ଭାରତ ରଚିଲା ଇତିହାସ, ଚନ୍ଦ୍ରରେ ସଫଳ ଅବତରଣ କଲା ଚନ୍ଦ୍ରଯାନ -୩, ସମଗ୍ର ଦେଶରେ ଉତ୍ସବ

Published: Aug 23, 2023, 6:10 pm IST

ନୂଆଦିଲ୍ଲୀ: ଆଜି ଭାରତ ଇତିହାସ ସୃଷ୍ଟି କରିଛି। ବିଶ୍ଵର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ -୩ ସଫଳତାର ସହିତ ଅବତରଣ କରିଛି। ସମଗ୍ର ଦେଶରେ ଉତ୍ସବ ଆରମ୍ଭ ହୋଇଛି।

ଚନ୍ଦ୍ରଯାନ -୩ ର ସଫଳ ସଫ୍ଟ ଲ୍ୟାଣ୍ଡିଂ ଉପରେ ଆଇଏସଆର ମୁଖ୍ୟ ଏସ ସୋମନାଥ କହିଛନ୍ତି ଯେ, ଭାରତ ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଚନ୍ଦ୍ରଯାନ -୩ ର ଚନ୍ଦ୍ରରେ ସଫଳ ସଫ୍ଟ ଲ୍ୟାଣ୍ଡିଂ ଐତିହାସିକ ଅଟେ। ଏହି ମୁହୂର୍ତ୍ତଟି ଭାରତର, ଏହା ଲୋକଙ୍କର ଅଟେ।

Related posts