Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୁଧବାର ଚନ୍ଦ୍ରରେ ଅବତରଣ କରିବ ଭାରତର ଚନ୍ଦ୍ରଯାନ-୩: ଅବଗତ କରାଇଲେ ଇସ୍ରୋ ଅଧ୍ୟକ୍ଷ
ଆଜିର ଖବର

ବୁଧବାର ଚନ୍ଦ୍ରରେ ଅବତରଣ କରିବ ଭାରତର ଚନ୍ଦ୍ରଯାନ-୩: ଅବଗତ କରାଇଲେ ଇସ୍ରୋ ଅଧ୍ୟକ୍ଷ

August 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବୁଧବାର, ୨୩ ଅଗଷ୍ଟ ୨୦୨୩ ସନ୍ଧ୍ୟାରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ସଂଗଠନ)ର ଅଧ୍ୟକ୍ଷ ତଥା ମହାକାଶ ବିଭାଗ ସଚିବ ଡ. ଏସ୍ ସୋମନାଥ ଆଜି ନୂଆଦିଲ୍ଲୀରେ ପହଞ୍ଚି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କରି ଚନ୍ଦ୍ରଯାନ-୩ର ସ୍ଥିତି ଏବଂ ପ୍ରସ୍ତୁତି ବିଷୟରେ ଅବଗତ କରାଇଛନ୍ତି।

ଇସ୍ରୋ ଅଧ୍ୟକ୍ଷ ଚନ୍ଦ୍ରଯାନ-୩ର ସ୍ଥିତି ଓ ଗତିବିଧି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇ କହିଛନ୍ତି ଯେ ସମସ୍ତ ପ୍ରଣାଳୀ ଠିକ୍ ଭାବେ କାର୍ଯ୍ୟ କରୁଛି ଏବଂ ବୁଧବାର କୌଣସି ଆକସ୍ମିକ ପରିସ୍ଥିତି ଦେଖାଦେବାର ସମ୍ଭାବନା ନାହିଁ। ଆଗାମୀ ଦୁଇ ଦିନ ମଧ୍ୟରେ ଚନ୍ଦ୍ରଯାନ-୩ର ସ୍ଥିତି ଉପରେ ଲଗାତାର ନଜର ରଖାଯିବ। ଦୁଇ ଦିନ ପୂର୍ବରୁ ଅବତରଣର ଚୂଡ଼ାନ୍ତ ସିକ୍ୱେନ୍ସ ଲୋଡ୍ କରି ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ଡକ୍ଟର ଜିତେନ୍ଦ୍ର ସିଂ ଏଥର ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ ଉପରେ ଆସ୍ଥା ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏହା ଗ୍ରହ ଅନୁସନ୍ଧାନର ଏକ ନୂତନ ଇତିହାସ ରଚିବ ବୋଲି ଆଶା ବ୍ୟକ୍ତ କରିଥିଲେ।

ଡକ୍ଟର ଜିତେନ୍ଦ୍ର ସିଂ ଏଥର ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ ଉପରେ ଆସ୍ଥା ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଏହା ଗ୍ରହ ଅନୁସନ୍ଧାନର ଏକ ନୂତନ ଇତିହାସ ରଚିବ ବୋଲି ଆଶା ବ୍ୟକ୍ତ କରିଥିଲେ।

ଇସ୍ରୋ କହିଛି ଯେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩, ୨୦୨୩ ସନ୍ଧ୍ୟା ପ୍ରାୟ ୬ଟା ୦୪ ମିନିଟ୍ ରେ ଚନ୍ଦ୍ରରେ ଅବତରଣ କରିବ। ପୂର୍ବରୁ ହାର୍ଡ ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଚନ୍ଦ୍ରଯାନ-୨ ଅଭିଯାନ ଆଂଶିକ ଭାବେ ସଫଳ ହୋଇଥିଲା। ତେବେ ଏଥର ଇସ୍ରୋ ସଫଳତାର ସହ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ମଡ୍ୟୁଲ ଏବଂ ଚନ୍ଦ୍ରଯାନ-୨ ଅର୍ବିଟର ମଧ୍ୟରେ ଦ୍ୱିପାକ୍ଷିକ ଯୋଗାଯୋଗ ସ୍ଥାପନ କରିଛି। ଆଜି ଇସ୍ରୋ ଚନ୍ଦ୍ରଯାନ-୩ ଦ୍ୱାରା ଉତ୍ତୋଳିତ ଚନ୍ଦ୍ରର ଦୂର ଭାଗର ନୂଆ ଫଟୋ ସେୟାର କରିଛି।

ଆମେରିକା, ରୁଷିଆ ଓ ଚୀନ୍ ପରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିବ, କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ଏକମାତ୍ର ଦେଶ ହେବ।

ଚନ୍ଦ୍ରଯାନ-୩ ମିଶନର ତିନୋଟି ପ୍ରାଥମିକ ଉଦ୍ଦେଶ୍ୟ ରହିଛି (କ) ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଏବଂ ସଫ୍ଟ ଲ୍ୟାଣ୍ଡିଂ ପ୍ରଦର୍ଶନ କରିବା; (ଖ) ଚନ୍ଦ୍ରପୃଷ୍ଠରେ ରୋଭର ବା ବୁଲିବା ଯାନକୁ ସୁରକ୍ଷିତ ଭାବେ ରୋଭିଂ ବା ଘୂରିବୁଲିବା କାର୍ଯ୍ୟ ପ୍ରଦର୍ଶନ କରିବା ଏବଂ (ଗ) ବୈଜ୍ଞାନିକ ପରୀକ୍ଷଣ କରିବା।

ଏହି ଅବସରରେ ଡ. ଜିତେନ୍ଦ୍ର ସିଂହ କହିଛନ୍ତି, ଭାରତର ଚନ୍ଦ୍ରଯାନ-୧ ମହାକାଶ ଯାନ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତି ଆବିଷ୍କାର କରିବା ପାଇଁ କରିଥିଲା ଏବଂ ଏହା ବିଶ୍ୱ ପାଇଁ ଏକ ନୂଆ ଆବିଷ୍କାର ଥିଲା। ଆମେରିକାର ନାସା (ନ୍ୟାସନାଲ ଏରୋନୋଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ) ଭଳି ପ୍ରମୁଖ ମହାକାଶ ଏଜେନ୍ସି ମଧ୍ୟ ଏହି ଆବିଷ୍କାରରେ ଆକର୍ଷିତ ହୋଇଥିଲେ ଏବଂ ପରବର୍ତ୍ତୀ ପରୀକ୍ଷଣ ପାଇଁ ଏହି ସୂଚନାକୁ ବ୍ୟବହାର କରିଥିଲେ।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜିଏସଏଲଭି ମାର୍କ ୩ (ଏଲଭିଏମ ୩) ଜରିଆରେ ଗତ ଜୁଲାଇ ୧୪ ତାରିଖ ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ ଅଭିଯାନ ଚନ୍ଦ୍ର ଆଡ଼କୁ ଉତକ୍ଷେପଣ କରାଯାଇଥିଲା।

ଆମେରିକା ଇସ୍ରୋ ଚନ୍ଦ୍ରଯାନ-୩ ଚୀନ୍‌ ଡ. ଜିତେନ୍ଦ୍ର ସିଂହ ଭାରତ ରୁଷିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୩୮୯ କୁ ବୃଦ୍ଧି, ଏବେ ବି ନିଖୋଜ ୧୪୦୦

August 28, 2026

୧୨ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ଜମା ରାଶି ୩.୧୭ ଲକ୍ଷ କୋଟି

August 28, 2026

‘ଫୁଟ ଓଭର ବ୍ରିଜ’ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ: ଭୁବନେଶ୍ଵର ସାଂସଦଙ୍କୁ ଟାର୍ଗେଟ କଲା କଂଗ୍ରେସ

August 28, 2026
Latest News

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୩୮୯ କୁ ବୃଦ୍ଧି, ଏବେ ବି ନିଖୋଜ ୧୪୦୦

August 28, 2026

୧୨ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ଜମା ରାଶି ୩.୧୭ ଲକ୍ଷ କୋଟି

August 28, 2026

‘ଫୁଟ ଓଭର ବ୍ରିଜ’ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ: ଭୁବନେଶ୍ଵର ସାଂସଦଙ୍କୁ ଟାର୍ଗେଟ କଲା କଂଗ୍ରେସ

August 28, 2026

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.