ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାସନ ରିଟେଲ ଫର୍ମାଟ ୟୁଷ୍ଟା ଶୁଭାରମ୍ଭ

Published: Aug 27, 2023, 9:03 am IST

ଭୁବନେଶ୍ୱର: ଭାରତର ସର୍ବବୃହତ ରିଟେଲର ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାସନ ରିଟେଲ ଫର୍ମାଟ ୟୁଷ୍ଟା ର ଶୁଭାରମ୍ଭ ଘୋଷଣା କରାଯାଇଛି। ହାଇଦ୍ରାବାଦରେ ପ୍ରଥମ ୟୁଷ୍ଟା ଷ୍ଟୋର ଖୋଲିବା ସହିତ ଏହି ନୂଆ ଫର୍ମାଟର ଶୁଭାରମ୍ଭ ହୋଇଛି।

ସର୍ବାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଷ୍ଟୋର ଲେ-ଆଉଟ ସହିତ ୟୁଷ୍ଟା ରେ ଯୁବ ବର୍ଗର ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ ହାଇ-ଫ୍ୟାସନ ଉପଲବ୍ଧ ହେଉଛି। ଉଦାହରଣ ସ୍ୱରୂପ ଏଠାରେ ମିଳୁଥିବା ସମସ୍ତ ସାମଗ୍ରୀର ମୂଲ୍ୟ ୯୯୯ ଟଙ୍କାରୁ କମ ରହିଛି ଏବଂ ଅଧିକାଂଶ ସାମଗ୍ରୀର ମୂଲ୍ୟ ୪୯୯ ଟଙ୍କାରୁ କମ ରହିଛି। ଉଭୟ ପୁରୁଷ ଓ ମହିଳାଙ୍କ ପୋଷାକ ସାଙ୍ଗକୁ ବିଭିନ୍ନ କ୍ୟାରେକ୍ଟର ପୋଷାକ ଓ ସାପ୍ତାହିକ ରିଫ୍ରେଶ କ୍ୟାପ୍ସୁଲ ସହିତ ୟୁଷ୍ଟାରେ ପ୍ରତି ସପ୍ତାହରେ ଷ୍ଟାରିଂ ନାଓ କଲେକ୍ସନ ଜରିଆରେ ସ୍ୱର୍ାଧୁନିକ ଫ୍ୟାସନ ଏବଂ ମ୍ୟାଚିଙ୍ଗ ଆସେସୋରି ସହିତ ଏକ ସମ୍ପୂର୍ଣ୍ଣ ଆଉଟଫିଟ ଭାବେ ପ୍ରସ୍ତୁତ ରହିବ।

ଏହି ଅବସରରେ ରିଲାଏନ୍ସ ରିଟେଲ ର ଫ୍ୟାସନ ଓ ଲାଇଫଷ୍ଟାଇଲ ସଭାପତି ଓ ସିଇଓ ଅଖିଳେଶ ପ୍ରସାଦ କହିଛନ୍ତି ଯେ “ୟୁଷ୍ଟା ଏକ ଯୁବ ଓ ଡାଇନାମିକ ବ୍ରାଣ୍ଡ ଯାହା ଦେଶର ଯୁବ ପିଢ଼ି ସହିତ ଆଗକୁ ବଢିବ ଏବଂ ସମୃଦ୍ଧ ହେବ। ଏହି ଟିମ ଭାରତର ଯୁବ ପିଢ଼ି ସହିତ ଲଗାତାର କାର୍ଯ୍ୟ କରି ନୂଆ ଫ୍ୟାସନ ଆବଶ୍ୟକତା ଉପରେ କାର୍ଯ୍ୟ କରିବ।”

Related posts