ଭିଜିଲାନ୍ସ ଜାଲରେ ଫସିଲେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଆକାଉଣ୍ଟାଣ୍ଟ

Published: Aug 25, 2023, 4:31 pm IST

ଭୁବନେଶ୍ବର: ଆଜି ଭିଜିଲାନସ ଜାଲରେ ଫସିଛନ୍ତି ବ୍ଲକ ଶିକ୍ଷା ଅଧିକାରୀଙ୍କ ଚୁକ୍ତିଭିତ୍ତିକ ଆକାଉଣ୍ଟାଣ୍ଟ ତଥା ସହାୟକ କର୍ମଚାରୀ ଅଜୟ ଖୁଣ୍ଟିଆ। ସେ ଜଣେ ଶିକ୍ଷକଙ୍କୁ ଜାତୀୟ ପେନସନ ଯୋଜନା କାର୍ଯ୍ୟ କରାଇଦେବା ପାଇଁ 18 ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଅଭିଯୋଗ ପରେ ଛକି ବସିଥିବା ଭିଜିଲାନସ ଅଧିକାରୀ ଲାଞ୍ଚ ଟଙ୍କା ଗ୍ରହଣ କରିବା ପରେ ତାଙ୍କୁ ଧରିଥିଲେ।

ବଲାଙ୍ଗିର ଜିଲ୍ଲା ସଇଁତାଳ ବ୍ଲକରେ କାମ କରୁଥିବା ଖୁଣ୍ଟିଆଙ୍କ ନାମରେ ପୂର୍ବରୁ ଅଭିଯୋଗ ରହିଥିଲା। ସେହି ଅନୁସାରେ ଭିଜିଲାନସ ଏହି ଜାଲ ବିଛାଇଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଉଦ୍ଧାର କରିବା ସହିତ ତାଙ୍କର ଦୁଇଟି ସ୍ଥାନରେ ଚଢାଉ ଜାରୀ ରହିଛି। ଏଥିସହିତ ଅଧିକ ଖୋଳତାଡ ଜାରୀ ରହିଛି।

Related posts