Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏବେ ନିଲାମ ହେବ ନାହିଁ ସନ୍ନି ଦେଓଲଙ୍କ ବଙ୍ଗଳା, ବ୍ୟାଙ୍କ ନୋଟିସ ପରେ କଂଗ୍ରେସ ଉଠାଇଲା ପ୍ରଶ୍ନ
ଆଜିର ଖବର

ଏବେ ନିଲାମ ହେବ ନାହିଁ ସନ୍ନି ଦେଓଲଙ୍କ ବଙ୍ଗଳା, ବ୍ୟାଙ୍କ ନୋଟିସ ପରେ କଂଗ୍ରେସ ଉଠାଇଲା ପ୍ରଶ୍ନ

August 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସନ୍ନି ଦେଓଲ ଆଜିକାଲି ତାଙ୍କର ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଗଦର ୨ ର ସଫଳତାକୁ ଉପଭୋଗ କରୁଛନ୍ତି। ଗଦର ୨ ହେତୁ ସନ୍ନି ଦେଓଲ ବହୁତ ଖୁସି ଏବଂ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେବାରେ ବ୍ୟସ୍ତ ଅଛନ୍ତି। ସେପଟେ ଅଭିନେତାଙ୍କ ପାଇଁ ଏକ ଚିନ୍ତାଜନକ ଖବର ଆସିଛି। ଯେଉଁଥିରେ ​​ମୁମ୍ବାଇର ଜୁହୁରେ ଅବସ୍ଥିତ ତାଙ୍କ ବଙ୍ଗଳା ନିଲାମ ହେବାକୁ ଯାଉଛି।

ଋଣଗ୍ରସ୍ତ ସନ୍ନି ଦେଓଲଙ୍କ ବଙ୍ଗଳାକୁ ନିଲାମ କରିବା ପାଇଁ ବ୍ୟାଙ୍କ ଅଫ୍ ବରୋଦା ଏକ ଖବରକାଗଜରେ ଏକ ବିଜ୍ଞପ୍ତି ଜାରି କରିଛି। ତେବେ ବିଜ୍ଞପ୍ତି ପ୍ରକାଶ କରିବାର ଗୋଟିଏ ଦିନ ପରେ ବ୍ୟାଙ୍କ କିଛି ବୈଷୟିକ କାରଣ ଦର୍ଶାଇ ନିଲାମ ପ୍ରତ୍ୟାହାର କରି ନେଇଛି। ବର୍ତ୍ତମାନ କଂଗ୍ରେସ ନେତା ଜୟ ରାମ ରମେଶ ଏହି ନିଲାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜୟ ରାମ ରମେଶ ମଧ୍ୟ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରି ବ୍ୟାଙ୍କକୁ ଟାର୍ଗେଟ କରିଛନ୍ତି।

କଂଗ୍ରେସ ନେତା ଟୁଇଟ୍ କରି କହିଛନ୍ତି ଯେ, ‘ଗତକାଲି ଅପରାହ୍ନରେ ଦେଶ ଜାଣିବାକୁ ପାଇଲା ଯେ ବ୍ୟାଙ୍କ ଅଫ୍ ବରୋଦା ବିଜେପି ସାଂସଦ ସନ୍ନି ଦେଓଲଙ୍କ ଜୁହୁ ବଙ୍ଗଳାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛି କାରଣ ସେ ବ୍ୟାଙ୍କକୁ ୫୬ କୋଟି ଟଙ୍କା ଫେରସ୍ତ କରିନାହାଁନ୍ତି। ଆଜି ସକାଳେ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ, ଦେଶ ଜାଣିବାକୁ ପାଇଲା ଯେ ବୈଷୟିକ କାରଣରୁ ବ୍ୟାଙ୍କ ଅଫ୍ ବରୋଦା ନିଲାମ ନୋଟିସ ପ୍ରତ୍ୟାହାର କରିନେଇଛି। ଭାବନ୍ତୁ ଏହି ‘ବୈଷୟିକ କାରଣଗୁଡିକ’ କିଏ ସୃଷ୍ଟି କଲା?

ସମଗ୍ର ବିଷୟ କ’ଣ?:

ଉଲ୍ଲେଖ ଯୋଗ୍ୟ ଯେ, ରବିବାର ଦିନ ବ୍ୟାଙ୍କ ସନ୍ନି ଦେଓଲଙ୍କ ନାମରେ ଖବରକାଗଜରେ ଏକ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ ଋଣ ପରିଶୋଧ ନହେବା କାରଣରୁ ଅଜୟ ସିଂ ଦେଓଲ (ସନ୍ନି ଦେଓଲ) ଙ୍କ ବଙ୍ଗଳା ନିଲାମ ହେବ। ବିଜ୍ଞପ୍ତି ଅନୁଯାୟୀ ସନ୍ନି ଦେଓଲଙ୍କ ବ୍ୟାଙ୍କକୁ ପ୍ରାୟ ୫୬ କୋଟି ଟଙ୍କା ଋଣ ରହିଛି ଏବଂ ଏହା ସହିତ ବ୍ୟାଙ୍କ ୨୫ ସେପ୍ଟେମ୍ବରରେ ନିଲାମ କରିବ ବୋଲି ସୂଚନା ଦିଆଯାଇଛି। ଏହି ନିଲାମର ମୂଳ ମୂଲ୍ୟ ୫୧.୪୩ କୋଟି ଟଙ୍କା ରଖାଯାଇଥିଲା। କିନ୍ତୁ ସୋମବାର ଦିନ ନୋଟିସ୍ ଜାରି କରିବାର ଗୋଟିଏ ଦିନ ପରେ ବ୍ୟାଙ୍କ କିଛି ବୈଷୟିକ କାରଣ ଦର୍ଶାଇ ନୋଟିସ୍ ପ୍ରତ୍ୟାହାର କରିନେଇଛି।

'ଗଦର ୨' କଂଗ୍ରେସ ବଲିଉଡ଼ ଅଭିନେତା ସନ୍ନି ଦେଓଲ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026
Latest News

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.