Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଗଲ ଆଫଗାନ ସମୟରେ ବାଣପୁର ଥିଲା ଶ୍ରୀ ଜଗନ୍ନାଥଙ୍କ ନିରାପଦ ଲୀଳାସ୍ଥଳ
ଆଜିର ଖବର

ମୋଗଲ ଆଫଗାନ ସମୟରେ ବାଣପୁର ଥିଲା ଶ୍ରୀ ଜଗନ୍ନାଥଙ୍କ ନିରାପଦ ଲୀଳାସ୍ଥଳ

August 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ, ପୁରୀ, ଓଡିଶା ଓ ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା, ବାଣପୁରଙ୍କ ମିଳିତ ଆନୁକୂଲ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାହସପୁର ଗ୍ରାମ ଠାରେ ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ ଲୀଳାକ୍ଷେତ୍ର ନୀଳାଦ୍ରୀ ପ୍ରସାଦ ଓ ସାହସପୁର ଦଧିବାମନ ମନ୍ଦିର ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ।

ଏହି ବୌଦ୍ଧିକ ଆଲୋଚନା ଚକ୍ରରେ ଓଡିଶାରୁ ବହୁ ଐତିହାସିକ ଓ ଜଗନ୍ନାଥ ସଂସ୍କୃତି ଗବେଷକ ଯୋଗ ଦେଇଥିଲେ। ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଲା ଯେ ମୋଗଲ ଆଫଗାନ ଶାସନ ସମୟରେ ଜଗନ୍ନାଥ ସଂସ୍କୃତିକୁ ଧ୍ବଂସ କରିବା ପାଇଁ ମୋଗଲ ସୁବେଦାର ମାନେ ଶ୍ରୀମନ୍ଦିରକୁ ବାରମ୍ବାର ଆକ୍ରମଣ କରିଛନ୍ତି।

ଖ୍ରୀଷ୍ଟାବ୍ଦ ୧୬୦୭ ରୁ ୧୭୩୩ ମଧ୍ୟରେ ମାଦଳା ପାଞ୍ଜି ପ୍ରମାଣ ଆଧାରରେ ବାଣପୁରର ଅନ୍ଧାର ମହିମ, ଗବପଦର, ବଡ଼ ହନ୍ତୁଆଡ଼ ନଈରେ ନୀଳାଦ୍ରୀ ପ୍ରସାଦ, ବଙ୍କାଡ, ସାହସପୁର ଓ ଚାଷଙ୍ଗରା ଆଦି ସ୍ଥାନରେ ମହାପ୍ରଭୁଙ୍କୁ ଗୋପନରେ ରଖାଯାଇଥିଲା।

ସାହସପୁର ଦଧିବାମନ ମନ୍ଦିରରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନଙ୍କ ସହ ଦଧିବାମନ ମୂର୍ତ୍ତି ରହିଛନ୍ତି। ଏହି ଦଧିବାମନଙ୍କୁ ବଙ୍କାଡ଼ ଗଡ଼ର ଗମ୍ଭୀରା ଦିଅଁ କୁହାଯାଏ।

ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ପାରିକୁଦ କୃଷ୍ଣପ୍ରସାଦ ଗଡ଼ର ରାଜା ସନ୍ତୋଷ ମୋହନ ମାନସିଂ ହରିଚନ୍ଦନ ମର୍ଦ୍ଧରାଜ ଭ୍ରମରବର ଦେବ ଉଦଘାଟନ କରି କହିଥିଲେ ଯେ, ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷାରେ ପ୍ରାଚୀନ ବଙ୍କାଡ଼ ଗଡ଼ର ରାଜବଂଶ ସହ ବାଣପୁର ବାରଗଡ଼ ଯଥା ଅରାଙ୍ଗ, ଭାଟପଡା, ଛତ୍ରଗଡ଼, ଚମ୍ପାଗଡ଼, ପଞ୍ଚୁପଲ୍ଲୀ ଓ କୁହୁଡି ଗଡର ପାଇକ ମାନେ ଅହମେଦବେଗକୁ ମଙ୍ଗଳାଯୋଡ଼ି ଠାରେ ପରାସ୍ତ କରିବା ପାଇଁ ପୁରୀ ଗଜପତି ରାଜା ନରସିଂହ ଦେବଙ୍କୁ ସାହାଯ୍ୟ କରିଥିଲେ।

ସମ୍ମାନିତ ବକ୍ତା ଭାବେ ଯଥାକ୍ରମେ ଐତିହାସିକ ମଦନ ମୋହନ ମହାପାତ୍ର, ଡକ୍ଟର ଚନ୍ଦ୍ରଶେଖର ଦାଶ, ଅଧ୍ୟାପକ ସର୍ବେଶ୍ୱର ଷଡ଼ଙ୍ଗୀ, ଡକ୍ଟର ବଳରାମ ଦାଶ, ସ୍ତମ୍ଭକାର ଗୁରୁଚରଣ ଦାସ, ଗବେଷକ ସୁରେଶ କୁମାର ପଟ୍ଟନାୟକ ଓ ସାହିତ୍ୟିକ ରଙ୍କନାଥ ସେଠି ପ୍ରମୁଖ ମଂଚାସୀନ ଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟାପକ ଭାରତୀ ଭୂଷଣ ଦାସ ଆଲୋଚନା ଚକ୍ରର ଆଭିମୁଖ୍ୟ ବର୍ଣ୍ଣନା କରିଥିବା ବେଳେ ସାହସପୁର ଟ୍ରଷ୍ଟ ବୋର୍ଡ ସଭାପତି ଅସିତ ବରନ ବଳିୟାରସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଗୁପ୍ତ ଲୀଳାକ୍ଷେତ୍ର ବାଣପୁର ଦର୍ପଣ ସୂଚନା ପତ୍ରିକା ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା।

କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଭାଷା ସୁରକ୍ଷା ସମିଳନୀର ସଭାପତି ରଙ୍କନାଥ ସେଠି।

ଏହି ଅବସରରେ ଡକ୍ଟର ସସ୍ମିତା ମିଶ୍ର, ଇଂ କେଶବ ଚନ୍ଦ୍ର ପାତ୍ର, ଶେଷଦେବ ମହାରଣା, ଅଧିବକ୍ତା ଭାଗବତ ପ୍ରସାଦ ପଟ୍ଟନାୟକ, ରତିକାନ୍ତ ପ୍ରତିହାରୀ, ରଘୁନାଥ ମହାପାତ୍ର, ସନ୍ଧ୍ୟା ଦେବୀ, ବିଷ୍ନୁପ୍ରିୟା ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉତ୍ସବ ପ୍ରାରମ୍ଭରେ ମା’ ଭଗବତୀ କଳା ନିକେତନ କଳାକାରଙ୍କ ଦ୍ୱାରା ଭକ୍ତିସଂଗୀତ ଓ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଆଲୋଚନା ଚକ୍ରକୁ ଅଶୋକ କୁମାର ମହାନ୍ତି, ତପନ ସେଠି, ପ୍ରଫେସର ଦେବରାଜ ପ୍ରଧାନ, ରଘୁନାଥ ମହାରଣା, ସୋମନାଥ ପ୍ରଧାନ, ସୁଶାନ୍ତ ଦାସ ପ୍ରମୁଖ ପରିଚାଳନା କରିଥିଲେ।

ଦଧିବାମନ ମନ୍ଦିର ଭାଷା ସୁରକ୍ଷା ସମ୍ମିଳନୀ ଶ୍ରୀ ଜଗନ୍ନାଥ ସାହସପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.