
ନୂଆଦିଲ୍ଲୀ: ଆମେରିକା କଂଗ୍ରେସର ହାଉସ ଅଫ୍ ରିପ୍ରେଜେଣ୍ଟେଟିଭସର ୮ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧିମଣ୍ଡଳୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
ଏହି ପ୍ରତିନିଧିମଣ୍ଡଳୀରେ ଇଣ୍ଡିଆ କାକସର ଡେମୋକ୍ରାଟିକ୍ ସହ-ଅଧ୍ୟକ୍ଷ ରୋ ଖାନ୍ନା, ଇଣ୍ଡିଆ କାକସର ରିପବ୍ଲିକାନ୍ ସହ-ଅଧ୍ୟକ୍ଷ ମାଇକ୍ ୱାଲଟଜ, ଏଡ୍ କେସ୍, କ୍ୟାଟ୍ କାମ୍ମାକ୍, ଡେବୋରା ରୋସ୍, ଜାସ୍ମିନ୍ କ୍ରୋକେଟ୍, ରିଚ୍ ମ୍ୟାକକର୍ମିକ୍ ଏବଂ ଥାନେଦାର ସାମିଲ ଥିଲେ।
ଭାରତରେ ଏହି ପ୍ରତିନିଧିମଣ୍ଡଳୀକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଭାରତ-ଆମେରିକା ସମ୍ପର୍କ ପାଇଁ ଆମେରିକା କଂଗ୍ରେସର ନିରନ୍ତର ଏବଂ ଦ୍ୱିଦଳୀୟ ସମର୍ଥନକୁ ପ୍ରଶଂସା କରିଥିଲେ।
ଗତ ଜୁନରେ ରାଷ୍ଟ୍ରପତି ବାଇଡେନଙ୍କ ନିମନ୍ତ୍ରଣରେ ଆମେରିକାକୁ ନିଜ ଐତିହାସିକ ଗସ୍ତ ଏବଂ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ଦ୍ୱିତୀୟ ଥର ସମ୍ବୋଧନ କରିବା ନିମନ୍ତେ ମିଳିଥିବା ସୁଯୋଗକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ।
ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ସମ୍ମାନ ଏବଂ ଲୋକ-ଲୋକଙ୍କ ସମ୍ପର୍କ ଉପରେ ଆଧାରିତ ଭାରତ-ଆମେରିକା ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ଉପରେ ପ୍ରଧାନମନ୍ତ୍ରୀ ଏବଂ ଆମେରିକାର ପ୍ରତିନିଧିମଣ୍ଡଳୀ ଆଲୋକପାତ କରିଥିଲେ।