ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ବରର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ। ଅପରାହ୍ନରେ ଅପରାଜିତା ସଚିବାଳୟ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହିତ କିଛି ସମୟ ପାଇଁ ଆଲୋଚନା କରିଥିଲେ। ସାକ୍ଷାତ ପରେ ଅପରାଜିତା କହିଛନ୍ତି ଯେ, ଭୁବନେଶ୍ବରର ବିକାଶ ସଂପର୍କରେ ଆଲୋଚନା କଲି। ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହଭାଗିତାର ଆବଶ୍ୟକତା ରହିଛି। ସେ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲି। ମୁଁ ବିଜେପିରୁ ଜିତି ଥିଲେ ମଧ୍ୟ ଭୁବନେଶ୍ବରର ବିକାଶ ଦଳୀୟ ରାଜନୀତିରୁ ଉର୍ଦ୍ଧରେ। ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଭୁବନେଶ୍ବରର ବିକାଶ କରିବାରେ ସବୁ ପ୍ରକାରର ସମର୍ଥନ ଦେବି ବୋଲି ଅପରାଜିତା କହିଛନ୍ତି। ସାଂସଦ ଭାବେ ଜିତିବା ପରେ ଏହା ଥିଲା ଅପରାଜିତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ସାକ୍ଷାତ ଏବଂ ସଚିବାଳୟ ଯିବା ମଧ୍ୟ ପ୍ରଥମ। ତେବେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର କୌଣସି ସାଂସଦ ସାକ୍ଷାତ କରି ନ ଥିବା ବେଳେ ଅପରାଜିତାଙ୍କ ଏହି ସାକ୍ଷାତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, ଭୁବନେଶ୍ବରର ବିକାଶ ନେଇ କଲେ ଆଲୋଚନା
Published:
Jun 4, 2019, 10:32 pm IST
Tags: