Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୁଦ୍ରାକ୍ଷ ଆର୍ନ୍ତଜାତିକ ସହଯୋଗ ଓ କନ୍‌ଭେନସନ୍ ସେଣ୍ଟରରେ ୱାଇ-୨୦ ଶିଖର ସମ୍ମିଳନୀର ପ୍ରାରମ୍ଭିକ ଉତ୍ସବ
ଆଜିର ଖବର

ରୁଦ୍ରାକ୍ଷ ଆର୍ନ୍ତଜାତିକ ସହଯୋଗ ଓ କନ୍‌ଭେନସନ୍ ସେଣ୍ଟରରେ ୱାଇ-୨୦ ଶିଖର ସମ୍ମିଳନୀର ପ୍ରାରମ୍ଭିକ ଉତ୍ସବ

August 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀ ସ୍ଥିତ ରୁଦ୍ରାକ୍ଷ ଆନ୍ତର୍ଜାତିକ ସହଯୋଗ ଓ କନ୍‌ଭେସସନ ସେଣ୍ଟର (ଆର୍‌ଆଇସିସିସି)ରେ ଶୁକ୍ରବାରଠାରୁ ଯୁବ-୨୦(ୱାଇ-୨୦) ଶିଖର ସମ୍ମିଳନୀର ପ୍ରାରମ୍ଭିକ ଉତ୍ସବ ଆରମ୍ଭ ହୋଇଛି। ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ଜି-୨୦ ଦେଶ ସମୂହ, ଅତିଥି ରାଷ୍ଟ୍ର ଓ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଷ୍ଠାନରୁ ଏଥିରେ ପ୍ରାୟ ୧୨୦ ପ୍ରତିନିଧି ଯୋଗ ଦେଇଥିଲେ ।

ଏହି ଉତ୍ସବରେ ଉତ୍ତର ପ୍ରଦେଶର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଗିରିଶ ଚନ୍ଦ୍ର ଯାଦବ, ରାଜ୍ୟର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନିଲ ରାଜଭର, ଷ୍ଟାମ୍ପ ଓ କୋର୍ଟ ଫି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରବୀନ୍ଦ୍ର ଜୟସ୍ୱାଲ, ଜଳଶକ୍ତି ମନ୍ତ୍ରୀ ଶ୍ରୀ ସ୍ୱତନ୍ତ୍ର ଦେବ ସିଂହ, ସହରାଞ୍ଚଳ ବିକାଶ ଓ ଶକ୍ତିମନ୍ତ୍ରୀ ଶ୍ରୀ ଏ.କେ ଶର୍ମା, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ସଚିବ ସୁଶ୍ରୀ ମିତା ରାଜୀବଲୋଚନ ଏବଂ ୱାଇ ୨୦ର ଅଧ୍ୟକ୍ଷ ଶ୍ରୀ ଅନମୋଲ ମୋହିତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଶ୍ରୀ ସୋଭିତଙ୍କ ଦ୍ୱାରା ସ୍ୱାଗତ ଭାଷଣ ପ୍ରଦାନ କରାଯାଇଥିଲା । ଏଥିରେ କେନ୍ଦ୍ର ଯୁବ ବ୍ୟାପାର ସଚିବ ସୁଶ୍ରୀ  ମିତା ରାଜୀବଲୋଚନ କହିଥିଲେ ଯେ ଯୁବବର୍ଗ ପରିବର୍ତ୍ତନର ବାହକ ଏବଂ ଭବିଷ୍ୟତକୁ ଉପଯୁକ୍ତ ଆକାର ଦେବାର ସାମର୍ଥ୍ୟ ସେମାନଙ୍କର ରହିଛି । ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ମଧ୍ୟ ନେଇଥାନ୍ତି । କୌଣସି ଯୁବକ ଯୁବତୀ ଯେପରି ପଛରେ ପଡି ନ ଯାଆନ୍ତି ସେଥି ପାଇଁ ଏକ ଉପଯୁକ୍ତ ପରିବେଶ ଗଢି ତୋଳିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।

କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ତାଙ୍କ ଭାଷଣରେ ଯୁବ-୨୦ ଶିଖର ସମ୍ମିଳନୀ ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ବାରାଣସୀ ଭାରତର ୧୦୦୦ ବର୍ଷର ପ୍ରାଚୀନ ସଭ୍ୟତାର କେନ୍ଦ୍ର ହୋଇଥିବାରୁ ଏଠାରେ ଏହି ସମ୍ମିଳନୀ ଆୟୋଜିତ ହେଉଥିବା ସେ ଉଲ୍ଲେଖ କରିଥିଲେ । ଏଥିରେ ବିଭିନ୍ନ ଦେଶର ଯୁବ ପ୍ରତିନିଧିମାନେ ପ୍ରତ୍ୟେକ ସମ୍ମୁଖୀନ ହେଉଥିବା ପ୍ରମୁଖ ଅର୍ଥନୀତିକ, ସାମାଜିକ, ପରିବେଶବଗତ ଓ ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରି ଏହାର ସମ୍ଭାବ୍ୟ ସମାଧାନ ପଥ ଉପରେ ମତ ରଖିବେ । ମିଳିତଭାବେ ସାଧାରଣ ସମସ୍ୟାବଳୀର ସମାଧାନ ପନ୍ଥା ବାହାର କରିବାକୁ ଏହା ଯୁବବର୍ଗଙ୍କ ପାଇଁ ଏକ ମଞ୍ଚ ବୋଲି ଶ୍ରୀ ଠାକୁର କହିଥିଲେ ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଲେ ଯେ ଯୁବବର୍ଗ ଭବିଷ୍ୟତରେ ନିର୍ମାତା । ଭବିଷ୍ୟତର ବିଶ୍ୱ ନିର୍ମାଣ ଏବଂ ସାମ୍ପ୍ରତିକ ସାଧାରଣ ବୈଶ୍ୱିକ ସମସ୍ୟାର ସମାଧାନ କ୍ଷେତ୍ରରେ କିପରି ମାର୍ଗ ବାହାରିବ ଏଭଳି ମଞ୍ଚ ସେମାନଙ୍କୁ ସୁଯୋଗ ଦେବ । ଯୁବାବସ୍ଥାରେ ଭାରତକୁ ବିଭିନ୍ନ କ୍ଷେତ୍ରରେ ଗୌତମ ବୁଦ୍ଧ, ଚନ୍ଦ୍ରଶେଖର ଆଜାଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସ୍ୱାମୀ ବିବେକାନନ୍ଦ, ପଣ୍ଡିତ ରାମପ୍ରସାଦ ବିଶମିଲ୍‌, ଅସଫାକୁଲ୍ଲା ଖାଁ ଓ ଠାକୁର ରୋଶନ ସିଂହ କିପରି ନେତୃତ୍ୱ ଦେଇଥିଲେ । ତାହାର ଉଦାହରଣ ସେ ପ୍ରଦାନ କରିଥିଲେ ।

ଯୁବ ବ୍ୟାପାରର ବିଭାଗର ନିର୍ଦ୍ଦେଶକ ପଙ୍କଜ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଉଦ୍‌ଘାଟନ ଉତ୍ସବ ପରେ ବିଭିନ୍ନ ବିଷୟରେ ବିଶେଷଜ୍ଞଙ୍କୁ ନେଇ ଆଲୋଚନାଚକ୍ର ମାନ ଆୟୋଜିତ ହୋଇଥିଲା । ଏଥିରେ କାମର ଭବିଷ୍ୟତ ଓ ନିଯୁକ୍ତି ସୃଷ୍ଟି, ଏଣ୍ଟରପ୍ରିନିୟୋର ମେଣ୍ଟରିଂ, ସ୍କୁଲ ଓ କଲେଜ ପାଠ୍ୟକ୍ରମ, ପରିବେଶର ସୁରକ୍ଷା, ଶାସନ ଓ ଗଣତନ୍ତ୍ରରେ ଯୁବବର୍ଗ ଆଦି ପ୍ରସଙ୍ଗ ଉପରେ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାର ବିଶେଷଜ୍ଞମାନେ ଉଦ୍‌ବୋଧନ ଦେଇଥିଲେ ।

ଅନୁରାଗ ଠାକୁର ବାରାଣସୀ ଶିଖର ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.