କାଶ୍ମୀରର ଅବନ୍ତିପୋରାରେ ଲଶ୍କର ଆତଙ୍କବାଦୀ ନିହତ, ସୁରକ୍ଷା ବାହିନୀ ଉପରେ କରିଥିଲା ଅନେକ ଆକ୍ରମଣ

Published: Feb 8, 2022, 8:45 am IST

କାଶ୍ମୀର: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୋରା ଅଞ୍ଚଳରେ ଗତକାଲି ରାତିରେ ହୋଇଥିବା ଏନକାଉଣ୍ଟରରେ ଜଣେ ୧୯ ବର୍ଷୀୟ ଲଶ୍କର-ଏ-ତୋଇବା ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଜମ୍ମୁ କାଶ୍ମୀର ପୋଲିସ ଏବଂ ସେନା ମିଳିତ ଅପରେସନରେ ଏହି ଆତଙ୍କବାଦୀର ମୃତ୍ୟୁ ହୋଇଛି। ଏନକାଉଣ୍ଟର ସ୍ଥାନରୁ ଏକ ପିସ୍ତଲ ସମେତ ବହୁ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।

ପୋଲିସର ମୁଖପାତ୍ରଙ୍କ ଅନୁଯାୟୀ, “ଏକ ନିର୍ଦ୍ଦିଷ୍ଟ ଇନପୁଟ୍ ଉପରେ ଆଧାର କରି ଏକ ଛୋଟ ପୋଲିସ୍ ଟିମ୍ ଅବନ୍ତିପୋରାର ନମ୍ବଲ ଅଞ୍ଚଳରେ ଚଢାଉ କରିଥିଲା। ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀ ପୋଲିସ୍ ପାର୍ଟି ଉପରେ ଆଖିବୁଜା ଗୁଳି ଚଳାଇଥିଲା। ଏହାପରେ ପାଲଟା ଆକ୍ରମଣ କରାଯାଇଥିଲା। ଯେଉଁଥିରେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା।”

ନିହତ ଆତଙ୍କବାଦୀ ଜଣଙ୍କ କର୍ମାବାଦ ପୁଲୱାମା ନିବାସୀ ଇରଫାନ୍ ଅହମ୍ମଦ ଶେଖ ବୋଲି ଜଣା ପଡିଛି ଏବଂ ଲଶ୍କରର ଟିଆରଏଫ ଗୋଷ୍ଠୀ ସହ ସେ ଜଡିତ ଥିଲା।

Related posts