Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଏମ୍‌ଜେଡିୱାଇ ଓ ଜାତୀୟ ଆର୍ଥିକ ସମାବେଶୀକରଣ ମିଶନ ସଫଳ କାର୍ଯ୍ୟକାରିତାର ନବମ ବର୍ଷ ପୂର୍ତ୍ତି
ଆଜିର ଖବର

ପିଏମ୍‌ଜେଡିୱାଇ ଓ ଜାତୀୟ ଆର୍ଥିକ ସମାବେଶୀକରଣ ମିଶନ ସଫଳ କାର୍ଯ୍ୟକାରିତାର ନବମ ବର୍ଷ ପୂର୍ତ୍ତି

August 29, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମ୍‌ଜେଡିୱାଇ) ଓ ଜାତୀୟ ଆର୍ଥିକ ସମାବେଶୀକରଣ ମିଶନର ସଫଳ କାର୍ଯ୍ୟକାରିତାର ନବମ ବର୍ଷ ସୋମବାର ଦିନ ପୂରଣ ହୋଇଛି।

ପିଏମ୍‌ଜେଡିୱାଇ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୪ ଅଗଷ୍ଟ ୧୫ତାରିଖରେ ସ୍ୱାଧୀନତା ଦିବସ ଅବସରରେ ଘୋଷଣା କରାଯାଇଥିଲା । ସେ ବର୍ଷ ଅଗଷ୍ଟ ୨୮ରେ ଏହି ଯୋଜନାକୁ ସରକାର କାର୍ଯ୍ୟକାରୀ କରିଥିଲେ । ଏହି ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଏହା ଗରିବଙ୍କୁ ଏକ ବିଷଚକ୍ରରୁ ମୁକ୍ତି ଦେବାର ଏକ ଉତ୍ସବ ପାଳନର ମୂହୁର୍ତ୍ତ ।

ଏହା ଥିଲା ବିଶ୍ୱର ଅନ୍ୟତମ ସର୍ବବୃହତ୍ ଆର୍ଥିକ ସମାବେଶୀକରଣ ପ୍ରୟାସ । ସମସ୍ତଙ୍କୁ, ବିଶେଷକରି ଗରିବ ଓ ବଂଚିତ ବର୍ଗଙ୍କୁ ଆନୁଷ୍ଠାନିକ ଅର୍ଥ/ବ୍ୟାଙ୍କ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ସରକାରୀ ଯୋଜନାର ଲାଭ ତା’ ମାଧ୍ୟମରେ ଯୋଗାଇ ଦେବାକୁ ସରକାରଙ୍କର ଏହା ଏକ ଉପକ୍ରମ । ଅର୍ଥ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ନିରନ୍ତର ସାହାଯ୍ୟ ସହଯୋଗ ଯୋଗାଇ ଦେଇ ଆସୁଛି । ଆର୍ଥିକ ସମାବେଶିତା ସମ ଓ ସମାବେଶୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରେ । ଏହା ଦ୍ୱାରା ମଧ୍ୟ ଦରିଦ୍ର ଓ ଦୁର୍ବଳବର୍ଗଙ୍କୁ ଆର୍ଥିକ ସେବା ସ୍ୱଳ୍ପ ଖର୍ଚ୍ଚରେ ଯୋଗାଇବା ଦେବା ସମ୍ଭବ ହୁଏ ।

ଆର୍ଥିକ ସମାବେଶୀତା ମଧ୍ୟ ଗରିବଙ୍କୁ ବ୍ୟାଙ୍କରେ ନିଜର ସଂଚିତ ଅର୍ଥ ସହଜରେ ଜମା କରିବାର ସୁଯୋଗ ଦିଏ। ଏହି ବ୍ୟବସ୍ଥାରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସରକାର ବିଭିନ୍ନ ଡିବିଟି ମାଧ୍ୟମରେ ସରକାରୀ ଲାଭ ସିଧାସଳଖ ପଠାଇ ପାରୁଛନ୍ତି । ଏହା ଦ୍ୱାରା ସମ୍ପୃକ୍ତ ହିତାଧିକାରୀମାନେ ଗାଁର ସୁଧଖୋର ମହାଜନ, ଲାଭଖୋର ମଧ୍ୟସ୍ଥଙ୍କ କବଳରୁ ମୁକ୍ତି ପାଇଛନ୍ତି । ସେମାନଙ୍କ ସରକାରୀ ବାଟମାରଣା ମଧ୍ୟ ବନ୍ଦ ହୋଇଛି ।

ପିଏମ୍‌ଜେଡିୱାଇର ନବମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବାର୍ତ୍ତାରେ କହିଛନ୍ତି ଯେ “ ଏହି ବ୍ୟବସ୍ଥାର ପ୍ରବର୍ତ୍ତନ ଫଳରେ ଭାରତରେ ଆର୍ଥିକ ସମାବେଶୀକରଣ ପ୍ରକ୍ରିୟା ଏକ ବୈପ୍ଲବିକ ରୂପ ନେଇଛି । ଏହି ବ୍ୟବସ୍ଥାରେ ୫୦କୋଟିରୁ ଅଧିକ ଲୋକ ସାମିଲ ହେବା ଏକ ଆନନ୍ଦର ବିଷୟ। ସେମାନେ ଆନୁଷ୍ଠାନିକ ବ୍ୟାଙ୍କ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ବ୍ୟାଙ୍କରେ ଜନ ଧନ ଆକାଉଣ୍ଟ ଖୋଲିଥିବା ଲୋକଙ୍କ ମଧ୍ୟରୁ ୫୫. ୫% ମହିଳା । ଏହା ଛଡା ଦେଶର ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ଏହି ଆକାଉଣ୍ଟ ୬୭ଭାଗ ଖୋଲାଯାଇଛି । ଏସବୁ ଆକାଉଣ୍ଟରେ ଥିବା ମୋଟ ଜମା ଟଙ୍କାର ପରିମାଣ ୨ଲକ୍ଷ କୋଟିରୁ ଅଧିକ । ଆହୁରି ମଧ୍ୟ ୩୪କୋଟି ରୂପେ କାର୍ଡ ଏସବୁ ଆକାଉଣ୍ଟଧାରୀଙ୍କୁ ବିନା ମୂଲ୍ୟରେ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି । ଏଥିରେ କାର୍ଡ ପିଛା ୨ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା ରହିଛି ।

ଶ୍ରୀମତୀ ସୀତାରମଣ ଆହୁରି କହିଛନ୍ତି ଯେ ସମ୍ପୃକ୍ତ ସମସ୍ତ ପକ୍ଷ, ବ୍ୟାଙ୍କ ବୀମା, କମ୍ପାନୀ, ସରକାରୀ ଅଧିକାରୀ ଆଦିଙ୍କ ସହଯୋଗରେ ପିଏମ୍‌ଜେଡିୱାଇ ଏକ ସଫଳ କାର୍ଯ୍ୟକ୍ରମର ପରିଣତ ହୋଇଛି । ଏହା ଦ୍ୱାରା ଦେଶର ସବୁଲୋକଙ୍କୁ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥା ଅଧୀନକୁ ଆଣିବା ପାଇଁ ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ପୂରଣ ହୋଇଛି ।

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଷନ ରାଓ କରଡ ମଧ୍ୟ ଏହି ଅବସରରେ ଏକ ବାର୍ତ୍ତାଦେଇ କହିଛନ୍ତି ଯେ ପିିଏମ୍‌ଜେଡିୱାଇ ଯୋଜନା ଫଳରେ ଦରିଦ୍ର ଓ ବଂଚିତ ବର୍ଗ ଅର୍ଥନୀତିକ ଅସ୍ପୃଶ୍ୟତାରୁ ମୁକ୍ତ ହୋଇଛନ୍ତି । ସେମାନେ ଏବେ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାର ଅନ୍ତର୍ଭୁକ୍ତ । ସେମାନେ ବ୍ୟାଙ୍କ କାରବାର ସହିତ ଦୁର୍ଘଟଣା ବୀମା ସୁବିଧା ପାଉଛନ୍ତି । ସେମାନଙ୍କ ଆର୍ଥିକ ସଚେତନତା ବଢିଛି ଏବଂ ନିଜର କଷ୍ଟାର୍ଜିତ ଧନକୁ ବ୍ୟାଙ୍କରେ ସୁରକ୍ଷିତ ଭାବେ ଜମା ରଖିପାରୁଛନ୍ତି । ଦେଶର ଅର୍ଥନୀତି ଉପରେ ମଧ୍ୟ ଏହି ଯୋଜନାର ବିବିଧ ସୁପ୍ରଭାବ ପଡୁଛି । ‘ଜାମ୍‌’ ବ୍ୟବସ୍ଥାରେ ସରକାର ହିତାଧିକାରୀଙ୍କୁ ସରକାରୀ ଲାଭ ବାବଦ ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ସେମାନଙ୍କୁ ବାଟମାରଣା ଓ ଶୋଷଣରୁ ସୁରକ୍ଷିତ କରିଛନ୍ତି । ଏହା ଫଳରେ ଦରିଦ୍ର ଓ ବଂଚିତଙ୍କ ସମେତ ସମାଜର ସବୁ ବର୍ଗର ସମାବେଶୀ ଅଭିବୃଦ୍ଧି ପ୍ରକିୟା ତ୍ୱରାନ୍ୱିତ ହୋଇଛି । ଏ କ୍ଷେତ୍ରରେ ଡିବିଟି ବ୍ୟବସ୍ଥା ଏକ ସ୍ୱାର୍ଥକ ଜନକୈନ୍ଦ୍ରିକ ବ୍ୟବସ୍ଥା ହୋଇପାରିଛି ।

ଆମେ ଏହି ଯୋଜନାର ୯ବର୍ଷ ପୂରଣ କରିବା ଅବସରରେ ଏହାର ଉପଲବ୍ଧି ସମ୍ପର୍କରେ ଆସନ୍ତୁ ଜାଣିବା ।

ସେଗୁଡିକ ହେଲା :-

-ପିଏମଜେଡିୱାଇ ଯୋଜନାରେ ଏବେ ଜମାଥିବା ମୋଟ ଅର୍ଥ ପରିମାଣ ୨, ୦୩, ୫୦୫ କୋଟି ଟଙ୍କା । ଏହାର ମୋଟ ହିତାଧିକାରୀଙ୍କ ସଂଖ୍ୟା ୫୦କୋଟିରୁ ଅଧିକ । ଏହି ଆକାଉଣ୍ଟ ୩.୪ ଗୁଣ ବଢିଛି ।

୨୦୧୫ ମାର୍ଚ୍ଚରେ ଏହା ୧୪.୭୨ କୋଟି ଥିବାବେଳେ ୨୦୨୩ ଅଗଷ୍ଟ ୧୬ ସୁଦ୍ଧା ୫୦.୦୯ କୋଟିରେ ପହଞ୍ଚିଛି ।

ପିଏମ୍‌ଜେଡିୱାଇ ଆକାଉଣ୍ଟଧାରୀଙ୍କୁ ୩୩.୯୮କୋଟି ରୂପେ କାର୍ଡ ପ୍ରଦାନ କରାଯାଇଛି । ଜନ ଧନ ଦର୍ଶକ ଆପ୍ ପ୍ରବର୍ତ୍ତନ କରାଯାଇ କାର୍ଡଧାରୀଙ୍କୁ ବ୍ୟାଙ୍କର ସ୍ଥିତି ଜଣାଇ ଦିଆଯାଉଛି । ୨୦୨୩ ଜୁଲାଇ ସୁଦ୍ଧା ଏହି ଯୋଜନାରେ ଦେଶର ୬. ୦୧ ଲକ୍ଷ ଗାଁକୁ ଏହି ଆପ୍‌ରେ ମାନଚିତ୍ରକରଣ କରାଯାଇଛି । ସେଥିରୁ ୯୯.୭% ବା ୫, ୯୯, ୪୬୮ ଗାଁକୁ ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଇଛି । ଏହି ବ୍ୟବସ୍ଥାର ପ୍ରବର୍ତନ ଫଳରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ମିଳିଛି । ରୂପେ କାର୍ଡ ବ୍ୟବହାର କରି ହିତାଧିକାରୀ ସହଜରେ ଦେଣନେଣ କରିପାରୁଛନ୍ତି ।

ଆଗକୁ ସରକାର ଏହି କାର୍ଡଧାରୀଙ୍କୁ ମାଇକ୍ରୋ ଇନ୍‌ସୁରାନ୍ସ ସ୍କିମ୍‌ରେ ଅନ୍ତର୍ଭୁକ୍ତ କରିବାକୁ ବିଚାର କରୁଛନ୍ତି ।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା ଓ ସୁଭଦ୍ରା ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ

January 18, 2026

କୋହଲିଙ୍କ ବିରାଟ ପାଳି ସତ୍ତ୍ୱେ ଭାରତର ପରାଜୟ: ୨-୧ରେ ସିରିଜ ଜିତି ଇତିହାସ ରଚିଲା ନ୍ୟୁଜିଲାଣ୍ଡ

January 18, 2026

କଳିଙ୍ଗ ଷ୍ଟାଡିୟମଠାରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓସଜାର ନବମ ବାର୍ଷିକ ପୁରସ୍କାର ସମାରୋହ

January 18, 2026

ଓଡିଶାରେ ହେବ ସର୍ବଭାରତ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ୭ ଲକ୍ଷ

January 18, 2026
Latest News

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା ଓ ସୁଭଦ୍ରା ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ

January 18, 2026

କୋହଲିଙ୍କ ବିରାଟ ପାଳି ସତ୍ତ୍ୱେ ଭାରତର ପରାଜୟ: ୨-୧ରେ ସିରିଜ ଜିତି ଇତିହାସ ରଚିଲା ନ୍ୟୁଜିଲାଣ୍ଡ

January 18, 2026

କଳିଙ୍ଗ ଷ୍ଟାଡିୟମଠାରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓସଜାର ନବମ ବାର୍ଷିକ ପୁରସ୍କାର ସମାରୋହ

January 18, 2026

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’ ଉନ୍ମୋଚିତ

January 18, 2026

ଓଡିଶାରେ ହେବ ସର୍ବଭାରତ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ୭ ଲକ୍ଷ

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.