସମ୍ପତ୍ତି ଜବତ କରିଛି। କୁର୍ଲାର ଏଲବିଏସ ରୋଡରେ ଥିବା ଗୋଆୱାଲା କମ୍ପାଉଣ୍ଡରେ ନବାବ ମଲିକଙ୍କ ସମ୍ପତ୍ତି ବ୍ୟତୀତ ଓସମାନାବାଦ (ବର୍ତ୍ତମାନ ଧରାଶିବ)ରେ ୧୪୭ ଏକର ଜମି, ମୁମ୍ବାଇରେ ୩ଟି ଫ୍ଲାଟ ଏବଂ ଆବାସିକ ଘର ଜବତ କରାଯାଇଛି। ଏହି ଗୋଆ କମ୍ପାଉଣ୍ଡରୁ ନବାବ ମଲ୍ଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଦେବେନ୍ଦ୍ର ଫଡନାଭିସ ଦାଉଦ ସହ ମଲ୍ଲିକଙ୍କର ଗମ୍ଭୀର ସମ୍ପର୍କ ଥିବା ଅଭିଯୋଗ କରିଥିଲେ। ଏ ନେଇ ସେ ଇଡି ନିକଟରେ ଅଭିଯୋଗ କରିଥିଲେ। ଯାହା ପରେ ଇଡି ପ୍ରମାଣ ସଂଗ୍ରହ କରି ମଲ୍ଲିକଙ୍କୁ ଗିରଫ କରିଥିଲା।

ଏନସିପି ଦାଉଦ ଇବ୍ରାହିମ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Latest News

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.