Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକିସ୍ତାନରେ ମନ୍ତ୍ରୀ ହେଲେ ୟାସିନ ମଲ୍ଲିକଙ୍କ ପତ୍ନୀ ମୁଶାଲ 
ଆଜିର ଖବର

ପାକିସ୍ତାନରେ ମନ୍ତ୍ରୀ ହେଲେ ୟାସିନ ମଲ୍ଲିକଙ୍କ ପତ୍ନୀ ମୁଶାଲ 

August 18, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଇସଲାମାବାଦ: କାଶ୍ମୀରରେ ନିରୀହ ଲୋକଙ୍କ ରକ୍ତ ବୁହାଇଥିବା ୟାସିନ୍ ମଲ୍ଲିକଙ୍କ ପତ୍ନୀ ମୁଶାଲ ଏବେ ପାକିସ୍ତାନର କେୟାରଟେକର ସରକାରରେ ସାମିଲ ଅଛନ୍ତି। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ୍ କକ୍କର ମୁଶାଲଙ୍କୁ ମାନବାଧିକାର ଏବଂ ମହିଳାଙ୍କ ଉପରେ ସ୍ୱତନ୍ତ୍ର ପରାମର୍ଶଦାତାଭାବେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ତିହାର ଜେଲରେ ବନ୍ଦୀ ଥିବା ୟାସିନ ମଲିକଙ୍କ ପତ୍ନୀ ମୁଶାଲ ଜଣେ ପାକିସ୍ତାନୀ ନାଗରିକ। ୨୦୦୯ରେ ଦୁହେଁ ବିବାହ କରିବା ପରେ ଭାରତର ପ୍ରତିରକ୍ଷା ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମୁଶାଲ ସବୁବେଳେ କାଶ୍ମୀରକୁ ନେଇ ବିଷ ଉଗାଳୁଛନ୍ତି। ମୁଶାଲ ପେଶାରେ ଜଣେ କଳାକାର ଏବଂ ୟାସିନ ମଲ୍ଲିକଙ୍କ ସହ ତାଙ୍କର ସାକ୍ଷାତ୍‍ କିଛି କମ୍ ଆକର୍ଷଣୀୟ ନୁହେଁ। ଉଭୟଙ୍କ ମଧ୍ୟରେ ପାଖାପାଖି ୨୦ ବର୍ଷର ପାର୍ଥକ୍ୟ ରହିଛି।

ପ୍ରେମର କାରଣ ପାଲଟିଲା ଫୈଜଙ୍କ କବିତା

କଳାକାର ମୁଶାଲ ଏବଂ ୟାସିନ ୨୦୦୯ ମସିହାରେ ବିବାହ କରିଥିଲେ। ସେହି ସମୟରେ ମଲ୍ଲିକ ପାକିସ୍ତାନ ଯାଇ ମୁଶାଲଙ୍କୁ ବିବାହ କରିଥିଲେ ଏବଂ ଦୁହିଁଙ୍କର ଏକ ୧୧ ବର୍ଷର ଝିଅ ରଜିଆ ଅଛି। ୨୦୧୦ମସିହାରେ ୟାସିନ ଓ ମୁଶାଲ ନିଜର ପ୍ରଥମ ବିବାହ ବାର୍ଷିକୀରେ ଭାରତ ଆସିଥିଲେ। ସେହି ସମୟରେ ସେ କାଶ୍ମୀରରେ କିଛି ସମୟ ବିତାଇଥିଲେ। ଓପନଡେମ୍ ପତ୍ରିକାର ରିପୋର୍ଟ ଅନୁଯାୟୀ, ୨୦୦୫ ମସିହାରେ ୟାସିନ୍ ମଲ୍ଲିକ କାଶ୍ମୀରର ସ୍ୱାଧୀନତା ପାଇଁ ସମର୍ଥନ ପାଇବା ପାଇଁ ପାକିସ୍ତାନ ଯାଇଥିଲେ।

ଏକ କାର୍ଯ୍ୟକ୍ରମରେ ମୁଶାଲ ତାଙ୍କ ଭାଷଣରେ ଫୈଜ ଅହମ୍ମଦ ଫୈଜଙ୍କ କବିତାର ଏକ ଧାଡ଼ି ପାଠ କରିଥିବା ଶୁଣିଥିଲେ। ତାଙ୍କ ସହ ମୁଶାଲଙ୍କ ମା’ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆସିଥିଲେ। ମୁଶାଲଙ୍କ କହିବା ଅନୁଯାୟୀ, ସେ ୟାସିନଙ୍କ ପାଖକୁ ଯାଇ ତାଙ୍କ ଭାଷଣର ପ୍ରଶଂସା କରିଥିଲେ। ଦୁହେଁ ହାତ ମିଳାଇଥିଲେ ଏବଂ ମୁଶାଲ ୟାସିନଙ୍କ ଅଟୋଗ୍ରାଫ୍ ମଧ୍ୟ ନେଇଥିଲେ। ଏହାପରେ ୟାସିନ ମଲ୍ଲିକ ମଧ୍ୟ ମୁଶାଲଙ୍କୁ କାଶ୍ମୀର ପାଇଁ ଚାଲିଥିବା ଆନ୍ଦୋଳନକୁ ନିମନ୍ତ୍ରଣ କରିଥିଲେ।

ହଜରେ ବିବାହ ସ୍ଥିର

ପାକିସ୍ତାନରୁ ଫେରିବାର ଗୋଟିଏ ଦିନ ପୂର୍ବରୁ ୟାସିନ ମଲ୍ଲିକ ମୁଶାଲଙ୍କ ମା’ଙ୍କ ମୋବାଇଲକୁ କଲ୍ କରିଥିଲେ। ମୁଶାଲଙ୍କ ମା’ ତାଙ୍କୁ କହିଥିଲେ ଯେ ତାଙ୍କ ପ୍ରାର୍ଥନା ୟାସିନଙ୍କ ସହ ଅଛି। ଏହାପରେ ମା’ ତାଙ୍କ ଝିଅ ସହ କଥା ହୋଇଥିଲେ। ଦୁଇ ମିନିଟ୍ କଥାବାର୍ତ୍ତା ପରେ ୟାସିନ୍ ମୁଶାଲଙ୍କୁ ଇଂରାଜୀରେ ‘ଆଇ ଲଭ୍ ୟୁ’ କହିଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ତାଙ୍କ ମା’ ହଜ ଯାତ୍ରାରେ ୟାସିନଙ୍କ ମା’ଙ୍କୁ ଭେଟିଥିଲେ, ସେତେବେଳେ ବିବାହ ସ୍ଥିର ହୋଇଥିଲା। ଶେଷରେ ୨୦୦୯ ଫେବ୍ରୁଆରି ୨୨ତାରିଖରେ ୪୩ ବର୍ଷୀୟ ୟାସିନ୍ ମଲ୍ଲିକ ପାକିସ୍ତାନରେ ୨୪ ବର୍ଷୀୟ ମୁଶାଲଙ୍କୁ ବିବାହ କରିଥିଲେ। ସେପ୍ଟେମ୍ବର ୨୦୦୯ରେ ମୁଶାଲ ପ୍ରଥମ ଥର ପାଇଁ ନିଜ ପୂରା ପରିବାର ସହ କାଶ୍ମୀର ଆସିଥିଲେ।

ମୁଶାଲଙ୍କ ପରିବା ବହୁତ ଧନୀ

ମୁଶାଲ ପାକିସ୍ତାନର ଏକ ବହୁତ ଧନୀ ପରିବାରରୁ ଆସିଛନ୍ତି। ତାଙ୍କ ପିତା ପ୍ରଫେସର ଏମ୍ ଏ ହୁସେନ୍ ମଲ୍ଲିକ ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ଥିଲେ। ସେ ଏକ ସମୟରେ ଜର୍ମାନୀର ବନ୍ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଥିଲେ। ନୋବେଲ ପୁରସ୍କାର ଜୁରୀରେ ସାମିଲ ହେବାରେ ସେ ହେଉଛନ୍ତି ପ୍ରଥମ ପାକିସ୍ତାନୀ। ମା’ ରେହାନା ହୁସେନ୍ ମଲ୍ଲିକ ହେଉଛନ୍ତି ପାକିସ୍ତାନ ମୁସଲିମ୍ ଲିଗର ମହିଳା ଶାଖାର ପୂର୍ବତନ ସାଧାରଣ ସମ୍ପାଦିକା। ମୁଶାଲଙ୍କ ଭାଇ ୱାଶିଂଟନରେ ବୈଦେଶିକ ନୀତି ବିଶେଷଜ୍ଞ। ମୁଶାଲ ନିଜେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

ୟାସିନ ମଲିକ ଜଣେ ଆତଙ୍କବାଦୀ!

ଯେତେବେଳେ କି ୟାସିନ ମଲ୍ଲିକ ଏକ ସାଧାରଣ ପାରିବାରିକ ପୃଷ୍ଠଭୂମିରୁ ଆସିଛନ୍ତି। ୧୯୮୦ ଦଶକର ମଧ୍ୟଭାଗରେ କାଶ୍ମୀରରୁ ପାକିସ୍ତାନ ସୀମା ଅତିକ୍ରମ କରିଥିବା ୫ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୟାସିନ୍ ଅନ୍ୟତମ। ଏହି ଆତଙ୍କବାଦୀଙ୍କ ଯୋଗୁଁ ଉପତ୍ୟକାରେ ଆତଙ୍କବାଦ ବୃଦ୍ଧି ପାଇଥିଲା। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୧୯୯୦ମସିହାରେ ସେ ଜେଲରୁ ମୁକୁଳିଥିଲେ। ସେବେଠାରୁ ସେ କାଶ୍ମୀରର ସ୍ୱାଧୀନତାକୁ ସମର୍ଥନ କରି ଆସୁଛନ୍ତି। ସ୍କୁଲଶିକ୍ଷା ଖୁବ୍ କମ୍ ଥିବା ୟାସିନ୍ କେବେ ବି ବିବାହ କରିବାକୁ ଚାହୁଁନଥିଲେ। ଥରେ ସେ ଏକ ବୟାନ ଦେଇଥିଲେ ଯେ ନିକାହନାମା ପଢ଼ିବା ଅପେକ୍ଷା ଜାତିସଂଘର ଭାଷଣ ପଢ଼ିବା ଭଲ ହେବ। କିନ୍ତୁ ମୁଶାଲ ନିଜର ଚିନ୍ତାଧାରା ବଦଳାଇ ଦେଇଥିଲେ। ତେବେ ମୁଶାଲଙ୍କ ସହ ୟାସିନଙ୍କ ବିବାହ କାଶ୍ମୀରରେ ତାଙ୍କ ଘନିଷ୍ଠ ବିଚ୍ଛିନ୍ନତାବାଦୀ ନେତାଙ୍କୁ କ୍ରୋଧିତ କରିଥିଲା।

ଅନୱାରୁଲ ହକ୍ କକ୍କର କାଶ୍ମୀର ମୁଶାଲ ମଲ୍ଲିକ ୟାସିନ୍ ମଲ୍ଲିକ
Share. Facebook Twitter LinkedIn Email WhatsApp Copy Link

Related Posts

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025

ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025
Latest News

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025

ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.