Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ସଂପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ଆଜିର ଖବର

ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ସଂପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

August 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
DigitalIndia

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ଆଜି ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଥି ପାଇଁ ମୋଟ ୧୪.୯୦୩ କୋଟି ଟଙ୍କା ଖର୍ଚ୍ଚ ହେବ।

୨୦୧୫ ଜୁଲାଇ ପହିଲାରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦେଶର ନାଗରିକମାନଙ୍କୁ ଡିଜିଟାଲ ମାଧ୍ୟମରେ ଯୋଗାଇବା ସେବା ଏହାର ଉଦ୍ଦେଶ୍ୟ। ଏହି ଯୋଜନାଟି ବେଶ ସଫଳ ପ୍ରମାଣିତ ହୋଇଛି। ଏହି ଯୋଜନାର ସମ୍ପ୍ରସାରଣ ଫଳରେ ଅନେକ ଲକ୍ଷ୍ୟ ସାଧିତ ହୋଇପାରିବ। ଏହା ଦ୍ୱାରା ଯେଉଁ ସବୁ କାର୍ଯ୍ୟ କରାଯିବ ସେଗୁଡିକ ନିମ୍ନରେ ପ୍ରଦାନ କରାଗଲା।

ଦେଶର ୬.୨୫ଲକ୍ଷ ଆଇଟି ବୃତ୍ଥିଧାରୀଙ୍କୁ ପୁନଃଦକ୍ଷ (ରି-ସ୍କିଲଡ୍‌) ଓ ସେମାନଙ୍କ ଦକ୍ଷତା ବୃଦ୍ଧି (ଅପ୍ -ସ୍କିଲ୍‌ଡ) କରାଯିବ । କମ୍ପ୍ୟୁଟର ସ୍କିଲ୍ ପ୍ରାଇମ ପ୍ରୋଗ୍ରାମରେ ସେମାନଙ୍କୁ ଏହି ଦକ୍ଷତା ବିକାଶର  ସୁଯୋଗ ମିଳିବ ।

୨.୬୫ଲକ୍ଷ ଲୋକଙ୍କୁ ସୂଚନା ନିରାପତ୍ତା ସମ୍ପର୍କରେ ତାଲିମ ଦିଆଯିବ । ସେମାନେ ଏହି ତାଲିମ ସୂଚନା ନିରାପତ୍ତା ଓ ଶିକ୍ଷା ସଚେତନତା ପର୍ଯ୍ୟାୟ ଆଇଏସ୍‌ଇଏ କାର୍ଯ୍ୟକ୍ରମ ଅଧୀନରେ ପାଇବେ ।

ଉମଙ୍ଗ ବ୍ୟବସ୍ଥାରେ ୫୪୯ ଅତିରିକ୍ତ ସେବା ଉପଲବ୍ଧ ହେବ ଏବଂ ଏସବୁ ଉମଙ୍ଗ ଆପ୍ /ପ୍ଳାଟଫର୍ମରେ ମିଳିବ । ଏବେ ଉମଙ୍ଗରେ ୧୭୦୦ରୁ ଅଧିକ ସେବା ଉପଲବ୍ଧ ।

ଜାତୀୟ ସୁପର କମ୍ପ୍ୟୁଟର ମିଶନରେ ଆଉ ୯ଟି ସୁପର କମ୍ପ୍ୟୁଟରକୁ  ସାମିଲ କରାଯିବ । ଏବେ ଦେଶର ୧୮ଟି ସୁପର କମ୍ପ୍ୟୁଟର କାର୍ଯ୍ୟ କରୁଛି ।

ଉମଙ୍ଗ ବ୍ୟବସ୍ଥାରେ ୫୪୯ ଅତିରିକ୍ତ ସେବା ଉପଲବ୍ଧ ହେବ ଏବଂ ଏସବୁ ଉମଙ୍ଗ ଆପ୍ ପ୍ଲାଟଫର୍ମରେ ମିଳିବ । ଏବେ ଉମଙ୍ଗରେ ୧୭୦୦ରୁ ଅଧିକ ସେବା ଉପଲବ୍ଧ ହେଉଛି ।

ଜାତୀୟ ସୁପର କମ୍ପ୍ୟୁଟର ମିଶନରେ ଆଉ ୯ଟି ସୁପର କମ୍ପ୍ୟୁଟରକୁ  ସାମିଲ କରାଯିବ । ଏବେ ଦେଶର ୧୮ଟି ସୁପର କମ୍ପ୍ୟୁଟର କାର୍ଯ୍ୟ କରୁଛି ।

ଭାଷିନୀ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ୱାରା ପରିଚାଳିତ ବହୁଭାଷୀ ଅନୁବାଦ ଯନ୍ତ୍ର (ଟୁଲ) ସମ୍ବିଧାନରେ ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ ସମସ୍ତ ୨୨ଟି ଭାଷା ଉପଲବ୍ଧ ହେବ । ଏବେ ଏହାର ସୁବିଧା ୧୦ଟି ଭାଷାରେ ମିଳୁଛି ।

ଜାତୀୟ ନଲେଜ ନେଟ ୱାର୍କର ଆଧୁନିକୀକରଣ କରାଯିବ । ଏହି ଜ୍ଞାନ ସଂଯୋଗ ବ୍ୟବସ୍ଥାରେ ଦେଶର ୧୭୮୭ ଶିକ୍ଷାନୁଷ୍ଠାନ ପରସ୍ପର ସହିତ ସମ୍ପୃକ୍ତ ।

ଡିଜିଟାଲ ଡକ୍ୟୁମେଣ୍ଟ ଭେରିଫିକେସନ ସୁବିଧା ଯାହା ଏବେ ଡିଜିି ଲକର ମାଧ୍ୟମରେ ମିଳୁଛି,ସେ ସୁବିଧା ଏମ୍‌ଏସ୍‌ଏମ୍‌ଇ ଓ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ଯୋଗାଇ ଦିଆଯିବ ।

ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ୧୨୦୦ଷ୍ଟାର୍ଟଅପ ସୁବିଧା ଉପଲବ୍ଧ ହେବ ।

ଆଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ୩ଟି ଉତ୍କର୍ଷ କେନ୍ଦ୍ର ସ୍ୱାସ୍ଥ୍ୟ, କୃଷି ଏବଂ ନିରନ୍ତର ବିକାଶ କରୁଥିବା ସହରମାନଙ୍କ ପାଇଁ ପ୍ରତିଷ୍ଠା କରାଯିବ ।

ଦେଶର ୧୨କୋଟି କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସଚେତନତା ପାଠ୍ୟକ୍ରମ ପ୍ରବର୍ତ୍ତନ କରାଯିବ।

ସାଇବର ନିରାପତ୍ତାର ନୂଆ ନୂଆ କ୍ଷେତ୍ର ଯଥା ଟୁଲସର ବିକାଶ ଓ ଜାତୀୟ ସାଇବର କୋ-ଅର୍ଡିନେସନ କେନ୍ଦ୍ରର ସହିତ ୨୦୦ରୁ ଅଧିକ ସାଇଟ୍ସକୁ ସମ୍ପୃକ୍ତ କରାଯିବ । ଏହା ସହିତ ଏ କ୍ଷେତ୍ରରେ ଆହୁରି ଅଧିକ ନୂଆ ନୂଆ ପ୍ରୟାସମାନ ଆରମ୍ଭ ହେବ ।

ଆଜିର ଘୋଷଣା ଦେଶର ଡିଜିଟାଲ ଅର୍ଥନୀତିକୁ ପ୍ରୋତ୍ସାହନ ଯୋଗାଇବ । ଏହା ସେବା ଯୋଗାଣରେ ଡିଜିଟାଲ ମାଧ୍ୟମର ଉପଯୋଗ ଓ ପହଂଚକୁ ବଢାଇବା ସହିତ ଭାରତର ଆଇଟି ଏବଂ ଇଲେକ୍‌ଟ୍ରୋନିକ ପରିତନ୍ତ୍ରକୁ ସହାୟତା ପ୍ରଦାନ କରିବ ।

କେନ୍ଦ୍ର କ୍ୟାବିନେଟ ଡିଜିଟାଲ ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026
Latest News

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.