Categories
ଜାତୀୟ ଖବର ବିଶେଷ ଖବର

କାଶ୍ମୀରରେ ଆତଙ୍କବାଦୀ ଘଟଣା କମିଛି, କିନ୍ତୁ ଯବାନଙ୍କ ବଳିଦାନ ଥମିନାହିଁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ଗୁରୁବାର ଆତଙ୍କବାଦୀମାନେ ସେନାର ଦୁଇଟି ଗାଡ଼ି ଉପରକୁ ଆକ୍ରମଣ କରି ୩ ଜଣ ଯବାନଙ୍କୁ ଆହତ କରିଥିଲେ। ଗତ ମାସରେ ଏହି ଘଟଣା ଘଟିଥିଲା ଯେତେବେଳେ ସୁରକ୍ଷା ବାହିନୀ ଦୁଇ କ୍ୟାପଟେନଙ୍କ ସମେତ ୫ ଜଣ ଯବାନଙ୍କୁ ହରାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରୁ ଭେରା ରାସ୍ତାରେ ଆତଙ୍କବାଦୀଙ୍କ ବିରୋଧରେ ମିଳିତ ଅଭିଯାନକୁ ଜୋରଦାର କରିବାକୁ ଯାଉଥିବାବେଳେ ଅପରାହ୍ନ ପ୍ରାୟ ୩ଟା ୪୫ମିନିଟରେ ଯବାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ରାଜୌରୀ ଓ ପୁଞ୍ଚ ଜିଲ୍ଲା ସୀମାରେ ଥିବା ସୁରନକୋଟ ଥାନା ଅନ୍ତର୍ଗତ ଧତ୍ୟାର କି ଗଲି ଏବଂ ବୁଫ୍ଲିୟାଜ୍ ମଧ୍ୟରେ ଧତ୍ୟାର ମୋଡ଼ଠାରେ ଏହି ଆକ୍ରମଣ ହୋଇଥିଲା।

ଆକ୍ରମଣ ପାଇଁ ପିଏଫଏ ନିଜକୁ ଦାୟୀ କରିଛି

ସେନାର ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ବିଶ୍ୱସନୀୟ ସୂଚନା ଆଧାରରେ ବୁଧବାର ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଲୁଚି ରହିଥିବା ଆତଙ୍କବାଦୀମାନେ ସର୍ଚ୍ଚ ପାର୍ଟି ଉପରକୁ ଗୁଳି ଚଳାଇଥିଲେ, ଯାହାପରେ ଜବାବରେ ଗୁଳି ବିନିମୟ ହୋଇଥିଲା।

ଘଟଣାସ୍ଥଳରେ ଅତିରିକ୍ତ ଫୋର୍ସ ପହଞ୍ଚିବା ପରେ ଆତଙ୍କବାଦୀମାନେ ଏକ ଟ୍ରକ୍ ଓ ମାରୁତି ଜିପ୍ସି ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ପାକିସ୍ତାନ ସମର୍ଥିତ ଜୈଶ-ଏ-ମହମ୍ମଦର ଶାଖା ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (ପିଏଫଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ନିଷିଦ୍ଧ ପିଏଏଫ ମଧ୍ୟ ଏପ୍ରିଲ ଆକ୍ରମଣରେ ନିଜକୁ ଦାୟୀ କରିଥିଲା।

ରାଜ୍ୟସଭାରେ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଭାରତ ସରକାର ୯ଅଗଷ୍ଟ ୨୦୨୩ରେ କହିଥିଲେ ଯେ ଗତ ପାଞ୍ଚବର୍ଷ ମଧ୍ୟରେ ଲଦାଖରେ ଗୋଟିଏ ବି ଆତଙ୍କବାଦ ଘଟଣା ରେକର୍ଡ ହୋଇନାହିଁ। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୃହକୁ ଦେଇଥିବା ରିପୋର୍ଟ ଅନୁଯାୟୀ, ୨୦୨୩ ଜୁଲାଇ ୩୧ ତାରିଖ ସୁଦ୍ଧା ଜମ୍ମୁ-କଶ୍ମୀରରେ ଆତଙ୍କବାଦ ସମ୍ବନ୍ଧୀୟ ଘଟଣାର ଏହା ତଥ୍ୟ ଥିଲା।

ଜାମ୍ମୁ କାଶ୍ମୀରରେ କିଛି ବଡ଼ ଧରଣର ଆତଙ୍କବାଦୀ ଘଟଣା

• ୨୧ ଡିସେମ୍ବର ୨୦୨୩, ୪ ଯବାନ ସହିଦ ହୋଇଛନ୍ତି। ପୁଞ୍ଚରେ ସେନାର ଦୁଇଟି ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି।

• ୨୨ରୁ ୨୩ ନଭେମ୍ବର ୨୦୨୩: ରାଜୌରୀରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ଦୁଇ କ୍ୟାପଟେନଙ୍କ ସମେତ ୫ ଯବାନ ସହିଦ।

• ୧୩ ସେପ୍ଟେମ୍ବର ୨୦୨୩: ରାଜୌରୀରେ ଆତଙ୍କବାଦ ବିରୋଧୀ ଅଭିଯାନବେଳେ ଜଣେ ସୈନିକ ସହିଦ।

• ୫ ମେ ୨୦୨୩: ରାଜୌରୀରେ ଆତଙ୍କବାଦୀ ଆଇଇଡି ବିସ୍ଫୋରଣ କରିବାରୁ ୫ ପାରା କମାଣ୍ଡୋ ସହିଦ।

• ୨୦ ଏପ୍ରିଲ ୨୦୨୩: ପୁଞ୍ଚ ଜିଲ୍ଲାର ମେନ୍ଧର ତହସିଲରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଯବାନ ସହିଦ।

• ୧୧ ଅଗଷ୍ଟ ୨୦୨୨: ରାଜୌରିର ପାର୍ଗାଲରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ।

• ୧୪ ଅକ୍ଟୋବର ୨୦୨୧: ପୁଞ୍ଚ ଜିଲ୍ଲାର ମେନ୍ଧର ତହସିଲରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଜଣେ ଜେସିଓଙ୍କ ସମେତ ୪ ଜଣ ଯବାନ ସହିଦ ।

• ୧୧ ଅକ୍ଟୋବର ୨୦୨୧: ପୁଞ୍ଚ ଜିଲ୍ଲାର ସୁରନକୋଟର ଚାର୍ମର ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଜଣେ ଜେସିଓଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ ।

ଘଟଣା କମିଛି କିନ୍ତୁ ଶେଷ ହୋଇନାହିଁ

ଗୃହମନ୍ତ୍ରୀ ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଧାରା-୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଘଟଣା ଏବଂ ମୃତ୍ୟୁ ସଂଖ୍ୟାରେ ବ୍ୟାପକ ହ୍ରାସ ଘଟିଛି । ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ଭାରତୀୟ ବେସାମରିକ ପ୍ରତିରକ୍ଷା ସଂହିତା (ବିଏନଏସଏସ୍) ଏବଂ ଭାରତୀୟ ପ୍ରମାଣ ବିଲ୍ (ବିଏସ୍ଏଭି) ଉପରେ ଆଲୋଚନା ସମୟରେ ସେ ଲୋକସଭା ଏବଂ ରାଜ୍ୟସଭାରେ କହିଥିଲେ ଯେ ଜମ୍ମୁ-କଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ହେବା ପରଠାରୁ ଆତଙ୍କବାଦୀ ଘଟଣା ୬୩ ପ୍ରତିଶତ ହ୍ରାସ ପାଇଛି ଏବଂ ମୃତ୍ୟୁ ସଂଖ୍ୟା ପ୍ରାୟ ୭୫ ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ପ୍ରଶ୍ନ ଉଠୁଛି, ଆତଙ୍କବାଦୀଙ୍କୁ କାହିଁକି ସମ୍ପୂର୍ଣ୍ଣ ନିପାତ କରାଯାଇପାରୁ ନାହିଁ ?

Categories
ଆଜିର ଖବର ଜାତୀୟ ଖବର

କାଶ୍ମୀରରେ ଶୁଭ ରୀତିନୀତି ସହ ‘ମୋଦି କି ଗ୍ୟାରେଣ୍ଟି କି ଗାଡି’ କୁ ସ୍ବାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସୱାଇ)ର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚିପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡିକର ସମନ୍ୱୟ ହାସଲ କରିବା ପାଇଁ ସମଗ୍ର ଦେଶରେ ବିକାଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି।

ଜମ୍ମୁ ଓ କଶ୍ମୀରର ଶେଖ୍ ପୁରାର ଜଣେ ଦୁଗ୍ଧ ବିକ୍ରେତା ତଥା ଭିବିଏସୱାଇ ହିତାଧିକାରୀ ଶ୍ରୀମତୀ ନାଜିଆ ନାଜିରଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ ପଚାରିଥିଲେ। ସେ ଉତ୍ତର ଦେଇଥିଲେ ଯେ ତାଙ୍କ ସ୍ୱାମୀ ଜଣେ ଅଟୋ ଡ୍ରାଇଭର ଏବଂ ତାଙ୍କର ଦୁଇ ପିଲା କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟରୁ ଶିକ୍ଷା ଲାଭ କରନ୍ତି।

ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ତାଙ୍କ ଗାଁରେ ଦେଖାଯାଉଥିବା ପରିବର୍ତ୍ତନ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଅନୁସନ୍ଧାନ ପରେ ଶ୍ରୀମତୀ ନାଜିଆ ନାଜିର ଉତ୍ତର ଦେଇଥିଲେ ଯେ ଜଳ ଜୀବନ ମିଶନ ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛି ଏବଂ ସେମାନଙ୍କ ଘରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଯୋଗାଣ ପହଞ୍ଚିଛି ଯେଉଁଠାରେ ଏକଦା ଜଳ ସମସ୍ୟା ରହିଥିଲା । ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ, ସରକାରୀ ବିଦ୍ୟାଳୟରେ ଶିକ୍ଷା ଏବଂ ପିଏମଜିକେଏୱାଇକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ ତାଙ୍କ ଗାଁରେ ଭିବିଏସୱାଇ ରଥର ଅଭିଜ୍ଞତା ଏବଂ ପ୍ରଭାବ ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ଏହାର ଉତ୍ତରରେ ସେ କହିଛନ୍ତି ଯେ କାଶ୍ମୀର ସଂସ୍କୃତି ଅନୁଯାୟୀ ଶୁଭ ଅବସରରେ କରାଯାଇଥିବା ରୀତିନୀତି ଦ୍ୱାରା ଲୋକମାନେ ଏହାକୁ ସ୍ୱାଗତ କରିଥିଲେ।

ନାଜିଆ ନାଜିରଙ୍କ ସହ କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ସେ କାଶ୍ମୀରର ମହିଳା ଶକ୍ତି ଉପରେ ଆସ୍ଥା ପ୍ରକଟ କରିଛନ୍ତି, ଯେଉଁମାନେ ସରକାରଙ୍କ ସୁବିଧା ପାଇ ନିଜ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି ଏବଂ ଦେଶର ବିକାଶ ଉଦ୍ଦେଶ୍ୟରେ ଆଗକୁ ବଢୁଛନ୍ତି । ଜମ୍ମୁ-କଶ୍ମୀରରେ ଭିବିଏସ୍ୱାଇ ପାଇଁ ଯେଉଁ ଉତ୍ସାହ ରହିଛି ତାହା ସାରା ଦେଶକୁ ଏକ ସକାରାତ୍ମକ ବାର୍ତ୍ତା ଦେଉଛି ବୋଲି ଉଲ୍ଲେଖ କରି ସେ କହିଛନ୍ତି, “ଆପଣଙ୍କ ଉତ୍ସାହ ମୋ ପାଇଁ ଶକ୍ତିର ଉତ୍ସ”। ଏହା ନୂଆ ପିଢ଼ିର ଉଜ୍ଜ୍ୱଳ ଭବିଷ୍ୟତର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି। ସମଗ୍ର ଦେଶର ଲୋକମାନେ ବିକାଶର ଚକ୍ରାନ୍ତରେ ସାମିଲ ହେଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହ ଜମ୍ମୁ-କଶ୍ମୀରବାସୀଙ୍କ ଅବଦାନକୁ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

କାଶ୍ମୀରରେ ପାଳନ ହେଲା ଗଣେଶ ପୂଜା, ୧୯୮୯ ପରେ ପ୍ରଥମ ଥର ପାଇଁ ଝେଲମ ନଦୀରେ ହେଲା ମୂର୍ତ୍ତି ବିସର୍ଜନ

ଶ୍ରୀନଗର: ଗଣେଶ ଚତୁର୍ଥୀ ଉତ୍ସବ ମଙ୍ଗଳବାର ଦିନ କାଶ୍ମୀରରେ ମହାଧୂମଧାମରେ ପାଳନ କରାଯାଇଛି ଏବଂ ଉପତ୍ୟକାରେ ଆତଙ୍କବାଦ ବିସ୍ତାର ହେବା ପରେ ପ୍ରଥମ ଥର ପାଇଁ ପ୍ରଭୁଙ୍କ ମୂର୍ତ୍ତି ଝୋଲମ୍ ନଦୀରେ ବିସର୍ଜନ କରାଯାଇଛି। ସହରର ହବା କଦଲ ଅଞ୍ଚଳରେ ଅବସ୍ଥିତ ଗଣପତି ମନ୍ଦିରରେ ସବୁଠୁ ବଡ଼ ଉତ୍ସବ ଏବଂ ପୂଜା ଆୟୋଜିତ ହୋଇଥିଲା। କାଶ୍ମୀରୀ ପଣ୍ଡିତ ନେତା ସଞ୍ଜୟ ଟିକ୍କୁ କହିଛନ୍ତି ଯେ, ଭଗବାନ ଗଣେଶଙ୍କ ଜନ୍ମଦିନରେ ମନ୍ଦିରରେ ଯଜ୍ଞ ସହ ସ୍ୱତନ୍ତ୍ର ପୂଜା କରାଯାଇଥିଲା।

ଶ୍ରୀ ଟିକ୍କୁ କହିଛନ୍ତି ଯେ, “ଆଜି ବିନାୟକ ଚତୁର୍ଥୀ କାଶ୍ମୀରରେ ସେହିପରି ପାଳନ କରାଯାଇଥିଲା, ଯେପରି ମହାରାଷ୍ଟ୍ର ତଥା ଦେଶର ଅନ୍ୟାନ୍ୟ ସ୍ଥାନରେ ପାଳନ କରାଯାଉଛି। ଏହି ଦିନ, ଆମେ ଏହି ସିଦ୍ଧବିନାୟକ ମନ୍ଦିରରେ ଏକ ଯଜ୍ଞ କରିଥିଲୁ, ଯାହା ପ୍ରାୟ ୧୨-୧୪ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା।

ସ୍ଥାନୀୟ ଲୋକକହିଛନ୍ତି ଯେ, ଭଗବାନ ଗଣେଶଙ୍କ ପରିବେଶ ଅନୁକୂଳ ମୂର୍ତ୍ତି ସନ୍ଧ୍ୟାରେ ଝେଲମ୍ ନଦୀରେ ବିସର୍ଜନ କରା ଯାଇଥିଲେ। ୧୯୮୯ ରେ ଉପତ୍ୟକାରେ ଆତଙ୍କବାଦ ବିସ୍ତାର ପରେ ଏହା ପ୍ରଥମ ଥର ପାଇଁ କରାଯାଇଥିଲା।

ଏହି ପ୍ରତିମୂର୍ତ୍ତିକୁ ବିସର୍ଜନ ପାଇଁ ବହୁ ଭକ୍ତଙ୍କ ସହିତ ମହାଧୂମଧାମରେ ଶୋଭାଯାତ୍ରା କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନରେ ମନ୍ତ୍ରୀ ହେଲେ ୟାସିନ ମଲ୍ଲିକଙ୍କ ପତ୍ନୀ ମୁଶାଲ 

ଇସଲାମାବାଦ: କାଶ୍ମୀରରେ ନିରୀହ ଲୋକଙ୍କ ରକ୍ତ ବୁହାଇଥିବା ୟାସିନ୍ ମଲ୍ଲିକଙ୍କ ପତ୍ନୀ ମୁଶାଲ ଏବେ ପାକିସ୍ତାନର କେୟାରଟେକର ସରକାରରେ ସାମିଲ ଅଛନ୍ତି। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ୍ କକ୍କର ମୁଶାଲଙ୍କୁ ମାନବାଧିକାର ଏବଂ ମହିଳାଙ୍କ ଉପରେ ସ୍ୱତନ୍ତ୍ର ପରାମର୍ଶଦାତାଭାବେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ତିହାର ଜେଲରେ ବନ୍ଦୀ ଥିବା ୟାସିନ ମଲିକଙ୍କ ପତ୍ନୀ ମୁଶାଲ ଜଣେ ପାକିସ୍ତାନୀ ନାଗରିକ। ୨୦୦୯ରେ ଦୁହେଁ ବିବାହ କରିବା ପରେ ଭାରତର ପ୍ରତିରକ୍ଷା ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମୁଶାଲ ସବୁବେଳେ କାଶ୍ମୀରକୁ ନେଇ ବିଷ ଉଗାଳୁଛନ୍ତି। ମୁଶାଲ ପେଶାରେ ଜଣେ କଳାକାର ଏବଂ ୟାସିନ ମଲ୍ଲିକଙ୍କ ସହ ତାଙ୍କର ସାକ୍ଷାତ୍‍ କିଛି କମ୍ ଆକର୍ଷଣୀୟ ନୁହେଁ। ଉଭୟଙ୍କ ମଧ୍ୟରେ ପାଖାପାଖି ୨୦ ବର୍ଷର ପାର୍ଥକ୍ୟ ରହିଛି।

ପ୍ରେମର କାରଣ ପାଲଟିଲା ଫୈଜଙ୍କ କବିତା

କଳାକାର ମୁଶାଲ ଏବଂ ୟାସିନ ୨୦୦୯ ମସିହାରେ ବିବାହ କରିଥିଲେ। ସେହି ସମୟରେ ମଲ୍ଲିକ ପାକିସ୍ତାନ ଯାଇ ମୁଶାଲଙ୍କୁ ବିବାହ କରିଥିଲେ ଏବଂ ଦୁହିଁଙ୍କର ଏକ ୧୧ ବର୍ଷର ଝିଅ ରଜିଆ ଅଛି। ୨୦୧୦ମସିହାରେ ୟାସିନ ଓ ମୁଶାଲ ନିଜର ପ୍ରଥମ ବିବାହ ବାର୍ଷିକୀରେ ଭାରତ ଆସିଥିଲେ। ସେହି ସମୟରେ ସେ କାଶ୍ମୀରରେ କିଛି ସମୟ ବିତାଇଥିଲେ। ଓପନଡେମ୍ ପତ୍ରିକାର ରିପୋର୍ଟ ଅନୁଯାୟୀ, ୨୦୦୫ ମସିହାରେ ୟାସିନ୍ ମଲ୍ଲିକ କାଶ୍ମୀରର ସ୍ୱାଧୀନତା ପାଇଁ ସମର୍ଥନ ପାଇବା ପାଇଁ ପାକିସ୍ତାନ ଯାଇଥିଲେ।

ଏକ କାର୍ଯ୍ୟକ୍ରମରେ ମୁଶାଲ ତାଙ୍କ ଭାଷଣରେ ଫୈଜ ଅହମ୍ମଦ ଫୈଜଙ୍କ କବିତାର ଏକ ଧାଡ଼ି ପାଠ କରିଥିବା ଶୁଣିଥିଲେ। ତାଙ୍କ ସହ ମୁଶାଲଙ୍କ ମା’ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆସିଥିଲେ। ମୁଶାଲଙ୍କ କହିବା ଅନୁଯାୟୀ, ସେ ୟାସିନଙ୍କ ପାଖକୁ ଯାଇ ତାଙ୍କ ଭାଷଣର ପ୍ରଶଂସା କରିଥିଲେ। ଦୁହେଁ ହାତ ମିଳାଇଥିଲେ ଏବଂ ମୁଶାଲ ୟାସିନଙ୍କ ଅଟୋଗ୍ରାଫ୍ ମଧ୍ୟ ନେଇଥିଲେ। ଏହାପରେ ୟାସିନ ମଲ୍ଲିକ ମଧ୍ୟ ମୁଶାଲଙ୍କୁ କାଶ୍ମୀର ପାଇଁ ଚାଲିଥିବା ଆନ୍ଦୋଳନକୁ ନିମନ୍ତ୍ରଣ କରିଥିଲେ।

ହଜରେ ବିବାହ ସ୍ଥିର

ପାକିସ୍ତାନରୁ ଫେରିବାର ଗୋଟିଏ ଦିନ ପୂର୍ବରୁ ୟାସିନ ମଲ୍ଲିକ ମୁଶାଲଙ୍କ ମା’ଙ୍କ ମୋବାଇଲକୁ କଲ୍ କରିଥିଲେ। ମୁଶାଲଙ୍କ ମା’ ତାଙ୍କୁ କହିଥିଲେ ଯେ ତାଙ୍କ ପ୍ରାର୍ଥନା ୟାସିନଙ୍କ ସହ ଅଛି। ଏହାପରେ ମା’ ତାଙ୍କ ଝିଅ ସହ କଥା ହୋଇଥିଲେ। ଦୁଇ ମିନିଟ୍ କଥାବାର୍ତ୍ତା ପରେ ୟାସିନ୍ ମୁଶାଲଙ୍କୁ ଇଂରାଜୀରେ ‘ଆଇ ଲଭ୍ ୟୁ’ କହିଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ତାଙ୍କ ମା’ ହଜ ଯାତ୍ରାରେ ୟାସିନଙ୍କ ମା’ଙ୍କୁ ଭେଟିଥିଲେ, ସେତେବେଳେ ବିବାହ ସ୍ଥିର ହୋଇଥିଲା। ଶେଷରେ ୨୦୦୯ ଫେବ୍ରୁଆରି ୨୨ତାରିଖରେ ୪୩ ବର୍ଷୀୟ ୟାସିନ୍ ମଲ୍ଲିକ ପାକିସ୍ତାନରେ ୨୪ ବର୍ଷୀୟ ମୁଶାଲଙ୍କୁ ବିବାହ କରିଥିଲେ। ସେପ୍ଟେମ୍ବର ୨୦୦୯ରେ ମୁଶାଲ ପ୍ରଥମ ଥର ପାଇଁ ନିଜ ପୂରା ପରିବାର ସହ କାଶ୍ମୀର ଆସିଥିଲେ।

ମୁଶାଲଙ୍କ ପରିବା ବହୁତ ଧନୀ

ମୁଶାଲ ପାକିସ୍ତାନର ଏକ ବହୁତ ଧନୀ ପରିବାରରୁ ଆସିଛନ୍ତି। ତାଙ୍କ ପିତା ପ୍ରଫେସର ଏମ୍ ଏ ହୁସେନ୍ ମଲ୍ଲିକ ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ଥିଲେ। ସେ ଏକ ସମୟରେ ଜର୍ମାନୀର ବନ୍ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଥିଲେ। ନୋବେଲ ପୁରସ୍କାର ଜୁରୀରେ ସାମିଲ ହେବାରେ ସେ ହେଉଛନ୍ତି ପ୍ରଥମ ପାକିସ୍ତାନୀ। ମା’ ରେହାନା ହୁସେନ୍ ମଲ୍ଲିକ ହେଉଛନ୍ତି ପାକିସ୍ତାନ ମୁସଲିମ୍ ଲିଗର ମହିଳା ଶାଖାର ପୂର୍ବତନ ସାଧାରଣ ସମ୍ପାଦିକା। ମୁଶାଲଙ୍କ ଭାଇ ୱାଶିଂଟନରେ ବୈଦେଶିକ ନୀତି ବିଶେଷଜ୍ଞ। ମୁଶାଲ ନିଜେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

ୟାସିନ ମଲିକ ଜଣେ ଆତଙ୍କବାଦୀ!

ଯେତେବେଳେ କି ୟାସିନ ମଲ୍ଲିକ ଏକ ସାଧାରଣ ପାରିବାରିକ ପୃଷ୍ଠଭୂମିରୁ ଆସିଛନ୍ତି। ୧୯୮୦ ଦଶକର ମଧ୍ୟଭାଗରେ କାଶ୍ମୀରରୁ ପାକିସ୍ତାନ ସୀମା ଅତିକ୍ରମ କରିଥିବା ୫ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୟାସିନ୍ ଅନ୍ୟତମ। ଏହି ଆତଙ୍କବାଦୀଙ୍କ ଯୋଗୁଁ ଉପତ୍ୟକାରେ ଆତଙ୍କବାଦ ବୃଦ୍ଧି ପାଇଥିଲା। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୧୯୯୦ମସିହାରେ ସେ ଜେଲରୁ ମୁକୁଳିଥିଲେ। ସେବେଠାରୁ ସେ କାଶ୍ମୀରର ସ୍ୱାଧୀନତାକୁ ସମର୍ଥନ କରି ଆସୁଛନ୍ତି। ସ୍କୁଲଶିକ୍ଷା ଖୁବ୍ କମ୍ ଥିବା ୟାସିନ୍ କେବେ ବି ବିବାହ କରିବାକୁ ଚାହୁଁନଥିଲେ। ଥରେ ସେ ଏକ ବୟାନ ଦେଇଥିଲେ ଯେ ନିକାହନାମା ପଢ଼ିବା ଅପେକ୍ଷା ଜାତିସଂଘର ଭାଷଣ ପଢ଼ିବା ଭଲ ହେବ। କିନ୍ତୁ ମୁଶାଲ ନିଜର ଚିନ୍ତାଧାରା ବଦଳାଇ ଦେଇଥିଲେ। ତେବେ ମୁଶାଲଙ୍କ ସହ ୟାସିନଙ୍କ ବିବାହ କାଶ୍ମୀରରେ ତାଙ୍କ ଘନିଷ୍ଠ ବିଚ୍ଛିନ୍ନତାବାଦୀ ନେତାଙ୍କୁ କ୍ରୋଧିତ କରିଥିଲା।

Categories
ବିଶେଷ ଖବର

ଭାରତର ସାର୍ବଭୌମତ୍ୱକୁ ସ୍ୱୀକାର କରିବା ପରେ କାଶ୍ମୀରରେ ସ୍ୱାୟତ୍ତତା ଦାବି କାହିଁକି? ଧାରା ୩୭୦କୁ ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ବୁଧବାର ଧାରା ୩୭୦ ଉପରେ ଶୁଣାଣିବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ। ଯଦି ଜମ୍ମୁ-କାଶ୍ମୀରର ସମ୍ବିଧାନ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା, ତେବେ ୧୯୫୭ ପରେ ଭାରତୀୟ ସମ୍ବିଧାନରେ କାହିଁକି ଏହା ଉଲ୍ଲେଖ କରାଗଲା ନାହିଁ? ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି କରୁଥିବା ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରଶ୍ନ କରିଚନ୍ତି। ଆବେଦନକାରୀ ମୁଜାଫର ଇକବାଲ ଖାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ ଯୁକ୍ତି ବାଢ଼ିଥିଲେ ଯେ ୧୯୫୭ ରାଜ୍ୟ ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା ସ୍ୱାଧୀନତାକୁ ଜମ୍ମୁ-କାଶ୍ମୀରବାସୀଙ୍କ ଇଚ୍ଛା ବିନା ଉଚ୍ଛେଦ କରାଯାଇପାରିବ ନାହିଁ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ରହିଛନ୍ତି। ସୁବ୍ରମଣ୍ୟମ ବୁଧବାର କହିଛନ୍ତି ଯେ ଧାରା ୩୭୦ ଅନିୟନ୍ତ୍ରିତ କ୍ଷମତାର ଭଣ୍ଡାର ନୁହେଁ ବରଂ ରାଜ୍ୟରେ ସମ୍ବିଧାନକୁ କାର୍ଯ୍ୟକାରୀ କରିବାର ଏକ ମାଧ୍ୟମ । ସୁବ୍ରମଣ୍ୟମ କହିଛନ୍ତି ଯେ ଜମ୍ମୁ-କାଶ୍ମୀର ସମ୍ବିଧାନ ସଭା ଧାରା ୩୭୦ ଉଚ୍ଛେଦ କରିବାକୁ ଚାହୁଁନାହିଁ। ଏହାକୁ ଜାରି ରଖିବାକୁ ସେ ଅନୁମତି ଦେଇଥିଲେ।

ଧାରା ୩୭୦ ଉପରେ ଶୁଣାଣି: ଗୋପାଳ ସୁବ୍ରମଣ୍ୟମଙ୍କ ଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ପ୍ରଧାନ ବିଚାରପତି

ସୁବ୍ରମଣ୍ୟମ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠଙ୍କ ନିକଟରେ ଯୁକ୍ତି ବାଢ଼ିଥିଲେ ଯେ ସମ୍ବିଧାନର ଧାରା ୩୭୦ରେ ନିର୍ମିତ ସଂଘୀୟ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇପାରିବ ନାହିଁ। ଧାରା ୩୭୦ ଜମ୍ମୁ-କଶ୍ମୀର ଏବଂ ଭାରତ ମଧ୍ୟରେ ସଂଘୀୟ ବ୍ୟବସ୍ଥାର ଢାଞ୍ଚା ସ୍ଥାପନ କରିଛି।

ସୁବ୍ରମଣ୍ୟମ କହିଛନ୍ତି ଯେ ଭାରତର ସମ୍ବିଧାନ ଏବଂ ଜମ୍ମୁ-କଶ୍ମୀରର ସମ୍ବିଧାନ ଭାରତ ଏବଂ ଜମ୍ମୁ-କାଶ୍ମୀର ମଧ୍ୟରେ ସମ୍ପର୍କକୁ ପ୍ରଶଂସା କରୁଛି ଏବଂ ଧାରା ୩୭୦ ମାଧ୍ୟମରେ ଉଭୟ ସମ୍ବିଧାନ ପରସ୍ପର ସହ କଥା ବାର୍ତ୍ତା କରୁଛନ୍ତି। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆମ ସମ୍ବିଧାନରେ ଉଭୟ ବିଧାନସଭା ଏବଂ ସମ୍ବିଧାନ ସଭାକୁ ସ୍ୱୀକୃତି ଦିଆଯାଇଛି। ମୌଳିକ ଢାଞ୍ଚା ଉଭୟ ସମ୍ବିଧାନରୁ ନିଆଯିବ।

ସୁବ୍ରମଣ୍ୟମ ଧାରା ୩୭୦ର ନାମମାତ୍ର ନୋଟକୁ ଉଲ୍ଲେଖ କରି କହିଛନ୍ତି ଯେ ଜମ୍ମୁ-କଶ୍ମୀର ରାଜ୍ୟ ସମ୍ପର୍କରେ ଏକ ଅସ୍ଥାୟୀ ବ୍ୟବସ୍ଥା ଭାବେ ପଢ଼ାଯାଇଛି ଏବଂ ୩୭୦(୩) ଅସ୍ଥାୟୀ ବୋଲି କହିବା ଭୁଲ ହେବ। ସେ କହିଛନ୍ତି ଯେ ଜମ୍ମୁ-କାଶ୍ମୀରର ସମ୍ବିଧାନ ସଭା ଏହି ବ୍ୟବସ୍ଥାଜାରି ରଖିବାକୁ ଚାହୁଁଛି। ସେ କହିଛନ୍ତି ଯେ ସମ୍ବିଧାନ ସଭାକୁ ବ୍ୟାଖ୍ୟା ବ୍ୟବସ୍ଥା ବ୍ୟବହାର କରି ବିଧାନସଭା ଭାବରେ ପଢ଼ାଯାଇ ପାରିବ ନାହିଁ, କାରଣ ଏହା ଧାରା ୩୭୦(ଡି)ର ସଂଶୋଧନ ହେବ।

ଯଦିଓ ଭାରତୀୟ ସମ୍ବିଧାନରେ ଜମ୍ମୁ-କାଶ୍ମୀରର ସମ୍ବିଧାନ ସଭା କଥା କୁହାଯାଇଛି, କିନ୍ତୁ ଏଥିରେ ଜମ୍ମୁ-କଶ୍ମୀରର ସମ୍ବିଧାନ ବିଷୟରେ ଆଦୌ ଉଲ୍ଲେଖ ନାହିଁ।

ଏହା ପୂର୍ବରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ବାଢ଼ିଥିଲେ ଯେ ସାମ୍ବିଧାନିକ କ୍ଷମତା ଓ ବିଧାନ କ୍ଷମତା ମଧ୍ୟରେ ପାର୍ଥକ୍ୟ ରହିଛି ଏବଂ ବିଧାନସଭାକୁ ସମ୍ବିଧାନ ସଭାରେ ପରିଣତ କରାଯାଇପାରିବ ନାହିଁ।

ସୋମବାର ଓ ଶୁକ୍ରବାର ବ୍ୟତୀତ ଅଗଷ୍ଟ ୨ ତାରିଖରୁ ଖଣ୍ଡପୀଠ ଏହି ମାମଲାର କ୍ରମାଗତ ଶୁଣାଣି କରୁଛନ୍ତି। ସିବଲ ଓ ସୁବ୍ରମଣ୍ୟମଙ୍କ ଯୁକ୍ତି ଶେଷ ହୋଇଛି। ଆବେଦନକାରୀ ଓ ହସ୍ତକ୍ଷେପକାରୀଙ୍କ ପକ୍ଷରୁ ରାଜୀବ ଧୱନ, ଦୁଷ୍ମନ୍ତ ଦବେ ଓ ଅନ୍ୟ ଆଇନଜୀବୀମାନେ ଯୁକ୍ତି ଉପସ୍ଥାପନ କରିବେ।

‘ଧାରା ୩୭୦ କୌଣସି ବୁଝାମଣା ନୁହେଁ’

ଯଦିଓ ଧାରା ୩୭୦ ସମ୍ବନ୍ଧୀୟ ଦସ୍ତାବିଜରେ ‘ଅସ୍ଥାୟୀ’ ଶବ୍ଦ ରହିଛି, ତଥାପି ଜମ୍ମୁ-କାଶ୍ମୀର ସମ୍ବିଧାନ ସଭାରେ ପାରିତ ସଂକଳ୍ପରେ କୁହାଯାଇଛି ଯେ ଏହି ସଂଶୋଧନ ଦ୍ୱାରା ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେବା ଉଚିତ। ଧାରା ୩୭୦ ମାଧ୍ୟମରେ ଜମ୍ମୁ-କାଶ୍ମୀରର ସମ୍ବିଧାନ ଏବଂ ଭାରତୀୟ ସମ୍ବିଧାନ ପରସ୍ପର ସହ ଯୋଡ଼ି ହୋଇଥିଲା । ଧାରା ୩୭୦କୁ କ୍ଷମତା ରାଜନୀତି କିମ୍ବା ବାର୍ଗେନିଂ ଭାବରେ ପଢିବା କିମ୍ବା ବୁଝିବା ଉଚିତ ନୁହେଁ ବରଂ ଏହାକୁ ଭାରତୀୟ ଜନତା ଏବଂ ଜମ୍ମୁ-କଶ୍ମୀର ରାଜ୍ୟବାସୀଙ୍କ ମଧ୍ୟରେ ଏକ ନୀତିଗତ ଚୁକ୍ତି ଭାବରେ ବ୍ୟାଖ୍ୟା କରାଯିବା ଉଚିତ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କାଶ୍ମୀରର ଶତାବ୍ଦୀ ପୁରୁଣା ‘ନାମଡା’ ଶିଳ୍ପର ପୁନରୁଦ୍ଧାର ଉପରେ ଆଲେଖ୍ୟ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀରର ଶତାବ୍ଦୀ ପୁରୁଣା ‘ନାମଡା’ ଶିଳ୍ପର ପୁନରୁଦ୍ଧାର ଉପରେ ଏକ ଆଲେଖ୍ୟ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘କାଶ୍ମୀରର ଶତାବ୍ଦୀ ପୁରୁଣା ‘ନାମଡା’ ଶିଳ୍ପର ପୁନରୁତ୍ଥାନ ହେଉଥିବା ଜାଣି ଖୁସି ଏବଂ ଏହା ଏବେ ଦୀର୍ଘବର୍ଷ ପରେ ବିଶ୍ୱ ସମ୍ମୁଖକୁ ଆସୁଛି! ଏହା ଆମ କାରିଗରମାନଙ୍କ ଦକ୍ଷତା ଏବଂ କୌଶଳର ପ୍ରମାଣ। ଆମ ସମୃଦ୍ଧ ଐତିହ୍ୟ ପାଇଁ ଏହା ଏକ ବଡ଼ ଖବର।’

Categories
ଅପରାଧ ଆଜିର ଖବର ଜାତୀୟ ଖବର

କାଶ୍ମୀରରେ ତିନି ଜୈଶ ଆତଙ୍କବାଦୀ ସଫା: ଗତ ସନ୍ଧ୍ୟା ଠାରୁ ଚାଲିଥିଲା ଏନକାଉଣ୍ଟର

ଶୋପିୟାଁ: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏହି ମୁକାବିଲା ସମୟରେ ସୁରକ୍ଷା ବାହିନୀକୁ ବହୁତ ବଡ ସଫଳତା ମିଳିଛି। ତିନି ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଶୋପିୟାଁର ଦ୍ରାଚରେ ମାରିଦିଆଯାଇଛି। ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ସୁରକ୍ଷା ବାହିନୀ ପାଇଥିଲା। ପରେ ସେହି ଅଞ୍ଚଳକୁ ସୁରକ୍ଷାବାହିନୀ ଘେରି ରହିଥିଲେ। ପରେ ଆତଙ୍କବାଦୀଙ୍କ ଦ୍ଵାରା ଗୁଳି ବିନିମୟ ହୋଇଥିଲା, ଏହାର ଜବାବରେ ସୁରକ୍ଷା ବାହିନୀ ମଧ୍ୟ ଗୁଳି ଚଳାଇ ତିନି ଜଣ ଆତଙ୍କବାଦୀଙ୍କୁ ସଫା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସର ବଡ ଅଭିଯୋଗ: କାଶ୍ମୀରରେ ଗିରଫ ହୋଇଥିବା ଆତଙ୍କବାଦୀ ତାଲିବ ହେଉଛି ବିଜେପିର କର୍ମୀ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଲଶ୍କର-ଏ-ତୋଇବା ଆତଙ୍କବାଦୀ ତାଲିବ ହୁସେନ୍‌ଙ୍କୁ ଗିରଫ କରିବା ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ତାଲିବ ହୁସେନ୍‌ଙ୍କ ସହ ଜଡିତ ଏହି ମାମଲାରେ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବିଭି ଶ୍ରୀନିବାସ କିଛି ଚିତ୍ର ଟ୍ୱିଟ କରିଛନ୍ତି। ଯେଉଁଥିରେ କିଛି ବିଜେପି ନେତାଙ୍କ ସହ ତାଲିବଙ୍କୁ ଦେଖିବାକୁ ମିଳୁଛି।

ଏଥିସହ ଏଥିରେ ଏକ ଚିଠି ଅଛି ଯେଉଁଥିରେ ତାଲିବ ହୁସେନ୍‌ ବିଜେପି ସହ ଜଡିତ ଥିବା କୁହାଯାଉଛି। ଏହି ଟ୍ୱିଟରେ ଶ୍ରୀନିବାସ ବିଜେପି ରାଷ୍ଟ୍ରୀୟ ରାଷ୍ଟ୍ରପତି ଜେପି ନଡ୍ଡାଙ୍କୁ ଟ୍ୟାଗ କରିଛନ୍ତି ଏବଂ ପଚାରିଛନ୍ତି ତାଲିବ ହୁସେନ କିଏ?

Categories
ବିଶେଷ ଖବର

ଆହ୍ଵାନକୁ ଗ୍ରହଣ କରୁଛି, କାଶ୍ମୀରରେ ପଢିବି ହନୁମାନ ଚାଳିଶା: ଉଦ୍ଧବ ଠାକରେଙ୍କୁ ସାଂସଦ ନବନୀତଙ୍କ ଜବାବ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାଶ୍ମୀରରେ ହନୁମାନ ଚାଳିଶା ପଢିବା ଆହ୍ଵାନକୁ ଅମ୍ରାବତୀ ସ୍ଵାଧୀନ ସାଂସଦ ନବନୀତ ରାଣା ଗ୍ରହଣ କରିଛନ୍ତି। ନବନୀତ୍ ରାଣା ଏହି ଆହ୍ଵାନକୁ ଗ୍ରହଣ କରି କହିଛନ୍ତି ଯେ, କାଶ୍ମୀର ହେଉଛି ଭାରତର ଏକ ଅଂଶ। ଯଦି ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଲାଗୁଛି ଯେ, ସେଠାରେ ହନୁମାନ ଚାଳିଶା ପାଠ କରିବା କଷ୍ଟକର, ତେବେ ମୁଁ ନିଶ୍ଚିତ ଯାଇ ସେଠାରେ ହନୁମାନ ଚାଳିଶା ପଢିବି।

ଗଣମାଧ୍ୟମରେ ନବନୀତ୍ ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଘୋର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଗତକାଲି ଔରଙ୍ଗାବାଦରେ ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ। ଯେଉଁଠାରେ ସେ ମୁଖ୍ୟମନ୍ତ୍ରୀ ଭାବରେ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ଉଚିତ୍, କିନ୍ତୁ ସେ ମୋତେ କାଶ୍ମୀର ଯାଇ ହନୁମାନ ଚାଳିଶା ପାଠ କରିବାକୁ ଚ୍ୟାଲେଞ୍ଜ କରୁଥିଲେ।

ଉଦ୍ଧବ କହିଛନ୍ତି ଯେ ମନ୍ଦିରକୁ ଯିବା ଜରୁରୀ ନୁହେଁ, ହନୁମାନ ଚାଳିଶା ପାଠ କରିବା ଜରୁରୀ ନୁହେଁ। ତେବେ ଆପଣ କିପରି କହିବ ଯେ, ଆପଣ “ହିନ୍ଦୁତ୍ୱ” କୁ ପ୍ରତିନିଧିତ୍ୱ କରୁଛନ୍ତି? ନବନୀତ କହିଛନ୍ତି ଯେ, ଔରଙ୍ଗାବାଦର ଲୋକମାନେ ପାଣି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ଗତକାଲି ସଭାରେ ମୁଖ୍ୟମନ୍ତ୍ରୀ ଏହା ବିଷୟରେ ଉଲ୍ଲେଖ କରିନାହାଁନ୍ତି।

ଏଥିସହ କାଶ୍ମୀରରେ ଟାର୍ଗେଟ ହତ୍ୟା ଏବଂ କାଶ୍ମୀର ପଣ୍ଡିତଙ୍କ ବିଷୟରେ କଥାବାର୍ତ୍ତା ବେଳେ ନବନୀତ୍ ରାଣା କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ଅମିତ ଶାହା ଦେଶର ଲୋକଙ୍କ ସହ ଅଛନ୍ତି। ଦେଶର ସୁରକ୍ଷା ପାଇଁ ଏହି ସରକାର ପ୍ରତ୍ୟେକ ପଦକ୍ଷେପ ଗ୍ରହଣ କରିବେ ଏବଂ ଦେଶର ଲୋକ ଏବଂ ଦେଶର ଲୋକମାନେ ଏଥିରେ ବିଶ୍ୱାସ କରିବେ ଏବଂ ସେମାନଙ୍କ ସାଥିରେ ରହିବେ।

ଉଲ୍ଲେଖ ଯୋଗ୍ୟ ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସଭାପତି ଉଦ୍ଧବ ଠାକରେ ପୁଣି ଥରେ ବିଜେପି ଉପରେ ଘୋର ଆକ୍ରମଣ କରିଛନ୍ତି। ନୁପୁର ଶର୍ମା ବିବାଦରେ ଉଦ୍ଧବ ଠାକରେ କହିଛନ୍ତି ଯେ ଯେତେବେଳେ ବିଜେପି ଭୁଲ କରିଛି, ଦେଶ ଏଥିପାଇଁ କାହିଁକି କ୍ଷମା ମାଗିବ? ଉଦ୍ଧବ ଠାକରେ କହିଛନ୍ତି ଯେ, ଆମେ ତୁମଠାରୁ ହିନ୍ଦୁତ୍ୱ ଶିଖିବା କୌଣସି ଆବଶ୍ୟକ ନୁହେଁ। ବିଜେପିକୁ ଚ୍ୟାଲେଞ୍ଜ କରୁଥିବାବେଳେ ସେ କହିଛନ୍ତି ଯେ, ଯଦି ଆପଣଙ୍କର ସାହସ ଅଛି ତେବେ କାଶ୍ମୀରକୁ ଯାଇ ହନୁମାନ ଚାଳିଶା ପାଠ କରନ୍ତୁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କାଶ୍ମୀରର ଅବନ୍ତିପୋରାରେ ଲଶ୍କର ଆତଙ୍କବାଦୀ ନିହତ, ସୁରକ୍ଷା ବାହିନୀ ଉପରେ କରିଥିଲା ଅନେକ ଆକ୍ରମଣ

କାଶ୍ମୀର: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୋରା ଅଞ୍ଚଳରେ ଗତକାଲି ରାତିରେ ହୋଇଥିବା ଏନକାଉଣ୍ଟରରେ ଜଣେ ୧୯ ବର୍ଷୀୟ ଲଶ୍କର-ଏ-ତୋଇବା ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଜମ୍ମୁ କାଶ୍ମୀର ପୋଲିସ ଏବଂ ସେନା ମିଳିତ ଅପରେସନରେ ଏହି ଆତଙ୍କବାଦୀର ମୃତ୍ୟୁ ହୋଇଛି। ଏନକାଉଣ୍ଟର ସ୍ଥାନରୁ ଏକ ପିସ୍ତଲ ସମେତ ବହୁ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।

ପୋଲିସର ମୁଖପାତ୍ରଙ୍କ ଅନୁଯାୟୀ, “ଏକ ନିର୍ଦ୍ଦିଷ୍ଟ ଇନପୁଟ୍ ଉପରେ ଆଧାର କରି ଏକ ଛୋଟ ପୋଲିସ୍ ଟିମ୍ ଅବନ୍ତିପୋରାର ନମ୍ବଲ ଅଞ୍ଚଳରେ ଚଢାଉ କରିଥିଲା। ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀ ପୋଲିସ୍ ପାର୍ଟି ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଏହାପରେ ପାଲଟା ଆକ୍ରମଣ କରାଯାଇଥିଲା। ଯେଉଁଥିରେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା।”

ନିହତ ଆତଙ୍କବାଦୀ ଜଣଙ୍କ କର୍ମାବାଦ ପୁଲୱାମା ନିବାସୀ ଇରଫାନ୍ ଅହମ୍ମଦ ଶେଖ ବୋଲି ଜଣା ପଡିଛି ଏବଂ ଲଶ୍କରର ଟିଆରଏଫ ଗୋଷ୍ଠୀ ସହ ସେ ଜଡିତ ଥିଲା।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

କାଶ୍ମୀରକୁ ନେଇ ପାକିସ୍ଥାନର କୁମ୍ଭୀର କାନ୍ଦଣା: ଜାତିସଙ୍ଘରେ ଭାରତ ଦେଲା କଡା ଜବାବ

ମିଳିତ ଜାତିସଂଘ: ପାକିସ୍ତାନ ପୁଣିଥରେ କାଶ୍ମୀରକୁ ନେଇ ୟୁଏନଜିଏ ବୈଠକରେ କୁମ୍ଭୀର କାନ୍ଦଣା କରିଛି। ଏହି ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ଭୁଲ ତଥ୍ୟ ରଖି ଭାରତ ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଆଫଗାନିସ୍ତାନ ପ୍ରସଙ୍ଗରେ ମଧ୍ୟ ବାସ୍ତବତାକୁ ଅଣଦେଖା କରି ଇମ୍ରାନ ଖାନ ନିଜକୁ ଶିକାର ବୋଲି ବର୍ଣ୍ଣନା କରିଛନ୍ତି।

ଇମ୍ରାନ ଖାନଙ୍କ ମିଥ୍ୟା ଅଭିଯୋଗର ଜବାବ ଦେବାବେଳେ ଭାରତ କହିଛି ଯେ, ଇମ୍ରାନ ଖାନ ଆତଙ୍କବାଦର ଶିକାର ହେଉଛନ୍ତି। ରାଇଟ୍ ଟୁ ଜବାବ ବ୍ୟବହାର କରି ଇମ୍ରାନ ଖାନଙ୍କ ଭାଷଣ ପରେ ପାକିସ୍ତାନର ମିଥ୍ୟା ଅଭିଯୋଗ ପ୍ରକାଶ ପାଇଛି। ଭାରତ ପକ୍ଷରୁ ପ୍ରଥମ ସଚିବ ସ୍ନେହା ଦୁବେ ପକ୍ଷ ରଖିଥିଲେ।

ଯେତେବେଳେ ଇମ୍ରାନ ଖାନ କାଶ୍ମୀର ଉପରେ କାନ୍ଦୁଥିଲେ, ଭାରତ ମଧ୍ୟ ଏହାର ଜବାବ ଦେଇଥିଲା। କୂଟନୀତିଜ୍ଞ ସ୍ନେହା ଦୁବେ କହିଛନ୍ତି ଯେ, କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ରହିବ। କାଶ୍ମୀରର ସେହି ଅଂଶକୁ ମଧ୍ୟ ପାକିସ୍ତାନ ଦଖଲ କରିଛି। ପାକିସ୍ତାନ ତୁରନ୍ତ ପିଓକେ ଖାଲି କରିବା ଉଚିତ୍।

ଜାତିସଂଘ ଫୋରମରେ ଭାରତ କହିଛି ଯେ, ମିଥ୍ୟା ତଥା ପ୍ରତାରଣା ପ୍ରଚାର ପାଇଁ ପାକିସ୍ତାନ ବିଶ୍ୱ ପ୍ଲାଟଫର୍ମ ବ୍ୟବହାର କରୁଛି। ପାକିସ୍ଥାନ ଏଭଳି ଏକ ଦେଶ, ଯେଉଁଠି ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ, ମିଳିତ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀଙ୍କ ସଂଖ୍ୟା ସର୍ବାଧିକ, ଓସାମା ବିନ୍ ଲାଡେନକୁ ଶହୀଦ ମାନ୍ୟତା ପ୍ରଦାନ କରୁଥିବା ଦେଶ। ଏଭଳି ପରିସ୍ଥିତିରେ ପାକିସ୍ତାନ ନିଜକୁ ଆତଙ୍କବାଦର ଶିକାର ବୋଲି ବର୍ଣ୍ଣନା କରୁଛି। ଏହି ଦେଶ ନିଜକୁ ନିଆଁ ଲଗାଇ ନିଜକୁ ଅଗ୍ନି ନିର୍ବାପକ ରୂପେ ଉପସ୍ଥାପନ କରେ। କେବଳ ପଡୋଶୀ ଦେଶକୁ କ୍ଷତି ପହଞ୍ଚାଇବ ବୋଲି ଆଶାରେ ପାକିସ୍ତାନ ଆତଙ୍କବାଦୀଙ୍କୁ ଉତ୍ସାହିତ କରୁଛି। ତାଙ୍କର ନୀତି ଯୋଗୁଁ ସମଗ୍ର ବିଶ୍ୱ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ନିଜ ଦେଶରେ ସାମ୍ପ୍ରଦାୟିକ ହିଂସାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି।

କାଶ୍ମୀର ପ୍ରେମ ଦେଖାଇଇଥିବାରୁ ପାକିସ୍ତାନକୁ ନିନ୍ଦା କରି ସେ କହିଛନ୍ତି ଯେ, ଯେଉଁମାନେ ଏପରି ବିବୃତ୍ତି କରୁଛନ୍ତି ଏବଂ ମିଥ୍ୟା କହୁଛନ୍ତି ସେମାନଙ୍କୁ ସାମୂହିକ ଭାବେ ନିନ୍ଦା କରାଯିବା ଉଚିତ୍।

ଉଲ୍ଲେଖ ଯୋଗ୍ୟ ଯେ, ମିଳିତ ଜାତିସଂଘର ସାଧାରଣ ସଭାର ବୈଠକରେ ମଧ୍ୟ ପାକିସ୍ତାନ ପୁଣି ଥରେ ନିଜର ପୁରୁଣା ରଙ୍ଗ ଦେଖାଇ କାଶ୍ମୀରକୁ ନେଇ କୁମ୍ଭୀର କାନ୍ଦଣା କରିଛନ୍ତି। ମିଥ୍ୟା ଯୁକ୍ତି ଏବଂ ଭୁଲ ତଥ୍ୟ ସାହାଯ୍ୟରେ ଇମ୍ରାନ କାଶ୍ମୀର ପ୍ରତି ବିଶ୍ଵର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ। ଏହି ଦ୍ୱିପାକ୍ଷିକ ପ୍ରସଙ୍ଗରେ ଇମ୍ରାନ ପୁଣି ଥରେ ବାହ୍ୟ ହସ୍ତକ୍ଷେପ ଲୋଡିଥିବାବେଳେ ବିଶ୍ଵର ପ୍ରାୟ ପ୍ରତ୍ୟେକ ଦେଶ ଏହା ସ୍ପଷ୍ଟ କରିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ପାରସ୍ପରିକ ପ୍ରସଙ୍ଗ। ୟୁଏନଜିଏ ବୈଠକରେ ପାକିସ୍ତାନ ବହୁ ଅସୁବିଧାର ସମ୍ମୁଖୀନ ହେଉଛି, ଆଫଗାନିସ୍ତାନ ପ୍ରସଙ୍ଗରେ ପାକିସ୍ତାନର ଭୂମିକା ଉପରେ ଅନେକ ଦେଶ ପ୍ରଶ୍ନ କରିଛନ୍ତି। ଏହା ଉପରେ ସ୍ପଷ୍ଟୀକରଣ ଦେଇ ଇମ୍ରାନ ଖାନ ନିଜକୁ ଶିକାର ବୋଲି କହିଛନ୍ତି।

ବାସ୍ତବରେ, ପାକିସ୍ତାନ କାଶ୍ମୀର ଏବଂ ଆଫଗାନିସ୍ତାନ ପ୍ରସଙ୍ଗକୁ ବିଶ୍ୱ ଭ୍ରାତୃଭାବ ସମ୍ମୁଖରେ ଉଠାଇ ନିଜର ଭୁଲ୍ ଲୁଚାଇବାକୁ ଚେଷ୍ଟା କରୁଛି। ୱାଶିଂଟନରେ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ବାଲୁଚ ଅଞ୍ଚଳର ଲୋକମାନେ ସେଠାରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଏହି କ୍ଷେତ୍ରରେ ମାନବିକ ଅଧିକାରର ଉଲ୍ଲଂଘନ ପ୍ରସଙ୍ଗରେ ପାକିସ୍ତାନର ଉତ୍ତର ଦେବା କଷ୍ଟକର ହୋଇପଡୁଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପାକିସ୍ତାନର ଆଉ ଏକ ଷଡଯନ୍ତ୍ର: କାଶ୍ମୀରକୁ ଇସଲାମିକ୍ ଷ୍ଟେଟ୍ କରିବା ପାଇଁ କରୁଛି ପ୍ରୟାସ

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନର ଆଉ ଏକ ଷଡଯନ୍ତ୍ର ରଚିଛି। ଆଫଗାନିସ୍ତାନରେ ତାଲିବାନ ଶାସନର ଆଗମନ ପରେ ଏବେ କାଶ୍ମୀରରେ ଆତଙ୍କବାଦକୁ ଉତ୍ତେଜିତ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ଗୁପ୍ତଚର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର ଭିଡିଓ ଦେଖାଇ କାଶ୍ମୀରରେ ଲୋକଙ୍କୁ ଉତ୍ତେଜିତ କରିବାକୁ ଉଦ୍ୟମ କରାଯାଉଛି। କାଶ୍ମୀରକୁ ଇସଲାମିକ୍ ଷ୍ଟେଟ୍ ବୋଲି ଘୋଷଣା କରିବା ପାଇଁ ପାକିସ୍ତାନ ଏକ ଷଡଯନ୍ତ୍ର ରଚିଛି।

ଏପରିକି କାଶ୍ମୀରର ନିର୍ବାଚିତ ପଞ୍ଚାୟତ ପ୍ରତିନିଧୀଙ୍କୁ ମଧ୍ୟ ଇସ୍ତଫା ଦେବାକୁ କୁହାଯାଇଛି। ଯଦି ସେ ଇସ୍ତଫା ନ ଦିଅନ୍ତି ତେବେ ଭୟଙ୍କର ପରିଣାମ ହେବାର ଧମକ ଦିଆଯାଉଛି। ଏହି ବିପଦକୁ ଭୟ କରି ଏପର୍ଯ୍ୟନ୍ତ ଗୋଟିଏ ପଞ୍ଚାୟତର ଜଣେ ସଦସ୍ୟ ଇସ୍ତଫା ଦେଇଥିବା ଖବର ଆସିଛି। ଏହି ବିଷୟକୁ ଗମ୍ଭୀରତାର ସହ ଗ୍ରହଣ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହିପରି ତତ୍ତ୍ଵଗୁଡିକ ଉପରେ କଠୋର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛି।

ଆଫଗାନିସ୍ତାନରେ ତାଲିବାନ ଶାସନ ଭାରତ ପାଇଁ ଚିନ୍ତାର ବିଷୟ। ଆଫଗାନିସ୍ତାନର ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନଗୁଡିକ ପାଇଁ ଏକ ଆଶ୍ରୟସ୍ଥଳ ହେବାର ଆଶଙ୍କା ଏକ ପ୍ରମୁଖ ଚିନ୍ତା। ତାଲିବାନର ବିଜୟ ଭାରତରେ ଆଂଚଳିକ ଇସଲାମବାଦୀ ସଂଗଠନ ବିଶେଷ କରି ଅଲ କାଏଦା ଏବଂ ଆଇଏସଆଇଏସକୁ ଉତ୍ସାହିତ କରିଥାଏ। ତାଲିବାନ ସପକ୍ଷରେ ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନର ବିବୃତ୍ତି ଏବଂ ପାକ୍ ଇସଲାମ ଦଳଗୁଡିକର ଗ୍ରହଣକୁ ଦୃଷ୍ଟିରେ ରଖି ଭାରତ ସମେତ ଏହି ଅଞ୍ଚଳରେ ଇସଲାମ ପ୍ରଚାରରେ ତୀବ୍ର ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।କେବଳ ଜାମ୍ମୁ କାଶ୍ମୀରରୁ ନୁହେଁ, ଭାରତର ଅନ୍ୟ ଅଞ୍ଚଳରୁ ମଧ୍ୟ ଆତଙ୍କବାଦୀ ଉପାଦାନଗୁଡ଼ିକ ପାଇଁ ଚୁମ୍ବକ ହେବାର ବିପଦ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ତାଲିବାନ ମୁଖପାତ୍ରଙ୍କ ବଡ ବିବୃତ୍ତି: କାଶ୍ମୀର ମୁସଲମାନମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାର ଅଧିକାର ଆମର ରହିଛି

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ କାଶ୍ମୀର ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛି। ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି ଯେ, କାଶ୍ମୀରର ମୁସଲମାନମାନଙ୍କ ପାଇଁ ମଧ୍ୟ ସ୍ୱର ଉତ୍ତୋଳନ କରିବାର ଅଧିକାର ଆମର ଅଛି। ବିଚ୍ଛିନ୍ନତାବାଦୀ ଏଜେଣ୍ଡାକୁ ଇନ୍ଧନ ଦେବା ପାଇଁ ପାକିସ୍ତାନ ତାଲିବାନର ଉତ୍ଥାନକୁ କାଶ୍ମୀରରେ ଇସଲାମିକ ଭାବନାକୁ ପ୍ରଜ୍ୱଳିତ କରିପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଏହାପୂର୍ବରୁ ତାଲିବାନର ଅନ୍ୟ ଜଣେ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ କାଶ୍ମୀର ବିବାଦ ଉପରେ କହିଥିଲେ ଯେ, ଉପତ୍ୟକା ପ୍ରତି ଭାରତ ଏକ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ଏକାଠି ବସି ସମସ୍ୟାର ସମାଧାନ କରିବା ଉଚିତ କାରଣ ଉଭୟ ପଡୋଶୀ ଏବଂ ସେମାନଙ୍କର ସ୍ୱାର୍ଥ ପରସ୍ପର ସହ ଜଡିତ।

କାଶ୍ମୀର ତଥା ଅନ୍ୟାନ୍ୟ ତଥାକଥିତ ଇସଲାମ ଦେଶକୁ ମୁକ୍ତ କରିବାକୁ ଅଲ-କାଏଦା ଆହ୍ଵାନ ଦେଇଛି। ଜୈଶ-ଏ-ମହମ୍ମଦ ଏବଂ ଲଶ୍କର-ଏ-ତୋଏବା କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିପାରନ୍ତି।

୨୦୧୯ ମସିହାରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କାଶ୍ମୀରର ପ୍ରଶାସନକୁ କେନ୍ଦ୍ର ସରକାର ସିଧାସଳଖ ନିଜ ହାତକୁ ନେଇଥିଲେ। ଯଦିଓ ସ୍ଥାନୀୟ ନିର୍ବାଚନ ସହିତ ରାଜନୈତିକ କାର୍ଯ୍ୟକଳାପ ପୁନଃସ୍ଥାପିତ ହୋଇଛି, କିନ୍ତୁ ବିଚ୍ଛିନ୍ନତା ଭାବନା କମିନାହିଁ।