ତିଲକ ବର୍ମା ଡେବ୍ୟୁ କରିବେ କି?, ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଏଭଳି ହୋଇପାରେ ଖେଳାଳି ଏକାଦଶ

Published: Aug 26, 2023, 9:31 pm IST

ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍ ର ମହାକୁମ୍ଭ ଅର୍ଥାତ୍ ଏସିଆ କପ୍ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଏଥି ସହିତ, ଟିମ୍ ଇଣ୍ଡିଆ ୨୦୨୩ ଏସିଆ କପ୍ ରେ ସେପ୍ଟେମ୍ବର ୨ ତାରିଖରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ସହିତ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ କିପରି ହୋଇପାରେ ଜାଣନ୍ତୁ…..

ତିଲକ ବର୍ମା ଡେବ୍ୟୁ କରିବେ କି?:

ଯୁବ ବ୍ୟାଟ୍ସମ୍ୟାନ୍ ତିଲକ ବର୍ମା ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ଏଭଳି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି, କଣ ତିଲକ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିବେ? ଚତୁର୍ଥ ନମ୍ବରରେ ବ୍ୟାଟିଂ ପାଇଁ ବାମହାତୀ ବ୍ୟାଟ୍ସମ୍ୟାନ୍ ତିଲକ ଜଣେ ମଜବୁତ ପ୍ରତିଯୋଗୀ। ଯଦି ଶ୍ରେୟସ୍ ଆୟର ଏବଂ କେ.ଏଲ୍ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ଫିଟ୍ ନୁହଁନ୍ତି, ତେବେ ତିଲକ ଡେବ୍ୟୁ କରିପାରନ୍ତି।

କେ.ଏଲ୍ ରାହୁଲଙ୍କ ପାଇଁ ଖେଳିବା କଷ୍ଟକର:

ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ସମୟରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଥିଲେ ଯେ, କେ.ଏଲ୍ ରାହୁଲଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ର୍ହାଇଛି ସେ ଓପନିଂ ମ୍ୟାଚ୍ ହରାଇ ପାରନ୍ତି। ତେବେ କେ.ଏଲ୍ ରାହୁଲ କ୍ରମାଗତ ଅଭ୍ୟାସ କରୁଛନ୍ତି। ଯଦି ସେ ଫିଟ୍ ହୋଇପାରିବେ ନାହିଁ, ତେବେ ଇଶାନ କିଶନ ପାକିସ୍ତାନ ବିପକ୍ଷରେ ସୁଯୋଗ ପାଇପାରନ୍ତି।

ବ୍ୟାଟିଂ ବିଭାଗ ଏହିପରି ହୋଇପାରେ:

ଯଦି ଆମେ ଏକାଦଶ ଖେଳାଳି ବିଷୟରେ କଥା ହେବା, ତେବେ ରୋହିତ ଶର୍ମା ଏବଂ ଶୁବମାନ ଗିଲ ଓପନ କରିବା ନିଶ୍ଚିତ। ଏହା ପରେ ବିରାଟ କୋହଲି ତିନି ନମ୍ବରରେ ଖେଳିବେ। ଶ୍ରେୟସ୍ ଆୟର ଚତୁର୍ଥ ନମ୍ବରରେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପାଞ୍ଚ ନମ୍ବରରେ ଖେଳିପାରନ୍ତି। ଏହା ପରେ ଇଶାନ କିଶନ ପ୍ରଥମ ମ୍ୟାଚରେ କେ.ଏଲ୍ ରାହୁଲଙ୍କ ସ୍ଥାନରେ ୱିକେଟ୍ କିପର ଭାବରେ ଖେଳିପାରନ୍ତି।

ବୋଲିଂ ବିଭାଗ ଏହିପରି ହୋଇପାରେ:

ବୋଲିଂ ବିଭାଗ ବିଷୟରେ କହିବାକୁ ଗଲେ ସ୍ପିନ୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସପ୍ତମ ନମ୍ବରରେ ଖେଳୁଥିବା ଦେଖିବାକୁ ମିଳିବ। ଏହା ପରେ କୁଲଦୀପ ଯାଦବ ଦଳର ମୁଖ୍ୟ ସ୍ପିନର ହେବେ। ଅନ୍ୟପକ୍ଷରେ, ଦ୍ରୁତ ବୋଲିଂ ବିଷୟରେ କହିବାକୁ ଗଲେ ତିନିଜଣ ଦ୍ରୁତ ବୋଲରଙ୍କୁ ଦେଖିବାକୁ ମିଳିବ। ଏଥିରେ ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜଙ୍କ ସହ ଜସପ୍ରୀତ ବୁମ୍ରାଙ୍କୁ ଦେଖିବାକୁ ମିଳିବ।

ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ସମ୍ଭାବ୍ୟ ଖେଳାଳି ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ମହମ୍ମଦ ସିରଜ।

Related posts