Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଏହି ଖେଳାଳି ଟି -୨୦ ରେ କରିପାରନ୍ତି ଡେବ୍ୟୁ
ଆଜିର ଖବର

କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଏହି ଖେଳାଳି ଟି -୨୦ ରେ କରିପାରନ୍ତି ଡେବ୍ୟୁ

August 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ବନାମ ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜର ଅନ୍ତିମ ମ୍ୟାଚ୍ ଅଗଷ୍ଟ ୨୩ ତାରିଖରେ ଖେଳାଯିବ। ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ କ୍ରମାଗତ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ଜିତିଛି। ବର୍ତ୍ତମାନ ଟିମ୍ ଇଣ୍ଡିଆ ତୃତୀୟ ତଥା ଅନ୍ତିମ ଟି -୨୦ ପ୍ରବେଶ କରିବ | ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍ କୁ DLS ପଦ୍ଧତିରେ ୨ ରନରେ ଜିତିଥିବାବେଳେ ଦ୍ୱିତୀୟ ମ୍ୟାଚ୍ ରେ ରୁତୁରାଜ ଗାଇକ୍ଵାଡ, ସଞ୍ଜୁ ସାମସନ୍ ଏବଂ ରିଙ୍କୁ ସିଂଙ୍କ ଆକ୍ରମଣାତ୍ମକ ଇନିଂସ ଆଧାରରେ ଭାରତ ଦ୍ୱିତୀୟ ଟି -୨୦ ରେ ବିଜୟ ହାସଲ କରିଛି।

ଗାଇକ୍ଵାଡ ୬ ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୩ ଟି ବଲରେ ୫୮ ରନ୍ ସଂଗ୍ରହ କରିଥିବା ବେଳେ ସଞ୍ଜୁ ସାମସନ ୨୬ ବଲରେ ୪୦ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ପାଞ୍ଚଟି ଚୌକା ଓ ଗୋଟିଏ ଛକା ଥିଲା। ଆଇପିଏଲ୍ ତାରକା ରିଙ୍କୁ ସିଂ ୨୧ ଟି ବଲରେ ଦୁଇଟି ଚୌକା ଓ ୩ ଟି ଛକା ସହ ୩୮ ରନ୍ ସଂଗ୍ରହ କରିଥିଲେ। ଏହି ସିରିଜକୁ ନିଜ ନାମରେ କରିବା ପରେ ଟିମ୍ ଇଣ୍ଡିଆର ଅଧିନାୟକ ଜସପ୍ରୀତ ବୁମ୍ରା ବର୍ତ୍ତମାନ ଜିତେଶ ଶର୍ମାଙ୍କୁ ରିଙ୍କୁ ସିଂଙ୍କ ଭଳି ଡେବ୍ୟୁ କରିବାର ସୁଯୋଗ ଦେଇପାରନ୍ତି।

ଭାରତୀୟ ଇନିଂସର ଆରମ୍ଭ ଅତ୍ୟନ୍ତ ଆକ୍ରମଣାତ୍ମକ ଥିଲା ଯେତେବେଳେ ଓପନର୍ ଯଶସ୍ଵି ଜୟସ୍ଵାଲ ଦୁଇଟି ଚୌକା ଓ ଗୋଟିଏ ଟି ଛକା ମାରିଥିଲେ। ଜୟସ୍ୱାଲ୧୧ ବଲରେ ୧୮ ରନ୍ ସଂଗ୍ରହ କରିଥିଲେ। କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ପାଇଁ ତିଲକ ବର୍ମା ବିଫଳ ହୋଇଥିଲେ।

ଭାରତର ଦୁଇଟି ୱିକେଟ୍ ୩୫ ରନ୍ ରେ ପତନ ଘଟିଥିଲା, ଏହା ପରେ ସାମସନ୍ ଏବଂ ଗାଇକ୍ଵାଡ୍ ଦ୍ଵାଦଶ ଓଭରରେ ୧୦୦ ରନ୍ ସଂଗ୍ରହ କରି ତୃତୀୟ ୱିକେଟ୍ ପାଇଁ ୭୧ ରନ୍ ଭାଗିଦାରୀ କରିଥିଲେ। ଦ୍ୱିତୀୟ ଟି -୨୦ ରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡକୁ ୧୮୬ ରନ୍ ଟାର୍ଗେଟ୍ ଦେଇଥିଲା, ଏହାର ଜବାବରେ ଆୟର୍ଲାଣ୍ଡର ଦଳ ୨୦ ଓଭରରେ ମାତ୍ର ୧୫୨ ରନ୍ ସ୍କୋର କରିପାରିଥିଲା।

ଆୟର୍ଲାଣ୍ଡ କ୍ଲିନ୍ ସୁଇପ୍ ଟି-୨୦ ଟିମ୍ ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026
Latest News

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.