Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପକ୍ଷରୁ ନୂଆ ଜିଓ-ନେଟ୍‌ଫ୍ଲିକ୍ସ ପ୍ରିପେଡ୍ ପ୍ଲାନ୍‌ର ଶୁଭାରମ୍ଭ
ଆଜିର ଖବର

ଜିଓ ପକ୍ଷରୁ ନୂଆ ଜିଓ-ନେଟ୍‌ଫ୍ଲିକ୍ସ ପ୍ରିପେଡ୍ ପ୍ଲାନ୍‌ର ଶୁଭାରମ୍ଭ

August 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ନେଟ୍‌ଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ୍ ଥିବା ଦୁଇଟି ନୂଆ ଜିଓ-ନେଟ୍‌ଫ୍ଲିକ୍ସ ପ୍ରିପେଡ୍ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି। ୧୦୯୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକମାନଙ୍କୁ ଦୈନିକ ୨ ଜିବି ହାଇ-ସ୍ପିଡ଼ ଡାଟା ମିଳିବ। ସେହିପରି ୧୪୯୯ ଟଙ୍କିଆ ପ୍ଲାନ୍‌ରେ ପ୍ରତିଦିନ ୩ ଜିବି ହାଇ-ସ୍ପିଡ଼ ଡାଟା ମିଳିବ। ଉଭୟ ପ୍ଲାନ୍‌ର ବୈଧତା (ଭାଲିଡିଟି) ୮୪ ଦିନ ରହିଛି ଏବଂ ଅସୀମିତ ଭଏସ କଲ ସୁବିଧା ରହିଛି। ତେବେ ପୂର୍ବରୁ ନିର୍ଦ୍ଦିଷ୍ଟ କେତେକ ଜିଓ ପୋଷ୍ଟପେଡ୍ ଓ ଜିଓ ଫାଇବର ପ୍ଲାନ୍‌ରେ ନେଟ୍‌ଫ୍ଲିକ୍ସ ଉପଲବ୍ଧ ରହିଛି। ପ୍ରଥମ ଥର ପାଇଁ ପ୍ରିପେଡ୍ ପ୍ଲାନ୍ ସହ ନେଟ୍‌ଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ୍ ଉପଲବ୍ଧ ହୋଇଛି।

ବିଶ୍ୱରେ ପ୍ରଥମ ଥର ପାଇଁ ନେଟ୍‌ଫ୍ଲିକ୍ସକୁ ବଣ୍ଡ୍‌ଲଡ୍ ଟେଲିକମ୍ ପ୍ରିପେଡ୍ ପ୍ଲାନ୍ ଜରିଆରେ ଉନ୍ମୋଚନ କରାଯାଇଛି। ଏହା ସହିତ ଜିଓର ୪୦ କୋଟିରୁ ଅଧିକ ପ୍ରିପେଡ୍ ଗ୍ରାହକମାନଙ୍କୁ ନେଟ୍‌ଫ୍ଲିକ୍ସ ସବ୍‌ସ୍କ୍ରିପ୍‌ସନ୍ ଥିବା ପ୍ଲାନ୍ ଚୟନ କରିବାର ସୁଯୋଗ ମିଳିବ। ଗ୍ରାହକମାନେ ନେଟ୍‌ଫ୍ଲିକ୍ସରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ହଲିଉଡ୍‌ରୁ ବଲିଉଡ୍‌, ଆଞ୍ଚଳିକ ସିନେମା ଏବଂ ଲୋକପ୍ରିୟ ଟିଭି ସୋ’ ଦେଖିପାରିବେ। ଜିଓର ଅନ୍ୟ ପ୍ଲାନ୍‌ଗୁଡ଼ିକ ଭଳି ଏହି ଦୁଇ ନୂଆ ପ୍ଲାନ୍‌କୁ ମଧ୍ୟ ଗ୍ରାହକମାନେ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ରିଚାର୍ଜ କରିପାରିବେ।

ଏହି ଅବସରରେ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ସିଇଓ କିରଣ ଥୋମାସ୍ କହିଛନ୍ତି ଯେ, “ଆମ ଗ୍ରାହକମାନଙ୍କ ଲାଗି ବିଶ୍ୱସ୍ତରୀୟ ସେବା ଆଣିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ଆମ ପ୍ରିପେଡ୍ ପ୍ଲାନ୍ ସହିତ ନେଟ୍‌ଫ୍ଲିକ୍ସ ବଣ୍ଡଲ୍‌କୁ ଉନ୍ମୋଚନ କରିବା ଆମର ସଂକଳ୍ପକୁ ପ୍ରଦର୍ଶିତ କରିବା ଦିଗରେ ଏକ ପଦକ୍ଷେପ। ନେଟ୍‌ଫ୍ଲିକ୍ସ ଭଳି ବିଶ୍ୱ ସ୍ତରୀୟ ସହଯୋଗୀଙ୍କ ସହିତ ଆମର ସହଯୋଗିତା ସୁଦୃଢ଼ ହୋଇଛି ଏବଂ ବାକି ଦୁନିଆ ଅନୁସରଣ କରିବା ଲାଗି ବ୍ୟବହାରିକ ଉଦାହରଣ ଆମେ ପ୍ରସ୍ତୁତ କରୁଛୁ।’’

ନେଟ୍‌ଫ୍ଲିକ୍ସର ଏପିଏସି ସହଯୋଗିତାର ଉପାଧ୍ୟକ୍ଷ ଟୋନି ଜମେକ୍‌ଜକୋସ୍କି କହିଛନ୍ତି ଯେ, “ଜିଓ ସହିତ ଆମ ସମ୍ପର୍କକୁ ଆଗକୁ ବଢ଼ାଇଥିବାରୁ ଆମେ ବେଶ ଉତ୍ସାହିତ। ଗତ କିଛି ବର୍ଷ ଭିତରେ ଆମେ ସଫଳତାର ସହ ଅନେକ ସ୍ଥାନୀୟ ସୋ’, ବୃତ୍ତଚିତ୍ର ଓ ସିନେମାକୁ ଉନ୍ମୋଚନ କରିଥିଲୁ ଯାହାକୁ ଭାରତୀୟ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି। ଜିଓ ସହିତ ଆମର ନୂଆ ପ୍ରିପେଡ୍ ବଣ୍ଡଲ୍ ସହଯୋଗିତା ଗ୍ରାହକମାନଙ୍କୁ ଭାରତୀୟ ବିଷୟବସ୍ତୁ ସହିତ ସାରା ଦୁନିଆର ବିଷୟବସ୍ତୁ ପ୍ରଦାନ କରିବ।’’

ଗ୍ରାହକମାନେ ଚାହିଁଲେ ନେଟ୍‌ଫ୍ଲିକ୍ସ ଆପ୍‌କୁ ବହୁ ଡିଭାଇସ୍‌ରେ ଡାଉନ୍‌ଲୋଡ୍ କରି ସମାନ ଲଗ୍ ଇନ୍ ବିବରଣୀ ସହିତ ତାହାକୁ ବ୍ୟବହାର କରିପାରିବେ। କିନ୍ତୁ ଏକ ସମୟରେ କେବଳ ଗୋଟିଏ ଡିଭାଇସ୍‌ରେ ଏହା ଦେଖାଯାଇପାରିବ। ଜିଓର ୧୪୯୯ ଟଙ୍କିଆ ପ୍ଲାନ୍‌ରେ ନେଟଫ୍ଲିକ୍ସକୁ ଟିଭି କିମ୍ବା ଲାପ୍‌ଟପ୍ ଭଳି ବଡ଼ ସ୍କ୍ରିନ୍‌ରେ ମଧ୍ୟ ଷ୍ଟ୍ରିମିଂ କରାଯାଇପାରିବ।

ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026

ରଣପୁର: ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 12, 2026
Latest News

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026

ରଣପୁର: ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 12, 2026

ବ୍ରିକ୍ସ ସମ୍ମିଳନୀ: ‘ଟାଇଗର ବ୍ରାଇଟ୍‌’ ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.