Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ଼ ସଫଳତା: ଜବତ କଲା ୩୧ ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର
ଆଜିର ଖବର

ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ଼ ସଫଳତା: ଜବତ କଲା ୩୧ ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର

August 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ୩୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ସଦର ଏସଡିପିଓ ଦିଲ୍ଲୀପ କୁମାର ଦାସ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ସ୍ଥିତ ଗିନି ଫାକ୍ଟ୍ରି ନିକଟରେ ବେଆଇନ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଓ ଆଇଆଇସିଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଅଭିଯୁକ୍ତ ଦ୍ବୟ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳର ମହମଦ ରହିମ (୨୭) ଏବଂ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବରେଇପୁର ଥାନା ଅଞ୍ଚଳର ଆସିଫ ଖାନ (୩୮)। ଉଭୟ ଙ୍କ ନିକଟରୁ ୩୧୦ ଗ୍ରାମ ବ୍ରାଉନ ସୁଗାର ଓ ଏକ ବାଇକ ଜବତ କରିଛି ପୋଲିସ। ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ତେବେ ଉକ୍ତ ଘଟଣାରେ ଫେରାର ଥିବା ଅନ୍ୟ ଚାରି ଅଭିଯୁକ୍ତ ଖୁବଶୀଘ୍ର ଗିରଫ ହେବେ ବୋଲି ଏସଡ଼ିପିଓ ଶ୍ରୀ ଦାସ କହିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ଙ୍କ ସହ ଟାଉନ ଥାନାଧିକାରୀ ତାରିକ ଅହମଦ ଉପସ୍ଥିତ ଥିଲେ।

ଖୋର୍ଦ୍ଧା ଟାଉନ ଥାନା ପୋଲିସ ବ୍ରାଉନ ସୁଗାର
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ବଡ଼ ସୁଯୋଗ ଦେଲେ ବାଚସ୍ପତି!: ଏବେ ବିଭାଜନରୁ ବଞ୍ଚିପାରିବ କି ଟିଏମସି?

June 17, 2026

ଆଫଗାନିସ୍ତାନକୁ ପରାସ୍ତ କରି ୧୦୧ ରନ୍ ରେ ଜିତିଲା ଭାରତ

June 17, 2026

ଆଫଗାନିସ୍ତାନ ବିପକ୍ଷରେ ଇତିହାସ ରଚିଲେ ଇଶାନ କିଶାନ

June 17, 2026

ଜଙ୍ଗଲରୁ ଅସହାୟ ମା’ଙ୍କୁ ଉଦ୍ଧାର କଲା ପୋଲିସ: ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଉଚ୍ଚ ପ୍ରଶଂସା କଲେ ବ୍ରହ୍ମପୁର ସାଂସଦ

June 17, 2026
Latest News

ମମତା ବାନାର୍ଜୀଙ୍କୁ ବଡ଼ ସୁଯୋଗ ଦେଲେ ବାଚସ୍ପତି!: ଏବେ ବିଭାଜନରୁ ବଞ୍ଚିପାରିବ କି ଟିଏମସି?

June 17, 2026

ଆଫଗାନିସ୍ତାନକୁ ପରାସ୍ତ କରି ୧୦୧ ରନ୍ ରେ ଜିତିଲା ଭାରତ

June 17, 2026

ଆଫଗାନିସ୍ତାନ ବିପକ୍ଷରେ ଇତିହାସ ରଚିଲେ ଇଶାନ କିଶାନ

June 17, 2026

ଛଅ ଶିବସେନା ସାଂସଦଙ୍କ ଯୋଗଦାନ ସହିତ NDA କେତେ ମଜବୁତ ହେବ?: ପଢନ୍ତୁ ସମ୍ପୂର୍ଣ୍ଣ ବିଶ୍ଳେଷଣ

June 17, 2026

ଜଙ୍ଗଲରୁ ଅସହାୟ ମା’ଙ୍କୁ ଉଦ୍ଧାର କଲା ପୋଲିସ: ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଉଚ୍ଚ ପ୍ରଶଂସା କଲେ ବ୍ରହ୍ମପୁର ସାଂସଦ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.