Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାଏରୀ ମାଧ୍ୟମରେ ବିଜେପିକୁ ଟାର୍ଗେଟ୍‌ କଲେ ମମତା
ଆଜିର ଖବର

ଶାଏରୀ ମାଧ୍ୟମରେ ବିଜେପିକୁ ଟାର୍ଗେଟ୍‌ କଲେ ମମତା

June 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗତ କିଛି ଦିନ ହେବ ପଶ୍ଚିମବଙ୍ଗରେ ରାଜନୈତିକ ବାତାବରଣ ବେଶ୍‌ ଉଷ୍ମ। ନାରାବାଜିକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଏବେ ବେଶ୍‌ ଚର୍ଚ୍ଚାରେ। ଜୟଶ୍ରୀରାମ ନାରାକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ପାଣିପାଗ ବେଶ୍‌ ଉତ୍ତପ୍ତ। ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ପ୍ରମୁଖ ମମତା ବାନାର୍ଜୀ ଜୟଶ୍ରୀରାମ ନାରାକୁ ନେଇ ବିଚଳିତ ହୋଇଥିବାବେଳେ ବିଜେପି କର୍ମୀଙ୍କ ମମତାଙ୍କ ନିକଟକୁ ଜୟଶ୍ରୀରାମ କାର୍ଡ ପଠାଇବା ରାଜନୀତିରେ ବେଶ୍‌ ରୋଚକ କାହାଣୀ ସୃଷ୍ଟି କରୁଛି।  ଆଜି ଇଦ୍‌ ଅବସରରେ ମୁସଲମାନଙ୍କୁ ଶୁଭେଚ୍ଛା ଜଣାଇବା ଆଳରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି ମମତା। ମମତା ଏକ ଶାଏରୀ ମାଧ୍ୟମରେ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି। ‘ତ୍ୟାଗର ନାମ ହିନ୍ଦୁ, ପୁରସ୍କାରର ନାମ ମୁସଲମାନ, ପ୍ରେମର ନାମ ଇସାଇ, ଶିଖଙ୍କ ନାମ ବଳିଦାନ। ଏହା ହେଉଛି ଆମର ପ୍ୟାରା ହିନ୍ଦୁସ୍ତାନ, ଯାହାର ରକ୍ଷା ଆମେ କରିବା। ଯିଏ ଆମ ସହିତ ଲଢିବ, ସେ ଚୁର୍‌ଚୁର୍‌ ହୋଇଯିବ’ କହି ନାରା ଦେଇଛନ୍ତି ମମତା। ସଂଖ୍ୟାଲଘୁ ତଥା ମୁସଲମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଆପଣମାନଙ୍କୁ ଡରିବାର ନାହିଁ, ଆଗକୁ ବଢିବାର ଅଛି ବୋଲି ମମତା କହିଛନ୍ତି। ସେହିପରି ଇଦ୍‌ ଅବସରରେ ଶୁଭକାମନା ଜଣାଇବା ସହିତ କହିଛନ୍ତି ଯେ, ଧର୍ମ ବ୍ୟକ୍ତିଗତ ବିଶ୍ବାସର ବିଷୟ ହୋଇପାରେ, ମାତ୍ର ପର୍ବ ସମସ୍ତଙ୍କର। ତେଣୁ ଏକତା ଭାବନା ଓ ଶାନ୍ତି ସଦ୍‌ଭାବ ସହ ପର୍ବ ପାଳନ କରିବାକୁ ଟୁଇଟ୍‌ କରିଛନ୍ତି ମମତା।

Share. Facebook Twitter LinkedIn Email WhatsApp Copy Link

Related Posts

କାମ୍ପା-ସିଓର ପ୍ୟାକେଜ୍ ପାଣି ପାଇଁ ଅମିତାଭ ବଚ୍ଚନ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ

January 9, 2026

“କାହାର ଚାପରେ ପରିବର୍ତ୍ତନ ହେବ ନାହିଁ ଶକ୍ତି ନୀତି”: ଟ୍ରମ୍ପଙ୍କ ୫୦୦% ଶୁଳ୍କ ବିଲ୍ ଉପରେ ଭାରତର ଜବାବ

January 9, 2026

ସାକେତ କୋର୍ଟ କୋଠାରୁ ଡେଇଁ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା: ମିଳିଲା ସୁଇସାଇଡ ନୋଟ୍

January 9, 2026

ସୁଧୁରୁନି ବାଂଲାଦେଶ: ପୁଣିଥରେ ଭାରତ ବିରୋଧରେ ICC କୁ ପଠାଇଲା ଚିଠି

January 9, 2026
Latest News

କାମ୍ପା-ସିଓର ପ୍ୟାକେଜ୍ ପାଣି ପାଇଁ ଅମିତାଭ ବଚ୍ଚନ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ

January 9, 2026

“କାହାର ଚାପରେ ପରିବର୍ତ୍ତନ ହେବ ନାହିଁ ଶକ୍ତି ନୀତି”: ଟ୍ରମ୍ପଙ୍କ ୫୦୦% ଶୁଳ୍କ ବିଲ୍ ଉପରେ ଭାରତର ଜବାବ

January 9, 2026

ସାକେତ କୋର୍ଟ କୋଠାରୁ ଡେଇଁ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା: ମିଳିଲା ସୁଇସାଇଡ ନୋଟ୍

January 9, 2026

ସୁଧୁରୁନି ବାଂଲାଦେଶ: ପୁଣିଥରେ ଭାରତ ବିରୋଧରେ ICC କୁ ପଠାଇଲା ଚିଠି

January 9, 2026

ନାଚୁଣୀ: ଆସନ୍ତା ୧୧ରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ, ଉଦଘାଟନ କରିବେ ଆଇନ ମନ୍ତ୍ରୀ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.