Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିକାଶ ଖାନ୍ନା
ଆଜିର ଖବର

ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିକାଶ ଖାନ୍ନା

August 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ: ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିକାଶ ଖାନ୍ନା

ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍‌, ଉଦ୍ୟୋଗୀ ତଥା ଲେଖକ ଶ୍ରୀ ବିକାଶ ଖାନ୍ନା ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଲୋଚନା କରିଛନ୍ତି।

ନିକଟରେ ଶ୍ରୀ ଖାନ୍ନା ସ୍ବାଧୀନତା ଦିବସ ପାଳନ ଅବସରରେ ନିୟୁୟର୍କ ସହରର ଟାଇମ୍‌ସ ସ୍କୋୟାର ଠାରେ ବିଶ୍ବପ୍ରସିଦ୍ଧ କୋଣାର୍କ ଚକର ଏକ ପ୍ରତିରୂପ ସ୍ଥାପନ କରି ଚର୍ଚ୍ଚାର ଅଛନ୍ତି।

ଏହି ଆଲୋଚନା ସମୟରେ ଶ୍ରୀ ଖାନ୍ନା ଓଡିଶାର କଳା, ସ୍ଥାପତ୍ୟ, ସଂସ୍କୃତି, ଐତିହ୍ୟ ଓ ଖାଦ୍ୟ ପରମ୍ପରାର ଉଚ୍ଚପ୍ରଶଂସା କରିଥିଲେ। ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ ସମୟରେ ତାଙ୍କର ସୁଖଦ ଆଧ୍ୟାତ୍ମିକ ଅନୁଭୂତି ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଥିଲେ।

ବିକାଶ କ୍ଷେତ୍ରରେ ଓଡିଶା ଦ୍ରୁତ ଅଗ୍ରଗତି କରୁଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀଙ୍କ ଦୃଢ ଓ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ତଥା ମାନବବାଦୀ ଚିନ୍ତାଧାରାର ଉଚ୍ଚପ୍ରଶଂସା କରିଥିଲେ। କୋଣାର୍କ ଚକ୍ର ବିଶ୍ବ ଏକତାର ପ୍ରତୀକ ବୋଲି ସେ ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ମଧ୍ୟ ଶ୍ରୀ ଖାନ୍ନାଙ୍କ ସୃଜନଶୀଳତା ଓ ଔଦ୍ୟୋଗୀକ ମନୋଭାବର ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲେ। ଏହି ଆଲୋଚନା ସମୟରେ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

କୋଣାର୍କ ଚକ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.